ଭୂକମ୍ପ ଝଟ୍କାରେ ଥରିଲା କଟକ, ଘରୁ ବାହାରକୁ ଦୌଡ଼ି ଆସିଲେ ଲୋକେ
Published By: Kirti – Prameya-News7 Bureau | February 27, 2026 02:09 PM
NEWS7
କଟକ ୨୭।୦୨ : ଭୂକମ୍ପରେ ଥରିଲା କଟକ । ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ । ବର୍ତ୍ତମାନ ଯାଏଁ ଭୂକମ୍ପର ତିବ୍ରତା କେତେ ରହିଥିଲା । ସେନେଇ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ ।
ଏ ଖବର ବି ପଢନ୍ତୁ:- ଭୂକମ୍ପର ଝଟ୍କାରେ ଥରିଲା କୋଲକାତା ମାଟି, ରିକ୍ଟର ସ୍କେଲରେ ତୀବ୍ରତା ୫.୪ ରେକର୍ଡ
ଖବର ଅନୁଯାୟୀ, ମଧ୍ୟାହ୍ନ ୧.୨୦ ମିନିଟ ସମୟରେ ଦେଶର କୋଲକାତା ଆଦି ଅନେକ ସ୍ଥାନରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିଲା । ଉତ୍ତର-ପୂର୍ବ ରାଜ୍ୟର ଅନେକ ଅଞ୍ଚଳରେ ଭୂକମ୍ପ ଝଟ୍କା ହୋଇଥିଲା । ଯାହାର ତିବ୍ରତା ୫.୪ ରେକର୍ଡ କରାଯାଇଛି । ତେବେ ଭୂକମ୍ପର କେନ୍ଦ୍ରସ୍ଥଳୀ ବାଂଲାଦେଶରେ ହୋଇଥିବା ସୂଚନା ମିଳିଛି। ଏହିକ୍ରମରେ କଟକରେ ମଧ୍ୟ ଭୂକମ୍ପ ଝଟ୍କା ଅନୁଭୂତ ହୋଇଥିଲା । ତେବେ କେତେ ତିବ୍ରତାରେ ଭୂକମ୍ପ ଝଟ୍କା ହୋଇଛି । ତାହା ସ୍ପଷ୍ଟ ହୋଇନାହିଁ । କିନ୍ତୁ ସ୍ଥାନେ ସ୍ଥାନେ ଲୋକ ବାହାରକୁ ଆସିଥିବାର ଦେଖିବାକୁ ମିଳିଥିଲା । ଏମିତିକି ଲୋକ ଭୟରେ କିଛି ସମୟ ପାଇଁ ବାହାରେ ଛିଡ଼ା ହୋଇଥିଲେ ।
ଏ ଖବର ବି ପଢନ୍ତୁ:- ଜିମ୍ବାଓ୍ୱେକୁ ହରାଇ ଖୁସି ନାହାଁନ୍ତି ସୂର୍ଯ୍ୟ, ଏହି ସବୁ ଖେଳାଳିଙ୍କ ଉପରେ ରାଗିଗଲେ ଅଧିନାୟକ…




