‘ଭୋଟ୍‌ ଚୋରି’ ପ୍ରସଙ୍ଗକୁ ଜୋରଦାର କଲା କଂଗ୍ରେସ, ଗୁରୁବାର ଠାରୁ କରିବ ମଶାଲ ଶୋଭାଯାତ୍ରା

‘ଭୋଟ୍‌-ଚୋରି’-ପ୍ରସଙ୍ଗକୁ-ଜୋରଦାର-କଲା-କଂଗ୍ରେସ,-ଗୁରୁବାର-ଠାରୁ-କରିବ-ମଶାଲ-ଶୋଭାଯାତ୍ରା

ଭୁବନେଶ୍ୱର: ‘ନିର୍ବାଚନ ଆୟୋଗଙ୍କ ସହଯୋଗରେ ଭୋଟ୍‌ ଚୋରି ଜରିଆରେ ବିଜେପି କିପରି ଏକାଧିକ ନିର୍ବାଚନ ଜିତିଛି’… ଗତ ୭ ତାରିଖରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ଉପରେ ଏଭଳି ଅଭିଯୋଗ ଆଣିଥିଲେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ଘଟଣାକୁ ନେଇ ରାଜନୀତି ମଧ୍ୟ ଜୋର ଧରିଥିଲା। 

ଆଉ ଏବେ ପୁଣି ଏହି ସମାନ କଥାକୁ ନାରା ନେଇ ବିଜେପିକୁ ଘେରିବାକୁ ଉଦ୍ୟମ କରୁଛି କଂଗ୍ରେସ। ଦଳ ‘ଭୋଟ ଚୋର, ଗାଦି ଛାଡ଼ ‘ ସ୍ଲୋଗାନ ସହ ଗୁରୁବାର ଠାରୁ ରାଜ୍ୟର ସମସ୍ତ ଜିଲ୍ଲାରେ ମଶାଲ ଶୋଭାଯାତ୍ରା କରିବାକୁ ଯାଉଛି।  ଗଣତନ୍ତ୍ରକୁ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଦଳ ଓ ଏହାର ନେତାଙ୍କୁ କଡ଼ା ଜବାବ ବୋଲି କଂଗ୍ରେସ ପକ୍ଷରୁ କୁହାଯାଇଛି। 

ପିସିସି ସଭାପତି ଭକ୍ତ ଚରଣ ଦାସ, ଭୋଟ୍‌ ଚୋରି କରି କ୍ଷମତାକୁ ଆସିଥିବା ସରକାରଙ୍କୁ ହଟାଇବା ଆନ୍ଦୋଳନରେ ଜନସାଧାରଣ ବହୁ ସଂଖ୍ୟାରେ ସାମିଲ ହେବାପାଇଁ ଆହ୍ଵାନ କରିଛନ୍ତି। 

ଅନ୍ୟପକ୍ଷରେ, ଗଣତନ୍ତ୍ରର ସୁରକ୍ଷା ପାଇଁ କଂଗ୍ରେସର ଆନ୍ଦୋଳନ ଜାରି ରହିବ ବୋଲି ଏଆଇସିସି ସାଧାରଣ ସମ୍ପାଦକ (ସଂଗଠନ) କେ.ସି ବେଣୁଗୋପାଲ ସୂଚନା ଦେଇଛନ୍ତି। ଆସନ୍ତା ୧୭ ଅଗଷ୍ଟ ଠାରୁ ବିହାରର ଏସଆଇଆର ଭୋଟ ଚୋରି ବିରୋଧରେ ରାହୁଲ ଗାନ୍ଧୀ ଓ ଇଣ୍ଡିଆ ମେଣ୍ଟର ନେତାମାନେ ବିହାରବ୍ୟାପୀ ଭୋଟ୍‌ ଅଧିକାର ଯାତ୍ରା କରିବେ।

Scroll to Top