ଭଦ୍ରକରେ ୨ ଜଣଙ୍କ ବାଂଲାଦେଶ ଲିଙ୍କ୍, ୨୦ ଜଣକୁ ହେପାଜତକୁ ନେଇ ଯାଞ୍ଚ ଚାଲିଥିବା ନେଇ ସୂଚନା ଦେଲେ ଏସପି

ଭଦ୍ରକରେ-୨-ଜଣଙ୍କ-ବାଂଲାଦେଶ-ଲିଙ୍କ୍,-୨୦-ଜଣକୁ-ହେପାଜତକୁ-ନେଇ-ଯାଞ୍ଚ-ଚାଲିଥିବା-ନେଇ-ସୂଚନା-ଦେଲେ-ଏସପି

ଭଦ୍ରକ: ସାରା ରାଜ୍ୟରେ ବାଂଲାଦେଶୀ ଯାଞ୍ଚ ପ୍ରକ୍ରିୟା ଜୋରଦାର ଚାଲିଛି। ଏହିକ୍ରମରେ ଭଦ୍ରକ ଜିଲ୍ଲାର ଧାମରା, ବାସୁଦେବପୁର, ଭଦ୍ରକ, ଚୂଡ଼ାମଣି, କସିଆ ଆଦି ଅଞ୍ଚଳରେ ମଧ୍ୟ ଯାଞ୍ଚ ପ୍ରାୟ ୨୦ ଜଣ ବାଂଲାଦେଶୀକୁ ହେପାଜତକୁ ନେଇ ପୋଲିସ। ଅବଶ୍ୟ ଯାଞ୍ଚ ପରେ ପ୍ରାଥମିକ ଭାବେ ୧୦ ଜଣଙ୍କୁ ସର୍ତ୍ତମୂଳକ ଭାବେ ଛଡ଼ାଯାଇଛି। ସେହିଭଳି ଅନ୍ୟ ୧୦ ଜଣଙ୍କୁ ରାତ୍ର ଆଶ୍ରୟସ୍ଥଳୀରେ ରଖାଯାଇଛି।

ତେବେ ଏପର୍ଯ୍ୟନ୍ତ ଦୁଇ ଜଣଙ୍କୁ ବାଂଲାଦେଶ ଲିଙ୍କ ଥିବା ନେଇ ସ୍ପଷ୍ଟ ହୋଇଥିବା ଭଦ୍ରକ ଏସପି ମନୋଜ ରାଉତ ସୂଚନା ଦେଇଛନ୍ତି। ଭଦ୍ରକ ଏସପି କହିଛନ୍ତି, ଜିଲ୍ଲାପାଳ ଓ ତହସିଲଦାରଙ୍କ ସହ ପୋଲିସର ବୈଠକ ହୋଇଛି। ଲିଙ୍କ ସ୍ପଷ୍ଟ ହେଲେ ଅବୈଧ ଜବରଦଖଲ ଭଙ୍ଗାଯିବ। ଏବେ ସ୍ଵତନ୍ତ୍ର ଟିମ୍ ସହ ସାଇବର ସେଲ ମଧ୍ୟ ଯାଞ୍ଚରେ ସାମିଲ ହୋଇଛନ୍ତି। ସମସ୍ତଙ୍କର ପରିଚୟପତ୍ର ସହ ଆଧାର ଯାଞ୍ଚ ହେଉଛି। ତେବେ ଯେଉଁମାନଙ୍କ କାଗଜପତ୍ର ଯାଞ୍ଚ ହେଉଛି ସେମାନଙ୍କ ବିଷୟରେ ଅଧିକ ତଦନ୍ତ ପାଇଁ ଭଦ୍ରକ ପୋଲିସର ସ୍ଵତନ୍ତ୍ର ଟିମ୍ ପଶ୍ଚିମବଙ୍ଗ ଯିବ ବୋଲି ଏସପି କହିଛନ୍ତି।

Scroll to Top