‘ଭାରତ ମାତା କି ଜୟ’ କହି ଟ୍ରୋଲ୍ ହୋଇଥିବା ଜାହ୍ନବୀ କପୁର ଦେଲେ ଜବାବ , କହିଲେ ମୁଁ …

‘ଭାରତ-ମାତା-କି-ଜୟ’-କହି-ଟ୍ରୋଲ୍-ହୋଇଥିବା-ଜାହ୍ନବୀ-କପୁର-ଦେଲେ-ଜବାବ-,-କହିଲେ-ମୁଁ-…

ମୁମ୍ୱାଇ : ଜାହ୍ନବୀ କପୁର ଜନ୍ମାଷ୍ଟମୀ ଅବସରରେ ମୁମ୍ୱାଇର ଘାଟକୋପରରେ ଏକ ଇଭେଣ୍ଟକୁ ଯାଇଥିଲେ। ଉକ୍ତ ଇଭେଣ୍ଟର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଭିଡ଼ିଓରେ ଜାହ୍ନବୀ କପୁର ଦହି ହାଣ୍ଡି ଭାଙ୍ଗୁଛନ୍ତି ଏବଂ ଭାରତ ମାତାଙ୍କର ଜୟର ନାରା ଦେଉ ଥିବାର ନଜର ଆସୁଛି। ଏହି କାରଣରୁ କିଛି ଲୋକ ତାଙ୍କୁ ସୋସିଆଲ ମିଡ଼ିଆରେ ଟ୍ରୋଲ୍‌ କରୁଛନ୍ତି। ଏବେ ଜାହ୍ନବୀ କପୁର ଟ୍ରୋଲକୁ ଜବାବ ଦେଇଛନ୍ତି। 

ଜାହ୍ନବୀ କପୁର ଇନଷ୍ଟାଗ୍ରାମ୍‌ରେ ଏହି ଇଭେଣ୍ଟର ପୂରା ଭିଡ଼ିଓ ସେୟାର କରିଛନ୍ତି। ଏହି ଭିଡ଼ିଓରେ ନଜର ଆସୁଛି ଯେ, ପ୍ରଥମେ ବିଜେପି ଏମପି ରାମ କଦମ ଭାରତ ମାତା କି ଜୟ କହୁଛନ୍ତି। ଜାହ୍ନବୀ ତାଙ୍କର ପରେ ଏହାକୁ ଦୋହରାଉଛନ୍ତି।

ଜାହ୍ନବୀ କପୁର ଭିଡ଼ିଓ ସେୟାର କରି ଲେଖିଛନ୍ତି – ତାଙ୍କ କହିବା ପରେ କହି ନଥିଲେ ତ ସମସ୍ୟା ଏବଂ କହିବାରୁ ଭିଡ଼ିଓକୁ କାଟି ମିମ୍‌ କରି ଦେଲେ। କେବଳ ଜନ୍ମାଷ୍ଟମୀ ଦିନ ନୁହେଁ , ପ୍ରତିଦିନ କହିବି ଭାରତ ମାତା କି ଜୟ।

ଜାହ୍ନବୀ କପୁରଙ୍କର କାମ କଥା ଯଦି କହିବା ତ ତାଙ୍କ ଫିଲ୍ମ ପରମ ସୁନ୍ଦରୀ ଖୁବ୍‌ ଶୀଘ୍ର ଫିଲ୍ମ ହଲ୍‌ରେ ରିଲିଜ ହେବାକୁ ଯାଉଛି। ଏହି ଫିଲ୍ମରେ ଜାହ୍ନବୀ କପୁରଙ୍କ ସହ ସିଦ୍ଧାର୍ଥ ମାଲହୋତ୍ରା ନଜର ଆସିବେ। ଜାହ୍ନବୀ କପୁରଙ୍କ ଏହି ଫିଲ୍ମ ୨୯ ଅଗଷ୍ଟରେ ଫିଲ୍ମ ହଲ୍‌ରେ ରିଲିଜ ହେବ। ତାଙ୍କର ଏହି ଫିଲ୍ମ ତୁଷାର ଜଲୋଟା ନିର୍ଦ୍ଦେଶନା ଦେଇଛନ୍ତି। 

Scroll to Top