Published By: Ruby – Prameya-News7 Bureau | September 24, 2025 06:51 PM
NEWS7
ଭଦ୍ରକ ୨୪।୯: ଲାଞ୍ଚ ନେବାବେଳେ ଭିଜିଲାନ୍ସ ପଞ୍ଝାରେ ପଡିଲେ ଆରଆଇ । ଜମି ପଟ୍ଟା ମ୍ୟୁଟେସନ ପାଇଁ ଟଙ୍କା ନେଇ ଧରା ପଡ଼ିଲେ ଆରଆଇ । ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ୍ ରାଧାବଲ୍ଲଭପୁରର ଆରଆଇ ନଗେନ୍ଦ୍ର ଦାସ ଜମି ପଟ୍ଟା ମ୍ୟୁଟେସନ ପାଇଁ ପ୍ରାୟ ୯ ହଜାର ଟଙ୍କା ଦାବି କରିଥିଲେ । ଲାଞ୍ଚ ମାଗିବା ନେଇ ଭିଜିଲାନ୍ସରେ ଅଭିଯୋଗ ପରେ ଅଭିଯୋଗକାରୀ ଲାଞ୍ଚ ବାବଦକୁ ୪ ହଜାର ଟଙ୍କା ଦେଉଥିବା ବେଳେ ଭିଜିଲାନ୍ସ ଟିମ୍ ମାଡ଼ି ବସିଥିବା । ଭିଜିଲାନ୍ସ ଟିମ୍ ଆରଆଇକୁ ଧରିବା ସହ କାର୍ଯ୍ୟାଳୟରେ ଯାଞ୍ଚ କରୁଛି ।




