ଭିକ୍ଷା ମାଗିବାକୁ ଆସି ନାବାଳିକାକୁ ଅସଦାଚରଣ; ମାଡ଼ ଖାଇଲେ, ଥାନାକୁ ଗଲେ
Published By: Sangita – Prameya-News7 Bureau | November 03, 2025 01:24 PM
NEWS7
କଟକ : କଟକର ମଧୁପାଟଣା ଅଞ୍ଚଳରେ ଘଟିଛି ଏକ ଅଭାବନୀୟ ଘଟଣା । ଭିକ୍ଷା ମାଗିବାକୁ ଆସି ନାବାଳିକାକୁ ଅସଦାଚରଣ କରିଛନ୍ତି ଜଣେ ବାବା। ସ୍ଥାନୀୟ ଲୋକେ କାବୁ କରି ପୋଲିସର ଜିମା ଦେଇଛନ୍ତି।
ସୂଚନାନୁସାରେ, କଟକ ମଧୁପାଟଣା ଥାନା ଅନ୍ତର୍ଗତ କାଜିଢିଅ ଅଞ୍ଚଳରେ ଆଜି ଦିନ ୧୦ ଟା ସମୟରେ ଜଣେ ବାବା ଭିକ୍ଷା ବୃତ୍ତି ପାଇଁ ଜଣେ ବ୍ୟକ୍ତିଙ୍କ ଘରକୁ ଆସିଥିଲେ । ବାବା ଜଣକ ବାହାରେ ଛିଡ଼ା ହୋଇ ଭିକ୍ଷା ମାଗିବାରୁ ଘରର ମାଲିକ ତାଙ୍କ ୭ବର୍ଷର ଝିଅକୁ କହିଥିଲେ ବାବାଙ୍କୁ ନେଇ ପଇସା ଦେବା ପାଇଁ । ଏହା କହି ଝିଅଟିର ମା’ ଯେତେବେଳେ ବାଥରୁମ ଯାଇଛନ୍ତି ଏହାର ସୁଯୋଗ ନେଇ ସେହି ବାବା ଜଣଙ୍କ ଉକ୍ତ ନାବାଳିକାକୁ ଅସଦାଚରଣ କରିଥିଲେ ।
ପରେ ନାବାଳିକା ଭୟଭିତ ହୋଇ ପରିବାର ଲୋକଙ୍କୁ ଡାକିବା ଫଳରେ ବାବା ଜଣକ ସେଠାରୁ ଖସି ପଳାଇଥିଲେ । କିନ୍ତୁ ସ୍ଥାନୀୟ ଲୋକେ ତାଙ୍କୁ କାବୁ କରି ନେଇ ନିର୍ଧୁମ୍ ଛେଚିବା ପରେ ମଧୁପାଟଣା ଥାନାକୁ ଯୋଗାଯୋଗ କରିଥିଲେ । ମଧୁପାଟଣା ଥାନା ପୋଲିସ ଆସି ବାବାଙ୍କୁ ଥାନାକୁ ନେଇ ଅଟକ ରଖି ପଚରାଉଚରା କରୁଛି ।




