ରେମୁଣା ୨୧।୯: ଭଡ଼ାଘରୁ ମିଳିଲା ମହିଳା ଲ୍ୟାବ୍ ଟେକ୍ନିସିଆନଙ୍କ ଝୁଲନ୍ତା ମୃତଦେହ । ବାଲେଶ୍ବର ଟାଉନ୍ ଥାନା ଗୋପାଳ ଗାଁରୁ ଉଦ୍ଧାର ହୋଇଛି ମୃତଦେହ । ମୃତ ଟେକ୍ନିସିଆନ ଜଣଙ୍କ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳରେ ବୋଲି ଜଣାପଡିଛି । ସେ ବାଲେଶ୍ବର ଜିଲ୍ଲା ଟାଉନ୍ ଥାନା ଅଞ୍ଚଳରେ କାମ କରୁଥିଲେ ।
ସୂଚନାଯୋଗ୍ୟ ଯେ, ବାଲେଶ୍ବର ଟାଉନ୍ ଥାନା ଗୋପାଳ ଗାଁରେ ଭଡାଘରୁ ମହିଳା ଲ୍ୟାବ୍ ଟେକ୍ନିସିଆନଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । ମୃତ ଟେକ୍ନିସିଆନ ଜଣଙ୍କ ପୁରୀ ଜିଲ୍ଲା କାକଟପୁର ଅଞ୍ଚଳର ବୋଲି ଜଣାପଡିଛି । ମୃତକ ବାଲେଶ୍ବର ମୁଖ୍ୟ ଚିକିତ୍ସାଳୟ ପାଥୋଲ୍ୟାବ୍ରେ କାମ କରୁଥିଲେ । ଗୋପାଳ ଗାଁରେ ଭଡାରେ ରହୁଥିଲେ । ଶନିବାର ବିଳମ୍ବିତ ରାତି ସମୟରେ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ହେଲେ ଡାକ୍ତର ତାଙ୍କୁ ସେଛାରେ ମୃତ ଘୋଷଣା କରିଥିଲେ । ମାତ୍ର ୩ ମାସ ପୂର୍ବରୁ ତାଙ୍କର ବିବାହ ହୋଇଥିଲା । ଏହା ଆତ୍ମହତ୍ୟା ନା ହତ୍ୟା ସେନେଇ ଟାଉନ ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି ।
ଅନ୍ୟପଟେ ତାଙ୍କ ଏଭଳି ମୃତ୍ୟୁକୁ ସହଜରେ ଗ୍ରହଣ କରିପାରି ନାହାନ୍ତି ସହକର୍ମୀ । ସେ ଭଲ କାମ କରୁଥିଲେ । ତାଙ୍କ ପାଖରେ ଦକ୍ଷତା ଥିଲା । ସେ ସମୟାନୁବର୍ତ୍ତିତା ଥିଲେ । ହେଲେ ଏଭଳି ଚରମ ନିଷ୍ପତ୍ତି କାହିଁକି ନେଲେ ତଦନ୍ତ ପରେ ତାଙ୍କ ମୃତ୍ୟୁର ପ୍ରକୃତ କାରଣ ସ୍ପଷ୍ଟ ହେବ ବୋଲି ସହକର୍ମୀ କହିଛନ୍ତି ।




