ଭାରତର ସଫଳତାରେ ଦୁନିଆରେ ରହିବ ସ୍ଥିରତା, ଐତିହାସିକ ବୁଝାମଣା ପୂର୍ବରୁ EU ମୁଖ୍ୟଙ୍କ ବଡ଼ ବୟାନ

ଭାରତର-ସଫଳତାରେ-ଦୁନିଆରେ-ରହିବ-ସ୍ଥିରତା,-ଐତିହାସିକ-ବୁଝାମଣା-ପୂର୍ବରୁ-eu-ମୁଖ୍ୟଙ୍କ-ବଡ଼-ବୟାନ

ନୂଆଦିଲ୍ଲୀ: ୭୭ତମ ସାଧାରଣତନ୍ତ୍ର ଦିବସର ମୁଖ୍ୟ ଅତିଥି ଓ ୟୁରୋପୀୟ ଆୟୋଗର ଅଧ୍ୟକ୍ଷ ଉର୍ସୁଲା ୱାନ ଡେର ଲେୟେନ ଭାରତକୁ ବୈଶ୍ୱିକ ସ୍ଥିରତାର ସ୍ତମ୍ଭ ବୋଲି କହିଛନ୍ତି । ସେ କହିଛନ୍ତି, ଭାରତର ସଫଳତାରେ ହିଁ ଦୁନିଆକୁ ଆର୍ଥିକ ସ୍ଥିର, ସମୃଦ୍ଧ ଓ ସୁରକ୍ଷିତ କରୁଛି । ତାଙ୍କର ଏହି ବୟାନ ଭାରତ ଓ ୟୁରୋପୀୟ ସଂଘ ମଧ୍ୟରେ ହେବାକୁ ଥିବା ବହୁପ୍ରତୀକ୍ଷିତ ଐତିହାସିକ ମୁକ୍ତ ବାଣିଜ୍ୟ ବୁଝାମଣା ଠିକ୍ ପୂର୍ବରୁ ଆସିଛି । କିଛି ଦିନ ପୂର୍ବରେ ଡାଭୋସରେ ସେ ଏହି ଚୁକ୍ତିକୁ ମଦର୍ ଅଫ୍ ଅଲ୍ ଡିଲ୍ ରୂପେ ବିବେଚନା କରିଥିଲେ । ତିନି ଦିନିଆ ଭାରତ ଗସ୍ତରେ ଆସିଥିବା ଉର୍ସୁଲା ଆଜି ଭାରତର ୭୭ତମ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ । ତାଙ୍କ ସହ ୟୁରୋପୀୟ ପରିଷଦର ଅଧ୍ୟକ୍ଷ ଆଣ୍ଟୋନିଓ କୋଷ୍ଟା ମଧ୍ୟ ଏହି ଭଗ୍ୟ ଆୟୋଜନରେ ସାମିଲ ହୋଇଥିଲେ ।

ୱାନ ଡେର ଲେୟେନ ଏହିକୁ ନିଜ ଜୀବନର ସବୁଠୁ ବଡ଼ ସମ୍ମାନ ବୋଲି କହିଛନ୍ତି । ସେ ସୋସିଆଲ୍ ମିଡିଆ ପ୍ଲାଟଫର୍ମ ଏକ୍ସରେ ଲେଖିଛନ୍ତି, ‘ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ହେବା ସାରା ଜୀବନର ସମ୍ମାନ ଅଟେ । ଏକ ସଫଳ ଭାରତ ଦୁନିଆକୁ ଅଧିକ ସ୍ଥିର, ସମୃଦ୍ଧ ଓ ସୁରକ୍ଷିତ କରୁଛି ଓ ଏହାର ଲାଭ ଆମ ସମସ୍ତଙ୍କୁ ମିଳେ ।’

It is the honor of a lifetime to be Chief Guests at the Republic Day celebrations.

A successful India makes the world more stable, prosperous and secure.

And we all benefit ↓ https://t.co/boeqFGv15Q

— Ursula von der Leyen (@vonderleyen) January 26, 2026

ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସହ ହେବାକୁ ଥିବା ଭାରତ-ଇୟୁ ଶିଖର ସମ୍ମିଳନୀରେ ଉଭୟ ପକ୍ଷ ଦୀର୍ଘ ସମୟରୁ ଆଲୋଚନା ପର୍ଯ୍ୟାୟରେ ଥିବା ମୁକ୍ତ ବାଣିଜ୍ୟ ବୁଝାମଣା ବାବଦରେ ଘୋଷଣା କରିପାରନ୍ତି । ଯଦି ଏହି ବୁଝାମଣା ହୁଏ, ତେବେ ଏହା ପ୍ରାୟ ୨ ବିଲିୟନ ଲୋକଙ୍କ ପାଇଁ ଏକ ମିଳିତ ବଜାର ସୃଷ୍ଟି କରିବ, ଯାହା ବୈଶ୍ୱିକ ଜିଡିପିର ପ୍ରାୟ ୨୫ ପ୍ରତିଶତ ହେବ । ଡାଭୋସରେ ଉର୍ସୁଲା କହିଥିଲେ, ଭାରତ ଓ ୟୁରୋପୀୟ ସଂଘ ଏକ ଐତିହାସିକ ବୁଝାମଣାର ଅତି ନିକଟରେ ପହଞ୍ଚିଛନ୍ତି, ଯାହା ୟୁରୋପକୁ ଦୁନିଆର ସବୁଠୁ ଦ୍ରୁତଗତି ବଢୁଥିବା ଆର୍ଥିକ କ୍ଷେତ୍ରରେ ପ୍ରଥମ ଅଗ୍ରଣୀ (First Mover Advantage) କରିବ ।

Scroll to Top