ଭୂକମ୍ପରେ ଥରିଲା କୋରାପୁଟ ଜିଲ୍ଲା, ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୪

ଭୂକମ୍ପରେ-ଥରିଲା-କୋରାପୁଟ-ଜିଲ୍ଲା,-ରିକ୍ଟର-ସ୍କେଲ୍ରେ-ତୀବ୍ରତା-୪.୪

ଭୂକମ୍ପରେ ଥରିଲା କୋରାପୁଟ ଜିଲ୍ଲା, ରିକ୍ଟର ସ୍କେଲ୍ରେ ତୀବ୍ରତା ୪.୪

କୋରାପୁଟରେ ଭୂକମ୍ପ । କୋରାପୁଟ ଜିଲ୍ଲାରେ ଶନିବାର ରାତି ୧୧ଟା ୩୧ ମିନିଟ୍‌ରେ ଅନୁଭୂତ ହୋଇଛି ଭୂମିକମ୍ପ ।

Published By: Kirti – Prameya-News7 Bureau | April 05, 2026 08:06 AM

NEWS7

kpt

କୋରାପୁଟ ୦୫।୦୪ :  କୋରାପୁଟରେ ଭୂକମ୍ପ । କୋରାପୁଟ ଜିଲ୍ଲାରେ ଶନିବାର ରାତି ୧୧ଟା ୩୧ ମିନିଟ୍‌ରେ ଅନୁଭୂତ ହୋଇଛି ଭୂମିକମ୍ପ । କୋରାପୁଟ, ଜୟପୁର ସହର, ସୁନାବେଡ଼ା, ବୋରିଗୁମ୍ମା, ନନ୍ଦପୁର ଏବଂ ଏହାର ଆଖପାଖ ଅଞ୍ଚଳରେ ରିକ୍ଟର ସ୍କେଲ୍‌ ଅନୁସାରେ ୪.୪ ସାନ୍ଦ୍ରତାର ଏହି ଭୂମିକମ୍ପ ଅନୁଭୂତ ହୋଇଥିବା ଜଣାପଡ଼ିଛି।

Also Read:-ପାଣିପାଗ ବିଭାଗର ଆଲର୍ଟ, ତାଣ୍ଡବ ରଚିବ କାଳବୈଶାଖୀ !

ଖବର ଅନୁଯାୟୀ, ପ୍ରାୟ ୧୫ ସେକେଣ୍ଡ୍‌ ପାଇଁ ଏହି ଭୂମିକମ୍ପ ଅନୁଭୂତ ହୋଇଥିଲା । ରାତି ହୋଇଥିବାରୁ ଲୋକମାନେ ଶୋଇଥିଲେ। ହଠାତ୍‌ ଘରର ବିଭିନ୍ନ ସାମଗ୍ରୀ ଜୋର୍‌ରେ ଥରି ଉଠିଥିଲା। ଲୋକଙ୍କ ନିଦ ଭାଙ୍ଗି ଯାଇଥିଲା। ଭୟରେ ଅନେକ ବାହାରକୁ ଚାଲି ଆସିଥିଲେ। ଗାଈଗୋରୁ ମଧ୍ୟ ଭୂମିକମ୍ପ ପ୍ରଭାବରେ ଗୁହାଳ ଛାଡ଼ି ଭୟରେ ଦୌଡ଼ି ଥିଲେ। ପରେ ଭୂମିକମ୍ପ ହୋଇଥିବା ଲୋକମାନଙ୍କ ଭିତରେ ଚର୍ଚ୍ଚା ହୋଇଥିଲା। ଏନେଇ ଲୋକଙ୍କ ମଧ୍ୟରେ ଭୟ ସଞ୍ଚାର ହୋଇଥିଲା।

Scroll to Top