ଭଦ୍ରକରେ ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ପାଳିତ, ପତାକା ଉତ୍ତୋଳନ କଲେ ନଗର ଉନ୍ନୟନ ମନ୍ତ୍ରୀ

ଭଦ୍ରକରେ-ଜିଲ୍ଲା-ସ୍ତରୀୟ-୭୯ତମ-ସ୍ବାଧୀନତା-ଦିବସ-ପାଳିତ,-ପତାକା-ଉତ୍ତୋଳନ-କଲେ-ନଗର-ଉନ୍ନୟନ-ମନ୍ତ୍ରୀ

ଭଦ୍ରକରେ ଜିଲ୍ଲା ସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ପାଳିତ, ପତାକା ଉତ୍ତୋଳନ କଲେ ନଗର ଉନ୍ନୟନ ମନ୍ତ୍ରୀ

Published By : Prameya-News7 Bureau | August 15, 2025 IST

ଭଦ୍ରକ ୧୫।୮: ଭଦ୍ରକରେ ୭୯ତମ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳିତ ହୋଇଛି । ଭଦ୍ରକ ସ୍ବୟଂ ଶାସିତ ମହାବିଦ୍ୟାଳୟ ପଡିଆରେ ପାଳିତ ହୋଇଛି ସ୍ଵାଧୀନତା ଦିବସ । ଓଡ଼ିଶା ସରକାରଙ୍କ ଗ୍ରାମ୍ୟ ଓ ନଗର ଉନ୍ନୟନ ମନ୍ତ୍ରୀ ଡାକ୍ତର କୃଷ୍ଣଚନ୍ଦ୍ର ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିଛନ୍ତି । ପତାକା ଉତ୍ତୋଳନ ପରେ ଭଦ୍ରକ ଜିଲ୍ଲାର ପୋଲିସ, ବିଭିନ୍ନ କଲେଜର ଏନସିସି, ନାଭାଲ ସହ ସ୍କୁଲର ଏନଏସଏସ, ରେଡକ୍ରସ, ସ୍କାଉଟ ଟ୍ରୁପ ସହ ସିଭିଲିଆନ ପ୍ୟାରେଡ ଦଳର ଅଭିବାଦନ ଗ୍ରହଣ କରିଥିଲେ । ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ । ପରେ ମୁଖ୍ୟ ଅତିଥି ପରେଡରେ ପ୍ରଥମ ଦ୍ବିତୀୟ ଓ ତୃତୀୟ ସ୍ଥାନ ଗ୍ରହଣ କରିଥିବା ଦଳ ସହ ବିଭିନ୍ନ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରିଛନ୍ତି ।

You Can Read:

ଥାନା ଅଧିକାରୀଙ୍କ ବିରୁଦ୍ଧରେ ଗଞ୍ଜେଇ ବ୍ୟବସାୟୀଙ୍କୁ ହତ୍ୟା ଅଭିଯୋଗ, ପୋଲିସ ହେପାଜତରୁ ମାରିଲେ ଚମ୍ପଟ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top