ନୂଆଦିଲ୍ଲୀ – ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଏସିଆ କପ୍ ୨୦୨୫ର ୧୮ତମ ମୁକାବିଲା ଦୁବାଇ ଇଣ୍ଟରନ୍ୟାସନାଲ କ୍ରିକେଟ୍ ଷ୍ଟାଡିୟମରେ ଶୁକ୍ରବାର ଖେଳା ଯାଉଛି। ଶ୍ରୀଲଙ୍କା ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଟିମ୍ ଏବେ ସୁଦ୍ଧା ଅପରାଜେୟ ରହିଛି।
ଭାରତୀୟ ଟିମ୍ ଶ୍ରୀଲଙ୍କା ବିରୋଧରେ ଏସିଆ କପ୍ ୨୦୨୫ର ସୁପର ଫୋର୍ ମୁକାବିଲାରେ ଦୁଇଟି ପରିବର୍ତ୍ତନ କରିଛି। ଜସପ୍ରୀତ ବୁମରାହ ଓ ଶିଭମ ଦୁବେଙ୍କୁ ବିଶ୍ରାମ ଦିଆଯାଇଥିବା ବେଳେ ହର୍ଷିତ ରାଣା ଓ ଅର୍ଶଦୀପ ସିଂହଙ୍କୁ ପୁଣି ସୁଯୋଗ ମିଳିଛି। ଶ୍ରୀଲଙ୍କା ଜନିଥ ଲିଆନଗେଙ୍କୁ କରୁଣାରତ୍ନେଙ୍କ ସ୍ଥାନରେ ସାମିଲ କରିଛି।
ଟିମ୍ ଇଣ୍ଡିଆ ପ୍ଲେଇଂ ଇଲେଭନ : ଅଭିଷେକ୍ ଶର୍ମା , ଶୁଭମନ ଗିଲ୍ , ସୂର୍ଯ୍ୟ କୁମାର ଯାଦବ (ଅଧିନାୟକ) , ତିଳକ ବର୍ମା , ସଞ୍ଜୁ ସାମସନ (ୱିକେଟକିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, ହର୍ଷିତ ରାଣା , କୁଲଦୀପ ଯାଦବ , ଅର୍ଶଦୀପ ସିଂହ , ବରୁଣ ଚକ୍ରବର୍ତ୍ତୀ
ଶ୍ରୀଲଙ୍କା ପ୍ଲେଇଂ ଇଲେଭନ : ପଥୁମ ନିସାଙ୍କା, କୁସଲ ମେଣ୍ଡିସ୍ (ୱିକେଟକିପର), କୁସଲ ପରେରା , ଚରିଥ ଅସଲାଙ୍କା (ଅଧିନାୟକ) , କାମିନ୍ଦୁ ମେଣ୍ଡିସ , ଦାସୁନ ଶନାକା , ୱାନିନ୍ଦୁ ହସରଙ୍ଗା, ଜେନିଥ ଲିଆନଗେ, ଦୁଷ୍ମନ୍ଥା ଚମିରା , ମହିଶ ଥିକ୍ଷାନା , ନିୱାନ ତୁଷାରା




