ଭୁବନେଶ୍ବରରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଇଫେକ୍ଟ, ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ
ଭୁବନେଶ୍ବରରେ ମଧ୍ୟପ୍ରାଚ୍ୟ ଯୁଦ୍ଧର ଇଫେକ୍ଟ । ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ । ଯୁଦ୍ଧ ପାଇଁ ପୂର୍ବରୁ ଦୁବାଇକୁ ବିମାନସେବା ବନ୍ଦ ହୋଇଥିଲା ।
Published By: Ruby – Prameya-News7 Bureau | March 30, 2026 06:03 PM
NEWS7
ଭୁବନେଶ୍ବର ୩୦।୩: ଭୁବନେଶ୍ବରରୁ ସିଙ୍ଗାପୁରକୁ ଅନ୍ତର୍ଜାତୀୟ ବିମାନସେବା ବନ୍ଦ । ଏ ନେଇ ବିମାନବନ୍ଦର ନିର୍ଦ୍ଦେଶକ ପ୍ରସନ୍ନ ପ୍ରଧାନ ସୂଚନା ଦେଇଛନ୍ତି । ତେବେ ଯୁଦ୍ଧ ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଥିଲା ସୂଚନା ରହିଛି । ତେବେ ଯୁଦ୍ଧ ପାଇଁ ପୂର୍ବରୁ ଦୁବାଇକୁ ବିମାନସେବା ବନ୍ଦ ହୋଇଥିଲା । ବର୍ତ୍ତମାନ କେବଳ ଗୋଟିଏ ଆନ୍ତର୍ଜାତୀୟ ବିମାନ ବ୍ୟାଙ୍କଙ୍କକୁ ଚାଲୁରହିଛି ।
Also Read:- ବିଜେଡି ସୁପ୍ରିମୋଙ୍କୁ କଟକ ଚିନ୍ତା, ଦଳର ସଙ୍ଗଠନକୁ ସୁଦୃଢ଼ କରିବାକୁ କଟକ ଚୌଦ୍ୱାରାର ୮ କର୍ପୋରେଟରଙ୍କୁ ନବୀନ ଦେଲେ ମନ୍ତ୍ର
ଏହା ବ୍ୟତୀତ ଚଳିତ ବର୍ଷର ଗ୍ରୀଷ୍ମ ସିଡ୍ୟୁଲ ମଧ୍ୟ ଆସିଛି ସାରିଛି । ଏହି ସିଡ୍ୟୁଲରେ ଭୁବନେଶ୍ୱରରୁ ଯାଉଥିବା କିଛି ସହରକୁ ବିମାନ ସେବା ବନ୍ଦ ହୋଇଛି । ସମର ସିଜନ ଅଫ ସିଜନ ପାଇଁ ଡେସଟିନେସନ ବନ୍ଦ ହୋଇଛି । ଇନ୍ଦୋର ଡେରାଡୁନ, କୋଚିକୁ ବିମାନ ସେବା ବନ୍ଦ କରାଯାଇଥିବା ସୂଚନା ଦେଇଛନ୍ତି ବିମାନବନ୍ଦର ନିର୍ଦ୍ଦେଶକ । ଏହା ବ୍ୟତୀତ ବିମାନ ଚାଳିତ ଇନ୍ଧନକୁ ନେଇ ମଧ୍ୟ କୌଣସି ସମସ୍ୟା ଦେଖାଦେଇନଥିବା ସେ କହିଛନ୍ତି । କିଛି ବିମାନ ସେବା ଅଫ୍ ସିଜିନ ପାଇଁ ବନ୍ଦ ହୋଇଛି ବିମାନ ଇନ୍ଧନକୁ ନେଇ କୌଣସି ସମସ୍ୟା ନଥିବା ସେ ସ୍ପଷ୍ଟ କରିଛନ୍ତି ।




