ଭାରତରେ ୩ ଲକ୍ଷ କୋଟି ନିବେଶ କରିବ ‘ଏୟାର ଟ୍ରଙ୍କ୍’, ମଜବୁତ ହେବ ଡିଜିଟାଲ ଭିତ୍ତିଭୂମି…ମୋଦୀଙ୍କ ପ୍ରଶଂସା

ଭାରତରେ-୩-ଲକ୍ଷ-କୋଟି-ନିବେଶ-କରିବ-‘ଏୟାର-ଟ୍ରଙ୍କ୍’,-ମଜବୁତ-ହେବ-ଡିଜିଟାଲ-ଭିତ୍ତିଭୂମି…ମୋଦୀଙ୍କ-ପ୍ରଶଂସା

ଭାରତରେ ୩ ଲକ୍ଷ କୋଟି ନିବେଶ କରିବ ‘ଏୟାର ଟ୍ରଙ୍କ୍’, ମଜବୁତ ହେବ ଡିଜିଟାଲ ଭିତ୍ତିଭୂମି…ମୋଦୀଙ୍କ ପ୍ରଶଂସା

ଏୟାର ଟ୍ରଙ୍କ୍ ଦେଶରେ ଡିଜିଟାଲ ଭିତ୍ତିଭୂମି ଉପରେ କାମ କରିବ । ଏହା ଡାଟା ସେଣ୍ଟର, ଏଆଇ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂରେ ନିବେଶ କରିବାକୁ ଯାଉଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କମ୍ପାନୀର ନିବେଶ ଯୋଜନା ଭାରତର ଦକ୍ଷତାକୁ ପ୍ରକାଶ କରୁଛି । ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ, ଭାରତର ଡିଜିଟାଲ ଇନଫ୍ରାଷ୍ଟ୍ରକଚର୍ ମଜବୁତ ହେବାରେ ଲାଗିଛି । ଏୟାର ଟ୍ରଙ୍କ୍୩ଲକ୍ଷ କୋଟି ନିବେଶ ନେଇ ଘୋଷଣା କରିଛି ।୫ଗିଗା ଓ୍ୱାଟ୍ ରଡାଟା ସେଣ୍ଟର୍ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି । ଏହା ଡିଜିଟାଲ ଇନଫ୍ରାଷ୍ଟ୍ରକଚର୍ ଶିଳ୍ପରେ ସବୁଠୁ ବଡ ନିବେଶ ଅଟେ ।

Published By: Ankit M – Prameya-News7 Bureau | June 05, 2026 02:54 PM

NEWS7

PM MODI

ନୂଆଦିଲ୍ଲୀ,୫|୬ :ଡିଜିଟାଲ ଭିତ୍ତିଭୂମିକୁ ସୁଦୃଢ କରିବ ଭାରତ । ଡିଜିଟାଲ ଶିଳ୍ପରେ ଦେଶ ଆଗକୁ ବଢିବ । ନିଜର ଚାହିଦା ନିଜେ ପୂରଣ କରିବ । ଏଥିପାଇଁ ବ୍ଲାକଷ୍ଟୋନ୍ ସମର୍ଥିତ ଏୟାର ଟ୍ରଙ୍କ୍ ଭାରତରେଲକ୍ଷ କୋଟି ଟଙ୍କା ନିବେଶ କରିବାକୁ ଯାଉଛି ।୨୦୩୦ସୁଦ୍ଧା ଏହି ନିବେଶ କରାଯିବ । ତେବେ କମ୍ପାନୀର ଏଭଳି ପଦକ୍ଷେପକୁ ସ୍ୱାଗତ କରିଛନ୍ତିପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ରିପୋର୍ଟ ଅନୁସାରେ, ଏୟାର ଟ୍ରଙ୍କ୍ ଦେଶରେ ଡିଜିଟାଲ ଭିତ୍ତିଭୂମି ଉପରେ କାମ କରିବ । ଏହା ଡାଟା ସେଣ୍ଟର, ଏଆଇ ଏବଂ କ୍ଲାଉଡ୍ କମ୍ପ୍ୟୁଟିଂରେ ନିବେଶ କରିବାକୁ ଯାଉଛି । ଏହାକୁ ନେଇ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, କମ୍ପାନୀର ନିବେଶ ଯୋଜନା ଭାରତର ଦକ୍ଷତାକୁ ପ୍ରକାଶ କରୁଛି । ସୋସିଆଲ ମିଡିଆ ପୋଷ୍ଟରେ ସେ କହିଛନ୍ତି ଯେ, ଭାରତର ଡିଜିଟାଲ ଇନଫ୍ରାଷ୍ଟ୍ରକଚର୍ ମଜବୁତ ହେବାରେ ଲାଗିଛି । ଏୟାର ଟ୍ରଙ୍କ୍ଲକ୍ଷ କୋଟି ନିବେଶ ନେଇ ଘୋଷଣା କରିଛି ।ଗିଗା ଓ୍ୱାଟ୍ ରଡାଟା ସେଣ୍ଟର୍ ପ୍ରତିଷ୍ଠା କରିବାକୁ ଲକ୍ଷ୍ୟ ରଖିଛି । ଏହା ଡିଜିଟାଲ ଇନଫ୍ରାଷ୍ଟ୍ରକଚର୍ ଶିଳ୍ପରେ ସବୁଠୁ ବଡ ନିବେଶ ଅଟେ ।

ସେ ଆହୁରି କହିଛନ୍ତି ଯେ, ଏହି ନିବେଶ କ୍ଲାଉଡ୍ କମ୍ପ୍ୟୁଟିଂ ଏବଂ ଏଆଇରେ ଦେଶର ସ୍ଥିତିକୁ ସୁଦୃଢ କରିବ । ସ୍ଥାନୀୟ ସପ୍ଲାଏ ଚେନକୁ ବଳ ଦେବ । ଏଥିରୁ ଭାରତର ଭବିଷ୍ୟତ ଅର୍ଥବ୍ୟବସ୍ଥା କେତେ ବୃଦ୍ଧି ପାଉଛି ତାହାମଧ୍ୟପ୍ରମାଣିତ ହେଉଛି ।

କମ୍ପାନୀର ପ୍ରତିକ୍ରିୟା

AirTrunk’s statement says, “The company’s proposed development pipeline in India, across multiple states and union territories, would support India’s ambition to become a global destination for AI and cloud infrastructure investment while generating significant economic activity,… pic.twitter.com/DArMsDlEt3

— ANI (@ANI) June 5, 2026

ଏୟାର ଟ୍ରଙ୍କ୍ କହିଛି ଯେ, ପ୍ରସ୍ତାବିତ ନିବେଶ ଏଆଇ କ୍ଷେତ୍ରରେ ଭାରତର ଭିତ୍ତିଭୂମିକୁ ମଜବୁତ କରିବ । ନୂଆ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ । ଅର୍ଥବ୍ୟବସ୍ଥାକୁ ଅଧିକ ଶକ୍ତିଶାଳୀ କରିବ । ଅନେକ ରାଜ୍ୟ ଏବଂ କେନ୍ଦ୍ର ଶାସିତ ଅଞ୍ଚଳରେ ଏଆଇର ବିକାଶ ନେଇ କମ୍ପାନୀ ଲକ୍ଷ୍ୟ ରଖିଛି । ଯାହା ଭାରତକୁ ଏଆଇର ଗ୍ଲୋବାଲ୍ ଡେଷ୍ଟିନେସନ୍ କରିପାରିବ ।

ସୂଚନାଯୋଗ୍ୟ, ଗତ ଏପ୍ରିଲ ମାସରେ କମ୍ପାନୀ ଲୁମିଆ କ୍ଲାଉଡ୍ ଇନଫ୍ରାକୁ ଅଧିଗ୍ରହଣ କରିଥିଲା । ଅଧିଗ୍ରହଣ ପରେ ଭାରତରେ ନିବେଶ ନେଇ ପ୍ରକାଶ କରିଥିଲା । ଏହାର ପ୍ରତିଷ୍ଠାତା ତଥା ସିଇଓ ରବିନ୍ ଖୁଦା ଭାରତରେ କମ୍ପାନୀର ସଂପ୍ରସାରଣ ପାଇଁ ଜୋର୍ ଦେଇଥିଲେ । ଏଥିପାଇଁ ସେ ସରକାରଙ୍କ ସହ ଆଲୋଚନା କରୁଥିବା ପ୍ରକାଶ କରିଥିଲେ । ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଭାରତର ଡିଜିଟାଲ ଶିଳ୍ପ ପ୍ରତି ଫୋକସକୁ ପ୍ରଶଂସା କରିଥିଲେ ।

Scroll to Top