ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବୁଧବାର ମୁମ୍ୱାଇରେ ଇଣ୍ଡିଆ ମାରିଟାଇନ୍ ଲିଡର୍ସ କନକ୍ଲେଭ ୨୦୨୫କୁ ସମ୍ୱୋଧିତ କରିଛନ୍ତି । ଏହି ଅବସରରେ ପିଏମ୍ ମୋଦୀ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର ଏହି କାଳଖଣ୍ଡରେ ଭାରତର ସାମୁଦ୍ରିକ କ୍ଷେତ୍ର ଦ୍ରୁତ ଓ ନବ ଉର୍ଜା ସହ ଆଗକୁ ବଢୁଛି । ଦେଶର ବନ୍ଦର ଏବେ ବିକାଶଶୀଳ ଦେଶରେ ସବୁଠୁ ଦକ୍ଷ ବନ୍ଦର ମଧ୍ୟରେ ଗଣତି ହେଉଛି । ୨୦୨୫ ଭାରତର ମାରିଟାଇମ୍ ସେକ୍ଟର ପାଇଁ ଗୁରୁତ୍ୱପୂର୍ଣ୍ଣ ବର୍ଷ ରହିଥିଲା ।
ଇଣ୍ଡିଆ ମାରିଟାଇମ୍ ସପ୍ତାହ ୨୦୨୫ କାର୍ଯ୍ୟକ୍ରମରେ ଉପଲବ୍ଧିକୁ ଉଲ୍ଲେଖ କରି ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି, “ଭାରତର ପ୍ରଥମ ଗଭୀର ଜଳ ଅନ୍ତର୍ଜାତୀୟ ଟ୍ରାନ୍ସସିପମେଣ୍ଟ ହବ୍, ଭିଜିଞ୍ଜାମ ବନ୍ଦର ବର୍ତ୍ତମାନ କାର୍ଯ୍ୟକ୍ଷମ ହୋଇଛି । ବିଶ୍ୱର ସର୍ବବୃହତ କଣ୍ଟେନର ଜାହାଜ ମଧ୍ୟ ସେଠାରେ ପହଞ୍ଚିଛି । ଏହା ପ୍ରତ୍ୟେକ ଭାରତୀୟଙ୍କ ପାଇଁ ଏକ ଗର୍ବର ମୁହୂର୍ତ୍ତ ।” ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଆଜି ଭାରତର ବନ୍ଦରଗୁଡ଼ିକୁ ବିକାଶଶୀଳ ଦେଶଗୁଡ଼ିକରେ ସବୁଠାରୁ ଦକ୍ଷ ବନ୍ଦର ମଧ୍ୟରେ ଗଣନା କରାଯାଏ। ଅନେକ ଦୃଷ୍ଟିରୁ, ସେମାନେ ବିକଶିତ ଦେଶର ବନ୍ଦରଗୁଡ଼ିକ ଅପେକ୍ଷା ଭଲ ପ୍ରଦର୍ଶନ କରୁଛନ୍ତି।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ୨୦୨୪-୨୫ ବର୍ଷରେ ଭାରତର ପ୍ରମୁଖ ବନ୍ଦରଗୁଡ଼ିକ ସର୍ବାଧିକ ମାଲ ପରିବହନ କରି ଏକ ନୂତନ ରେକର୍ଡ ସ୍ଥାପନ କରିଛନ୍ତି । JNPTରେ ଆଉ ଏକ ପ୍ରମୁଖ ବିକାଶ ହୋଇଛି । JNPTରେ ଭାରତ-ମୁମ୍ବାଇ କଣ୍ଟେନର ଟର୍ମିନାଲ ପର୍ଯ୍ୟାୟ-୨ ମଧ୍ୟ ଉଦଘାଟିତ ହୋଇଛି । ଏହା ଟର୍ମିନାଲର କ୍ଷମତାକୁ ଦ୍ୱିଗୁଣିତ କରିଛି, ଯାହା ଏହାକୁ ଭାରତର ସର୍ବବୃହତ କଣ୍ଟେନର ବନ୍ଦର କରିଛି । ସେ କହିଛନ୍ତି ଯେ ନୂତନ ଜାହାଜ ଚଳାଚଳ ଆଇନ ରାଜ୍ୟ ସାମୁଦ୍ରିକ ବୋର୍ଡର ଭୂମିକାକୁ ସୁଦୃଢ଼ କରିଥାଏ ଏବଂ ବନ୍ଦର ପରିଚାଳନାରେ ଡିଜିଟାଲ୍ ପ୍ରଯୁକ୍ତିର ସମନ୍ୱୟକୁ ପ୍ରୋତ୍ସାହିତ କରିଥାଏ ।
#WATCH | Mumbai: Addressing the Maritime Leaders’ Conclave, Prime Minister Narendra Modi says, “… In this era of the 21st century, India’s maritime sector is moving forward with rapid speed and energy. The year 2025 has been a very important year for India’s maritime sector. In… pic.twitter.com/vxCXzvQRvx
— ANI (@ANI) October 29, 2025
ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି, “ଏହି କାର୍ଯ୍ୟକ୍ରମ ୨୦୧୬ରେ ମୁମ୍ବାଇରେ ଆରମ୍ଭ ହୋଇଥିଲା ଏବଂ ଆମ ସମସ୍ତଙ୍କ ପାଇଁ ଖୁସିର କଥା ଯେ ଆଜି ଏହି ଶିଖର ସମ୍ମିଳନୀ ଏକ ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମରେ ପରିଣତ ହୋଇଛି । ଆଜି ଏହି କାର୍ଯ୍ୟକ୍ରମରେ ବିଶ୍ୱର ୮୫ରୁ ଅଧିକ ଦେଶର ଅଂଶଗ୍ରହଣ ଏକ ବଡ଼ ବାର୍ତ୍ତା ଦେଉଛି । ଏଠାରେ ଜାହାଜ ଚଳାଚଳ କ୍ଷେତ୍ର ସହିତ ଜଡିତ ଅନେକ ଯୋଜନା ଆରମ୍ଭ ହୋଇଛି ଏବଂ ଶିପିଂ କ୍ଷେତ୍ରରେ ଲକ୍ଷ ଲକ୍ଷ କୋଟି ଟଙ୍କାର ଏମଓୟୁ ମଧ୍ୟ ଜାରି କରାଯାଇଛି । ଭାରତର ସାମୁଦ୍ରିକ କ୍ଷେତ୍ରରେ ବିଶ୍ୱର ବିଶ୍ୱାସକୁ ଏହା ଦର୍ଶାଉଛି ।”
ସେ କହିଛନ୍ତି ଯେ ମାରିଟାଇମ ଉଣ୍ଡିଆ ଦୃଷ୍ଟିକୋଣ ଅଧୀନରେ ୧୫୦ରୁ ଅଧିକ ପଦକ୍ଷେପ ଆରମ୍ଭ କରାଯାଇଛି, ଯାହା ଫଳରେ ସାମୁଦ୍ରିକ କ୍ଷେତ୍ରରେ ଉଲ୍ଲେଖନୀୟ ଉନ୍ନତି ଆସିଛି । ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ ଭାରତର ପ୍ରମୁଖ ବନ୍ଦରଗୁଡ଼ିକର କ୍ଷମତା ଦ୍ୱିଗୁଣିତ ହୋଇଛି ଏବଂ ପରିବହନ ସମୟ ଯଥେଷ୍ଟ ହ୍ରାସ ପାଇଛି । ସେ କହିଛନ୍ତି ଯେ କ୍ରୁଜ୍ ପର୍ଯ୍ୟଟନ ଯଥେଷ୍ଟ ବୃଦ୍ଧି ପାଇଛି ଏବଂ ଆଭ୍ୟନ୍ତରୀଣ ଜଳମାର୍ଗ ଯଥେଷ୍ଟ ବୃଦ୍ଧି ପାଇଛି, ଯାହା ଫଳରେ ମାଲ ପରିବହନରେ ୭୦୦ ପ୍ରତିଶତରୁ ଅଧିକ ବୃଦ୍ଧି ଘଟିଛି।




