ଭୋଟ୍ ଗଣତି : ଲାଲୁଙ୍କ ପୁଅ ତେଜ ପ୍ରତାପ ପଛରେ, ମହୁଆରେ ଆଗରେ ଜେଡିୟୁ

ଭୋଟ୍-ଗଣତି-:-ଲାଲୁଙ୍କ-ପୁଅ-ତେଜ-ପ୍ରତାପ-ପଛରେ,-ମହୁଆରେ-ଆଗରେ-ଜେଡିୟୁ

ଭୋଟ୍ ଗଣତି : ଲାଲୁଙ୍କ ପୁଅ ତେଜ ପ୍ରତାପ ପଛରେ, ମହୁଆରେ ଆଗରେ ଜେଡିୟୁ

Published By: Ankit M – Prameya-News7 Bureau | November 14, 2025 08:57 AM

NEWS7

bihar election

ପାଟନା, ୧୪|୧୧: ଲାଲୁଙ୍କ ପୁଅଙ୍କୁ ଝଟକା । ଆରଜେଡି ନେତା ଲାଲୁ ପ୍ରସାଦ ଯାଦବଙ୍କ ପୁଅ ତେଜପ୍ରତାପ ଯାଦବଙ୍କୁ ପ୍ରାରମ୍ଭିକ ଝଟକା ଲାଗିଛି । ଭୋଟ୍ ଗଣତି ଆରମ୍ଭରୁ ସେ ପଛୁଆ ଚାଲିଥିବା ଜଣା ପଡିଛି । ମହୁଆ ବିଧାନସଭା ଆସନରେ ସେ ବ୍ୟାକଫୁଟରେ ରହିଛନ୍ତି ।

ରିପୋର୍ଟ ଅନୁସାରେ, ମହୁଆ ବିଧାନସଭା ଆନ ପାଇଁ ଭୋଟ୍ ଗଣତି ଆମ୍ଭ ହୋଇଛି । ୨୦୨୫ରେ ମହୁଆ ଆସନ ସବୁଠୁ ଅଧିକ ଚର୍ଚ୍ଚାରେ ଥିଲା । ତେଜ ପ୍ରତାପ ଯାଦବ ନିଜେ ଦଳ ଗଢି ନିର୍ବାଚନ ଲଢୁଥିଲେ । ଏଠାରେ ମୁଖ୍ୟତଃ ତେଜ ପ୍ରତାପଙ୍କୁ ଜେଡିରୁ ମୁକେଶ ରୋଶନ ଟକ୍କର ଦେଉଛନ୍ତି ।

ତେବେ ଆରମ୍ଭରୁ ତେଜ ପ୍ରତାପଙ୍କୁ ଝଟକା ଲାଗିଛି । ତାଙ୍କଠାରୁ ଜେଡିୟୁ ପ୍ରାର୍ଥୀ ମୁକେଶ ଆଗରେ ରହିଥିବା ସୂଚନା ମିଳିଛି । ପୋଷ୍ଟାଲ ବାଲଟରେ ମୁକେଶଙ୍କୁ ଅଧିକ ଭୋଟ୍ ମିଳିଥିବା ସୂଚନା ମିଳିଛି ।

Scroll to Top