ଭାରତର ‘ୱାଲ୍‌’ ରାହୁଲ ଦ୍ରାବିଡ୍‌ଙ୍କୁ କେଉଁ ବୋଲର ଲାଗୁଥିଲେ ବିପଜ୍ଜନକ ? ଅଶ୍ୱିନଙ୍କ ଶୋ’ରେ କଲେ ଖୁଲାସା

ଭାରତର-‘ୱାଲ୍‌’-ରାହୁଲ-ଦ୍ରାବିଡ୍‌ଙ୍କୁ-କେଉଁ-ବୋଲର-ଲାଗୁଥିଲେ-ବିପଜ୍ଜନକ-?-ଅଶ୍ୱିନଙ୍କ-ଶୋ’ରେ-କଲେ-ଖୁଲାସା

ନୂଆଦିଲ୍ଲୀ : ଏହି ୱାଲ୍‌ କାହିଁକି ଭାଙ୍ଗୁ ନାହିଁ …, ଏହା ଏକ ସିମେଣ୍ଟ କମ୍ପାନୀର ବିଜ୍ଞାପନର ଟ୍ୟାଗ୍‌ଲାଇନ୍‌, କିନ୍ତୁ ରାହୁଲ ଦ୍ରାବିଡ ନିଜ ସମୟରେ ଭାରତ ପାଇଁ ଏମିତି ହିଁ କାନ୍ଥ ଭାବେ ଥିଲେ। ବୋଲର ଏମିତି ମୁଣ୍ଡ ହଲାଉ ଥିଲେ, ଯେମିତି କହୁଛନ୍ତି –ଏହି ୱାଲ୍ କାହିଁକି ଭାଙ୍ଗୁ ନାହିଁ। କିନ୍ତୁ ଭାରତର ଏହି ୱାଲ୍‌କୁ କେଉଁ ବୋଲରଙ୍କୁ ଖେଳିବା ଚ୍ୟାଲେଞ୍ଜପୂର୍ଣ୍ଣ ଲାଗୁ ଥିଲା ? ରବିଚନ୍ଦ୍ରନ ଅଶ୍ୱିନଙ୍କ ସହ କଥାବାର୍ତ୍ତାରେ ରାହୁଲ ଦ୍ରାବିଡ୍‌ ଏହାର ଉତ୍ତର ଦେଇଛନ୍ତି। 

ରାହୁଲ ଦ୍ରାବିଡ୍‌ ନିଜର ଅନ୍ତର୍ଜାତୀୟ କ୍ୟାରିୟରରେ ୧୬୪ଟି ଟେଷ୍ଟ ,୩୪୪ ଟି ୱାନଡେ ଓ ଗୋଟିଏ ଟି-୨୦ ମ୍ୟାଚ୍‌ ଖେଳି ଥିଲେ। ୧୯୯୬ରୁ ୨୦୧୨ ଯାଏ ସେ ବିଶ୍ୱର ଗୋଟିଏ ପରେ ଗୋଟିଏ ବିପଜ୍ଜନକ ବୋଲରଙ୍କ ସାମ୍ନା କରି ଥିଲେ। ୱାସିମ୍‌ ଆକ୍ରମଙ୍କ ଠାରୁ ନେଇ ୱକାର ୟୁନୁସ୍‌ ଓ ସୋଏବ ଅଖତରଙ୍କ ଯାଏ, ଶେନ ୱାର୍ଣ୍ଣଙ୍କ ଠାରୁ ନେଇ ଗ୍ଲେନ୍‌ ମ୍ୟାକଗ୍ରା ଓ ବ୍ରେଟ୍‌ ଲିଙ୍କ ଯାଏ, ମୁଥେୟା ମୁରଲିଧରନଙ୍କ ଠାରୁ ନେଇ ଚାମିଣ୍ଡା ଭାସ୍‌ଙ୍କ ଯାଏ, କୋର୍ଟନୀ ୱାଲ୍ସଙ୍କ ଠାରୁ ନେଇ କୋର୍ଟନୀ ଏବ୍ରୋଜ ଯାଏ, ଜେମ୍ସ ଆଣ୍ଡରସନଙ୍କ ଠାରୁ ଷ୍ଟୁଆର୍ଟ ବ୍ରାଡ୍ ଯାଏ, ଏଲନ ଡୋନାଲ୍ଡଙ୍କ ଠାରୁ ନେଇ ମଖାୟାଏଣ୍ଟିନିଙ୍କ ଯାଏ … ସେ ଅନେକ ବିଶ୍ୱ ସ୍ତରୀୟ ବୋଲକଙ୍କ ବିରୋଧରେ ଖେଳିଥିଲେ।

‘କୁଟ୍ଟି ଷ୍ଟୋରିଜ୍‌ ୱିଦ୍‌ ଆଶ୍‌’ ଶୋ’ରେ ଆର୍ ଅଶ୍ୱିନ ରାହୁଲ ଦ୍ରାବିଡ୍‌ଙ୍କୁ ପଚାରି ଥିଲେ ଯେ, ତାଙ୍କୁ କେଉଁ  ଦ୍ରୁତ୍‌ ବୋଲର ସବୁଠୁ ଅଧିକ ଚ୍ୟାଲେଞ୍ଜପୂର୍ଣ୍ଣ ଲାଗନ୍ତି। ଉତ୍ତରରେ ଦ୍ରାବିଡ୍‌ ଗ୍ଲେନ୍‌ ମ୍ୟାକଗ୍ରାଙ୍କ ନାମ କହିଥିଲେ।

ଭାରତୀୟ କ୍ରିକେଟ୍ ଟିମ୍‌ର ପୂର୍ବତନ କୋଚ୍‌ କହିଛନ୍ତି , ଦ୍ରୁତ୍‌ ବୋଲରଙ୍କ କଥା କହିବି ତ ଗ୍ଲେନ୍‌ ମ୍ୟାକଗ୍ରା। ଏମିତି ଭାବେ ମୁଁ ୱାସିମ୍‌ (ଆକ୍ରମ) ଓ ୱକାର (ୟୁନୁସ)ଙ୍କୁ ମଧ୍ୟ ତାଙ୍କର କ୍ୟାରିୟରର ଶେଷ ସମୟ ଯାଏ ଖେଳିଛି। ଏଥିପାଇଁ ଏହା ସଠିକ୍‌ ହେବ ନାହିଁ …ଯେଉଁ ଲୋକେ ୱାସିମ୍‌ଙ୍କୁ ପୂର୍ବରୁ ଖେଳି ଥିଲେ ସେ କୁହନ୍ତି କି, ସେ ଜଣେ ଅଲଗା ପ୍ରକାରର ଥିଲେ ଏବଂ ଭିଡ଼ିଓ ଦେଖି ମୁଁ କଳ୍ପନା କରି ପାରିବି…ଏବଂ ଏମିତି କି ନିଜ କ୍ୟାରିୟରର ଶେଷ ଦିନ ଯାଏ ବୋଲିଂ କରିବା ବେଳେ ସେ ବହୁତ ଭଲ ଥିଲେ। କିନ୍ତୁ ମୁଁ ମ୍ୟାକଗ୍ରାଙ୍କୁ ତାଙ୍କର ପିକ୍‌ ସମୟରେ ଖେଳିଛି। ସେ ଜଣେ ଜବରଦସ୍ତ ବୋଲର ଥିଲେ। ସେ ମୋର ଅଫ୍‌ ଷ୍ଟମ୍ପକୁ ଅନ୍ୟ କୌଣସି ବି ବୋଲରଙ୍କ ଠାରୁ ଅଧିକ ଚ୍ୟାଲେଞ୍ଜ ଦେଇଥିଲେ। ମୁଁ ତାଙ୍କ ଠାରୁ ମଧ୍ୟ ଅଧିକ ଦ୍ରୁତ ବୋଲରଙ୍କୁ ଖେଳିଛି, କିନ୍ତୁ ନିରନ୍ତରତା ଓ ଦକ୍ଷତା ମାମଲାରେ ସେ ସବୁଠୁ ମୁସ୍କିଲ ବୋଲର ଥିଲେ, ଯାହାଙ୍କର ମୁଁ ସାମ୍ନା କରିଛି।

କୌଣସି ସ୍ପିନରଙ୍କୁ ଖେଳିବା ତାଙ୍କୁ ସବୁଠୁ ଅସୁବିଧା ହେଉଥିଲା କି, ଏହାର ଉତ୍ତରରେ ଦ୍ରାବିଡ୍‌ ମୁଥେୟା ମୁରଲିଧରନଙ୍କ ନାଁ ନେଇ ଥିଲେ। ସେ କହି ଥିଲେ, ସ୍ପିନରଙ୍କ କଥା ଯଦି କହିବା ତ, ମୁଁ ଯାହାଙ୍କ ବିରୋଧରେ ଖେଳି ଥିଲି, ଏଥରେ ମୁଥେୟା ମୁରଲିଧରନ ସର୍ବଶ୍ରେଷ୍ଠ ବୋଲର ଥିଲେ। ବିଶେଷକରି ସେତେବେଳେ ଯେବେ ସେ ରାଉଣ୍ଡ ଦ ୱିକେଟ୍‌ ଆସୁ ଥିଲେ ଏବଂ ଦୁସରା ପକାଉ ଥିଲେ। ସେ ଏମିତି ବୋଲର ଥିଲେ, ସେ କେହେ  ଥକି ଯାଉ ନଥିଲେ ଏବଂ ଲମ୍ୱା ସ୍ପେଲ୍‌ ବୋଲିଂ କରୁଥିଲେ। ସେ ଜଣେ ଜବରଦସ୍ତ ସ୍ପିନର ଥିଲେ। 

Scroll to Top