ନୂଆଦଲ୍ଲୀ: ଅପରେସନ୍ ସିନ୍ଦୂରରେ ଭାରତ ପାକିସ୍ତାନ ଓ ପିଓକେରେ ୯ଟି ଆତଙ୍କବାଦୀ ଠିକଣାକୁ ଧ୍ୱଂସ କରିଥିଲା । ଏହାପରେ ନୂଆଦିଲ୍ଲୀ ଇସଲାମାବାଦର ଡିଜିଏମଓକୁ ସୂଚନା ଦେଇ ମିଶନ ଶେଷ ହୋଇଥିବା ଜଣାଇଥିଲା । ତେବେ ପାକିସ୍ତାନ ସେନା ଆକ୍ରୋଶମୂଳକ ପଦକ୍ଷେପ ସ୍ୱରୂପ ଭାରତ ଉପରେ ଆକ୍ରମଣ କରିଥିଲା । ଏହାରି ଭିତରେ ଇଣ୍ଡିଆ ଟୁଡେ ନିଜ ରିପୋର୍ଟରେ ଏକ ବଡ଼ ଦାବି କରିଛି । ଅପରେସନ୍ ସିନ୍ଦୂର ବେଳେ ପାକିସ୍ତାନ ନୌସେନାର ଅଭିମୁଖ୍ୟ ରକ୍ଷଣାତ୍ମକ ଥିଲା ।
ସଂଘର୍ଷ ଶୀର୍ଷରେ ଥିବା ବେଳେ ପାକିସ୍ତାନ ନୌସେନାର ଯୁଦ୍ଧପୋତଗୁଡ଼ିକୁ କରାଚୀର ନୌସେନା ଗୋଦାମରୁ ହଟାଇ ବ୍ୟବସାୟିକ ଟାର୍ମିନାଲକୁ ନିଆଯାଇଥିଲା । ସାଟେଲାଇଟ୍ ଫଟୋରୁ ଏହା ସ୍ପଷ୍ଟ ହୋଇଛି । ଅନ୍ୟ ଯୁଦ୍ଧପୋତ ଗ୍ୱାଦର ପଶ୍ଚିମ ବନ୍ଦରରେ ଶରଣ ନେଇଥିବା ନଜର ଆସୁଛି, ଯାହା ଇରାନ ସୀମାଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ରହିଛି ।
ଅପରେସନ୍ ସିନ୍ଦୂରର ଠିକ୍ ଛଅ ମାସ ପୂର୍ବେ, ପାକିସ୍ତାନ ନୌସେନା ଦାବି କରିଥିଲା ଯେ ନୂଆ ହତିଆରରେ ସ୍ୱଦେଶୀ ରୂପେ ବିକଶିତ P2B2 ଶିପ୍-ଲଞ୍ଚ୍ ବାଲିଷ୍ଟିକ୍ ମିସାଇଲକୁ ନିଜ ସହ ଯୋଡ଼ିଛି । ଏହାର ରେଞ୍ଜ ୩୫୦ କିଲୋମିଟର କୁହାଯାଇଥିଲା । କିନ୍ତୁ ଯେତେବେଳେ ଅପରେସନ ସିନ୍ଦୂର ଆରମ୍ଭ ହେଲା, ସେତେବେଳେ ସ୍ଥିତି ପୂରା ଭିନ୍ନ ନଜର ଆସିଲା । ମହାକାଶ କମ୍ପାନିର ମ୍ୟାକ୍ସର ଟେକ୍ନୋଲୋଜିର ବ୍ୟବସାୟିକ ଫଟୋରୁ ଜଣାପଡ଼ୁଛି ଯେ ଏହାର ଅଧା ଜୁଲ୍ଫିକାର-କ୍ଲାସ୍ ଫ୍ରିଗେଟ୍ ଓ ଅନ୍ୟ ଯୁଦ୍ଧପୋତ ପଶ୍ଚିମରେ ଗ୍ୱାଦରରେ ରହିଥିଲେ, ଯାହା ଇରାନ ସୀମାଠାରୁ ମାତ୍ର ୧୦୦ କିଲୋମିଟର ଦୂରରେ ଅବସ୍ଥିତ ।
ବିଶେଷଜ୍ଞଙ୍କ ମତରେ ଅପରେସନ ସିନ୍ଦୂରରେ ଭାରତର ପ୍ରଥମ ସ୍ୱଦେଶୀ ବିମାନବାହାକ ପୋତ ଆଇଏନ୍ଏସ୍ ବିକ୍ରାନ୍ତ ନିଜ ପ୍ରଥମ ଯୁଦ୍ଧ ପାଇଁ ମୁତୟନ ହୋଇଥିଲା । ଏହାଦ୍ୱାରା ଇସଲାମାବାଦକୁ ନୂଆଦିଲ୍ଲୀର ଚାପା ଅନୁଭବ ହୋଇଥିଲା । ଭାରତର କରାଚୀ ଉପରେ ସମ୍ଭାବ୍ୟ ଆକ୍ରମଣ ପ୍ରସ୍ତୁତିରେ ପାକିସ୍ତାନ ନିଜର ନୌସେନାକୁ ଅଲଗା ଅଲଗା କରିଥିଲା ଓ ପୋତଗୁଡ଼ିକୁ ବେସାମରିକ ବନ୍ଦରରେ ଛିଡା କରାଇଥିଲା । ମେ ୮ର ସାଟେଲାଇଟ୍ ଫଟୋରେ ଯୁଦ୍ଧପୋତ ବ୍ୟବସାୟିକ କାର୍ଗୋ ଟର୍ମିନାଲରେ ଛିଡ଼ା ହୋଇଥିଲା । ଅତି କମରେ ପାକିସ୍ତାନ ନୌସେନାର ଚାରି ଜାହାଜ କାର୍ଗୋ ଜାହାଜ ପାଖରେ ଛିଡ଼ା ହୋଇଥିଲା ।
ଭାରତୀୟ ନୌସେନାର ପୂର୍ବରୁ କହିଥିଲା ଯେ ଯଦି ଆବଶ୍ୟକ ପଡେ ତେବେ କରାଚୀ ଉପରେ ଆକ୍ରମଣ କରିବା ପାଇଁ ପ୍ରସ୍ତୁତ ଅଛି । ୨୦୨୫ ମେ’ରେ ମିଳିତ ମିଡିଆ ବ୍ରିଫିଂରେ ଭାଇସ୍ ଆଡମିରାଲ୍ ଏ.ଏନ୍.ପ୍ରମୋଦ କହିଥିଲେ ଯେ ଆମ ସେନା ଆରବ ସାଗରରେ ମଜଭୁତ ସ୍ଥିତିରେ ଥିଲା ଓ ସମୁଦ୍ର ଏବଂ ସ୍ଥଳ ଭାଗରେ କରାଚୀ ଉପରେ ଆକ୍ରମଣ ପାଇଁ ପୂରା ପ୍ରସ୍ତୁତ ଥିଲା ।




