ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀକୁ ପାକିସ୍ତାନରେ ଗୁଳି କରି ହତ୍ୟା, #Watch Video

ଭାରତର-ମୋଷ୍ଟ-ୱାଣ୍ଟେଡ-ଆତଙ୍କବାଦୀକୁ-ପାକିସ୍ତାନରେ-ଗୁଳି-କରି-ହତ୍ୟା,-#watch-video

ପେଶାୱର ୧୫।୨: ଭାରତର ସବୁଠୁ ବାଞ୍ଛିତ ଆତଙ୍କବାଦୀଙ୍କ ମଧ୍ୟରେ ଅନ୍ୟତମ ମହମଦ କାସିମ ଗୁଜ୍ଜର ଓରଫ ସଲମାନ ଓରଫ ସୁଲେମାନକୁ ପାକିସ୍ତାନରେ ଅଜଣା ବନ୍ଧୁକଧାରୀ ଗୁଳି କରି ହତ୍ୟା କରିଛନ୍ତି। ରିପୋର୍ଟସ ଅନୁସାରେ ଶୁକ୍ରବାର ଅପରାହ୍ନରେ ପେଶାବରରେ ଅଜ୍ଞାତ ବନ୍ଧୁକଧାରୀ ତା ଉପରକୁ ଅନ୍ଧାଦୁନିଆ ଗୁଳିମାଡ଼ କରିଥିଲେ। ଫଳରେ ଘଟଣାସ୍ଥଳରେ ତାର ମୃତ୍ୟୁ ହୋଇଥିଲା। ଭାରତର ପୁର୍ବତନ ‘ର’ ଏଜେଣ୍ଟ ତଥା ଏନଏସଜି କମାଣ୍ଡୋ ଲକ୍ଷ୍ମଣ ଓରଫ ଲକି ବିଷ୍ଟ ତାଙ୍କ ଅଧିକାରୀକ ସୋସିଆଲ ମିଡିଆ ଆକାଉଣ୍ଟରେ ଏକ ଭିଡିଓ ପୋଷ୍ଟ କରିଛନ୍ତି। ଏଥିରେ ମୋଟର ସାଇକେଲ ଆରୋହୀ କିପରି ଗୁଜ୍ଜରକୁ ଟାର୍ଗେଟ କରୁଛନ୍ତି ତାହା ସ୍ପଷ୍ଟ ଦେଖା ଯାଉଛି।

ମହମଦ କାସିମ ଗୁଜ୍ଜର ଲସ୍କର-ଏ-ତୌୟବା ସହିତ ସମ୍ପୃକ୍ତ ଥିଲା। କାସିମ ଗୁଜ୍ଜର ନାମ ଦୀର୍ଘ ସମୟରୁ ଭାରତର ସୁରକ୍ଷା ଏଜେନ୍ସୀଙ୍କ ହିଟ୍ ଲିଷ୍ଟରେ ଥିଲା। ସେ ଲସ୍କର-ଏ-ତୌୟବା ସହିତ ସମ୍ପୃକ୍ତ ଥିବା ବେଳେ ଭାରତ ବିରୋଧୀ ଅନେକ ଆତଙ୍କବାଦୀ ଷଡ଼ଯନ୍ତ୍ରରେ ସାମିଲ ଥିଲା। ଦୁଇ ବର୍ଷ ପୂର୍ବେ କେନ୍ଦ୍ର ଗୃହମନ୍ତ୍ରାଳୟ କାସିମକୁ ବ୍ୟକ୍ତିଗତ ଆତଙ୍କବାଦୀ ଘୋଷଣା କରିଥିଲା। ତେବେ ପୁରା ଘଟଣାକ୍ରମରେ ସବୁଠୁ ଯାହା ଆଶ୍ଚର୍ଯ୍ୟକର କଥା ତାହା ହେଉଛି ଗୁଜ୍ଜରର ହତ୍ୟା ପରେ ପାକିସ୍ତାନୀ ପୋଲିସ, ସେନା ଅଥବା ଗୁଇନ୍ଦା ଏଜେନ୍ସୀ ଆଇଏସଆଇ ପକ୍ଷରୁ କୌଣସି ଅଧିକାରୀକ ବୟାନ ଜାରି କରାଯାଇନାହିଁ।

ତେବେ ଭାରତ ସରକାରଙ୍କ ପକ୍ଷରୁ ଏହି ଘଟଣାରେ ଏ ପର୍ଯ୍ୟନ୍ତ କୌଣସି ଅଧିକାରୀକ ପ୍ରତିକ୍ରିୟା ଆସି ନଥିଲେ ମଧ୍ୟ ସୁରକ୍ଷା ବିଶେଷଜ୍ଞ କହିଛନ୍ତି ଯେ ଏହି ଘଟଣାରୁ ଏହା ସ୍ପଷ୍ଟ ଯେ ପାକିସ୍ତାନ ଯେଉଁମାନଙ୍କୁ ଦୀର୍ଘ ସମୟରୁ ଆଶ୍ରୟ ଦେଇ ଆସିଥିଲା ସେମାନେ ଏବେ ତା ପାଇଁ ବୋଝ ପାଲଟି ଯାଇଛନ୍ତି। ବିଶ୍ଲେଷକଙ୍କ କହିବା କଥା ଏହି ଘଟଣା ପାକିସ୍ତାନରେ ସକ୍ରିୟ ଆତଙ୍କବାଦୀଙ୍କ ମଧ୍ୟରେ ପାରସ୍ପରିକ ସଂଘର୍ଷ, ଅନ୍ତର୍ଦ୍ୱନ୍ଦ୍ୱ ଅଥବା ଅନ୍ତର୍ଜାତୀୟ ଚାପର ଫଳ ହୋଇ ପାରେ। ଏହା ପୂର୍ବରୁ ମଧ୍ୟ ଭାରତର କେତେକ ବାଞ୍ଛିତ ଆତଙ୍କବାଦୀ ପାକିସ୍ତାନ ମାଟିରେ ସନ୍ଦିଗ୍ଧ ପରିସ୍ଥିତିରେ ପ୍ରାଣ ହରାଇଛନ୍ତି। ଏ ସବୁ ଘଟଣାରେ ମଧ୍ୟ ସ୍ପଷ୍ଟ ଯାଞ୍ଚ ସାମ୍ନାକୁ ଆସିନାହିଁ।

Mohammad Qasim Gujjar उर्फ सलमान उर्फ सुलेमान जो भारत के सबसे वांछित आतंकियों में से एक था और Lashkar-e-Taiba से जुड़ा हुआ था। दो साल पहले गृह मंत्रालय ने उसे व्यक्तिगत आतंकवादी घोषित किया था रिपोर्ट्स के मुताबिक उसे पाकिस्तान के पेशावर में शुक्रवार की शाम अज्ञात बंदूकधारियों ने… pic.twitter.com/o7b2OTx8xR

— Lucky Bisht (@iamluckybisht) February 15, 2026

ଏହା ବି ପଢ଼ନ୍ତୁ:-ବାଂଲାଦେଶ ନିର୍ବାଚନ ବିଜୟ ପରେ ଭାଇ ତାରିକ ରହମାନଙ୍କୁ ପୁଷ୍ପଗୁଚ୍ଛ ଓ ମିଠା ପଠାଇଲେ ମମତା ବାନାର୍ଜୀ

Scroll to Top