ଭାରତୀୟ ବିମାନ ପାଇଁ ଆକାଶ ପଥ ବନ୍ଦ କରିବା ପାକିସ୍ତାନକୁ ପଡ଼ିଲା ମହଙ୍ଗା , ୪.୧ ବିଲିୟନ ଟଙ୍କାର କ୍ଷତି

ଭାରତୀୟ-ବିମାନ-ପାଇଁ-ଆକାଶ-ପଥ-ବନ୍ଦ-କରିବା-ପାକିସ୍ତାନକୁ-ପଡ଼ିଲା-ମହଙ୍ଗା-,-୪.୧-ବିଲିୟନ-ଟଙ୍କାର-କ୍ଷତି

ଇସଲାମାବାଦ : ଭାରତୀୟ ଏୟାରଲାଇନ୍ସ ପାଇଁ ନିଜର ବିମାନ କ୍ଷେତ୍ର ବନ୍ଦ କରିବା ପରେ ପାକିସ୍ତାନକୁ ୪.୧ ବିଲିୟନ ଟଙ୍କାର କ୍ଷତି ସହିବାକୁ ପଡ଼ିଛି। ଏହି ସୂଚନା ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ନ୍ୟାସନାଲ ଆସେମ୍ୱଲି( ଜାତୀୟ ସଭା) ରେ ଦେଇଛି। ପାକିସ୍ତାନ ସରକାର କହିଛନ୍ତି ଯେ, ଏହି କ୍ଷତି ୨୪ ଅପ୍ରେଲ୍‌ରୁ ୩୦ ଜୁନ ମଧ୍ୟରେ ହୋଇଛି। ଅର୍ଥାତ୍‌ ପାକିସ୍ତାନ ବିମାନ ବନ୍ଦର ପ୍ରାଧିକରଣକୁ ଏଥିରେ ମଧ୍ୟ ବଡ଼ କ୍ଷତି ହୋଇଛି,ଯାହା ଏବେ ବି ଜାରି ରହିଛି , କାରଣ ପଡୋଶୀ ଦେଶ ଭାରତୀୟ ଏୟାରଲାଇନ୍ସ ପାଇଁ ନିଜର ବିମାନ କ୍ଷେତ୍ର ଏବେ ବି ଖୋଲି ନାହିଁ। 

ପାକିସ୍ତାନୀ ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ, ଏହି ପଦକ୍ଷେପ ଭାରତ ଦ୍ୱାରା ୨୩ ଅପ୍ରେଲ୍‌ରେ ସିନ୍ଧୁଜଳ ଚୁକ୍ତିକୁ ବାତିଲ କରିବାର ଜବାବରେ  ନିଆଯାଇଛି। ପାକିସ୍ତାନ ଭାରତୀୟ ପଞ୍ଜୀକୃତ ବିମାନ ଓ ଭାରତୀୟ ଏୟାରଲାଇନ୍ସ ଦ୍ୱାରା ପରିଚାଳିତ ,ମାଲିକାନା ବା ଲିଜ୍‌ ନେଇଥିବା ବିମାନ ଗୁଡ଼ିକୁ ଏହାର  ବିମାନ କ୍ଷେତ୍ରରେ ଉଡ଼ାଣ ଭରିବାର ଅନୁମତି ବାତିଲ କରିଥିଲା। ବିମାନ ଚଳାଚଳ କ୍ଷେତ୍ରରେ ପ୍ରତିବନ୍ଧକ ଲଗାଇବାରୁ ପ୍ରତିଦିନ ୧୦୦ରୁ ୧୫୦ ଭାରତୀୟ ଉଡ଼ାଣ ଉପରେ ପ୍ରଭାବ ପଡ଼ିଛି, ଯେଉଁଥିପାଇଁ ପାକିସ୍ତାନର ବିମାନ ଯାତାୟାତରେ ପାଖାପାଖି ୨୦ ପ୍ରତିଶତର ହ୍ରାସ ଘଟିଛି। ପାକ୍‌ ପ୍ରତିରକ୍ଷା ମନ୍ତ୍ରୀ ଖ୍ୱାଜା ଆସିଫ୍‌ ଜାତୀୟ ସଭାରେ କହିଛନ୍ତି ଯେ, ଏହି ପ୍ରତିବନ୍ଧକରେ ଆର୍ଥିକ କ୍ଷତି ହୋଇଛି, କିନ୍ତୁ ଜାତୀୟ ସୁରକ୍ଷା ଓ ସାର୍ବଭୌମତ୍ୱକୁ ପ୍ରାଥମିକତା ଦିଆଯାଇଛି। ସେ କହିଛନ୍ତି, ଯେବେ କଥା ସାର୍ବଭୌମତ୍ୱ ଓ  ପ୍ରତିରକ୍ଷାର ହୋଇଥିବ, ତ କୌଣସି ବି ମୂଲ୍ୟ ବଡ଼ ହୋଇ ନଥାଏ।

ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ ,ଏହି କ୍ଷତି ୪.୧ ବିଲିୟନ ଟଙ୍କାର ହୋଇଛି , ଯାହା ପ୍ରଥମେ ଆନୁମାନିକ ୮.୫ ବିଲିୟନ ଟଙ୍କା ତୁଳନାରେ ବହୁତ କମ୍‌। ଏହା ପୂର୍ବରୁ, ୨୦୧୯ରେ ମଧ୍ୟ ଏହିପରି ଉତ୍ତେଜନା ବେଳେ ବିମାନ କ୍ଷେତ୍ର ବନ୍ଦ କରିବାରେ ପାକିସ୍ତାନକୁ ୭.୬ ବିଲିୟନ ଟଙ୍କାର କ୍ଷତି ହୋଇଥିଲା। ମନ୍ତ୍ରଣାଳୟ ଏହା ମଧ୍ୟ କହିଛି ଯେ, ୨୦୧୯ରେ ହାରାହାରି ଦୈନିକ ଓଭରଫ୍ଲାଇଟ୍ ରାଜସ୍ୱ ୫୦୮,୦୦୦ ଡଲାର ଥିଲା, ଯାହା ୨୦୨୫ରେ ବୃଦ୍ଧି ପାଇଁ ୭୬୦,୦୦୦ ଡଲାର ହୋଇଛି।

ପାକିସ୍ତାନ ତାର ନୀତିକୁ ରକ୍ଷା କରି କହିଛି, ବାୟୁସୀମା ବନ୍ଦ କରିବାର ନିଷ୍ପତ୍ତି କେନ୍ଦ୍ର ସରକାରଙ୍କ ଅଧିକାର କ୍ଷେତ୍ର ଅଧୀନରେ ଆସୁଥିବା ଏକ ନୋଟିସ୍‌ ଟୁ ଏୟାରମେନ ( NOTAM) ମାଧ୍ୟମରେ ନିଆଯାଇଛି, ଯାହା କେନ୍ଦ୍ର ସରକାରଙ୍କ ଅଧିକୃତ କ୍ଷେତ୍ରରେ ଆସିଥାଏ। ମନ୍ତ୍ରଣାଳୟ ଜୋର ଦେଇ କହିଛି ଯେ, ଏହି ପଦକ୍ଷେପ ନାଗରିକଙ୍କ ସୁରକ୍ଷା, ଭିତ୍ତିଭୂମିର ସୁରକ୍ଷା ଓ ସୈନ ଯୋଜନାକୁ ସକ୍ଷମ କରିବା ପାଇଁ ନିଆ ଯାଇଥିଲା। 

Scroll to Top