ଭିମସାର ଛାତରୁ ଡେଇଁ ରୋଗୀ ଗୁରୁତର, ମଙ୍ଗଳବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ

ଭିମସାର-ଛାତରୁ-ଡେଇଁ-ରୋଗୀ-ଗୁରୁତର,-ମଙ୍ଗଳବାର-ରାତିରେ-ଆତ୍ମହତ୍ୟା-ଉଦ୍ୟମ-କରିଥିଲେ

ଭିମସାର ଛାତରୁ ଡେଇଁ ରୋଗୀ ଗୁରୁତର, ମଙ୍ଗଳବାର ରାତିରେ ଆତ୍ମହତ୍ୟା ଉଦ୍ୟମ କରିଥିଲେ

Published By : Prameya-News7 Bureau | August 13, 2025 IST

ସମ୍ବଲପୁର ୧୩।୮: ବୁର୍ଲା ଭିମସାରରେ ଅଘଟଣ । ମେଡିକାଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କଲେ ରୋଗୀ । ମେଡିକାଲର ପ୍ରଥମ ମହଲାରୁ ଡେଇଁ ଜଣେ ଯୁବକ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଯୁବକ ଜଣଙ୍କ ବରଗଡ଼ ଜିଲ୍ଲା ବିଜେପୁର ଥାନା ଭାଟିଗାଓଁର ସୁବୀର ସରିଦାର ବୋଲି ଜଣାପଡ଼ିଛି । ତାଙ୍କୁ ଗୁରୁତର ଅବସ୍ଥାରେ ଭିମସାର କାଜୁଆଲଟିରେ ଭର୍ତ୍ତି କରାଯାଇଛି । ମଙ୍ଗଳବାର ରାତିରେ ସୁବୀର ସରିଦାର ଏକ ଧାରୁଆ ଅସ୍ତ୍ରରେ ନିଜ ତଣ୍ଟି କାଟି ଗୁରୁତର ହୋଇଥିଲେ । ପରିବାର ଲୋକେ ପ୍ରଥମେ ତାଙ୍କୁ ବରଗଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ବୁଧବାର ଭୋରରୁ ଭିମସାରକୁ ଚିକିତ୍ସା ପାଇଁ ଆଣିଥିଲେ । ଭିମସାର କାଜୁଆଲଟିରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ଇଏନଟି ବିଭାଗରେ ଭର୍ତ୍ତି କରାଯାଇଥିଲା । ଦିନ ସାଢେ ୧୧ଟାରେ ଅସ୍ତ୍ରୋପଚାର କକ୍ଷ ସମ୍ମୁଖରେ ତାଙ୍କୁ ଅସ୍ତ୍ରୋପଚାର ପାଇଁ ଅପେକ୍ଷା କରିବାକୁ କୁହାଯାଇଥିଲା । ସେଠାରୁ ସେ କୌଶଳ କ୍ରମେ ଖସିଯାଇ ପ୍ରଥମ ମହଲା ଛାତରୁ ତଳକୁ ଡେଇଁ ଆତ୍ମହତ୍ୟା କରିବାକୁ ଉଦ୍ୟମ କରଥିଲେ । ତେବେ ଏହା ପଛରେ କାରଣ କ’ଣ ରହିଛି ତାହା ସ୍ପଷ୍ଟ ହୋଇନାହିଁ ।

You Can Read:

ବ୍ଲକ୍ ଅଧ୍ୟକ୍ଷଙ୍କ କ୍ଷମତାରେ ଲଗାମ କଷିଲେ ସରକାର, ଏଣିକି କ୍ଷମତାଶାଳୀ ହେବେ ବିଡିଓ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top