ଭତ୍ତା ଟଙ୍କା ପାଇଁ ହତ୍ୟାକାଣ୍ଡ : ପୁଅର ମୁଥ ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଛି

ଭତ୍ତା-ଟଙ୍କା-ପାଇଁ-ହତ୍ୟାକାଣ୍ଡ-:-ପୁଅର-ମୁଥ-ମାଡ଼ରେ-ବାପାଙ୍କ-ମୃତ୍ୟୁ-ହୋଇଛି

ଭତ୍ତା ଟଙ୍କା ପାଇଁ ହତ୍ୟାକାଣ୍ଡ : ପୁଅର ମୁଥ ମାଡ଼ରେ ବାପାଙ୍କ ମୃତ୍ୟୁ ହୋଇଛି

Published By: Ruby – Prameya-News7 Bureau | November 16, 2025 10:44 AM

NEWS7

Ganjam

ଆସିକା ୧୧୧: ନୃଶଂସ ପୁଅ । ନିଜ ଜନ୍ମ କଲା ବପାକୁ ହତ୍ୟା କରିଛି ପୁଅ । ମୁଥମାରି ବାପାକୁ ମାରିଦେଲା । ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏ ବରିଡା ଗାଁରେ ଘଟିଛି ଏଭଳି ହତ୍ୟାକାଣ୍ଡ । ମୃତକ ହେଲେ ୭୫ ବର୍ଷ ବୟସ୍କ ପଦ୍ମନାଭ ସାହୁ । ତ୍ତାଟଙ୍କା ପାଇଁ ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳିଛି । ଅଭିଯୁକ୍ତ ପୁଅକୁ ଅଟକ ରଖିଛି ପୋଲିସ ।

​​​​​​​

ସୂଚନାଯୋଗ୍ୟ ଯେ, ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏ ବରିଡା ଗାଁରେ ଭତ୍ତା ଟଙ୍କା ପାଇଁ ବାପାକୁ ମାରିଲା ପୁଅ । ଭତ୍ତା ଟଙ୍କା ନେବାକୁ ନେଇ ଉଭୟ ବାପା ଏବଂ ପୁଅଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ପରେ ଉତକ୍ଷିପ୍ତ ହୋଇ ବାପାଙ୍କୁ ମୁଥ ମାରିଥିଲା ପୁଅ । ଫଳରେ ଘଟଣାସ୍ଥଳରେ ହିଁ ବାପାଙ୍କର ମୃତ୍ୟୁ ହୋଇ ଯାଇଥିଲା । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିଛି । ଏହାସହ ଅଭିଯୁକ୍ତ ପୁଅକୁ ଅଟକ ରଖି ପୋଲିସ ତଦନ୍ତ ଜାରି ରଖିଛି ।

Scroll to Top