ଭିଜିଲାନ୍ସ ଜାଲରେ ଫରେଷ୍ଟ ରେଞ୍ଜର, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ରେଡ୍

ଭିଜିଲାନ୍ସ-ଜାଲରେ-ଫରେଷ୍ଟ-ରେଞ୍ଜର,-ଆୟ-ବହିର୍ଭୂତ-ସମ୍ପତ୍ତି-ଠୁଳ-ଅଭିଯୋଗରେ-ରେଡ୍

ଭୁବନେଶ୍ୱର ୧୯/୦୯: ଭିଜିଲାନ୍ସ ଜାଲରେ ଧରାପଡିଛି ପୁଣି ବଡ ମାଛ । ଆୟଠୁ ଅଧିକ ସମ୍ପତ୍ତି ଠୁଳ ଅଭିଯୋଗରେ ରାୟଗଡ଼ା ବନଖଣ୍ଡ ଅଧିନସ୍ଥ କାଶିପୁର ଫରେଷ୍ଟ ରେଞ୍ଜରଙ୍କ ଘରେ ପଶିଛି ଭିଜିଲାନ୍ସ । ରେଞ୍ଜର ଅନ୍ତର୍ଯ୍ୟାମୀ ସାହୁ ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ରାଜ୍ୟର ୯ ଗୋଟି ସ୍ଥାନରେ ରେଡ୍ ଚାଲିଛି ।

ତାଙ୍କ କାଶିପୁର କାର୍ଯ୍ୟାଳୟ, ସରକାରୀ ଓ ବେସରକାରୀ ବାସଭବନ, ବାଲିଗୁଡା, ନୟାଗଡ଼, ସାଇ କେତା, ଭୁବନେଶ୍ୱର, ଭଞ୍ଜନଗର ଓ ବ୍ରହ୍ମପୁରରେ ଏହି ରେଡ୍ ଜାରି ରହିଛି । ତାଙ୍କର ସମ୍ପର୍କୀୟଙ୍କ ଘରେ ବି ରେଡ୍ ଚାଲିଛି। ଏକକାଳୀନ ସମସ୍ତ ସ୍ଥାନରେ ଭିଜିଲାନ୍ସ ବିଭାଗ ଚଢ଼ାଉ କରିଛି । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ କରିବା ଅଭିଯୋଗରେ ଏହି ଚଢ଼ାଉ ଜାରି ରହିଛି । ୯ ଗୋଟି ଗୋଟି ସ୍ଵତନ୍ତ୍ର ଦଳ ଗଠନ କରାଯାଇ ଏହି ଚଢ଼ାଉ କରାଯାଇଛି।

Scroll to Top