ଭଞ୍ଜନଗର ଜଳ ଭଣ୍ଡାରରେ ଅଘଟଣ, ଗାଧୋଇବା ବେଳେ ଦୁଇ ନାବାଳକଙ୍କ ମୃତ୍ୟୁ

ଭଞ୍ଜନଗର-ଜଳ-ଭଣ୍ଡାରରେ-ଅଘଟଣ,-ଗାଧୋଇବା-ବେଳେ-ଦୁଇ-ନାବାଳକଙ୍କ-ମୃତ୍ୟୁ

ଭଞ୍ଜନଗର ଜଳ ଭଣ୍ଡାରରେ ଅଘଟଣ, ଗାଧୋଇବା ବେଳେ ଦୁଇ ନାବାଳକଙ୍କ ମୃତ୍ୟୁ

ଭଞ୍ଜନଗର ଜଳ ଭଣ୍ଡାରରେ ଗାଧୋଇବା ବେଳେ ଦୁଇଜଣ ନାବାଳକଙ୍କ ମୃତ୍ୟୁ l ମୃତକ ଲାଲ ସିଙ୍ଗ ଗାଁର କାହ୍ନl ପ୍ରଧାନ ଓ ଆଶୁତୋଷ ଭୂଇଁଆ ବୋଲି ଜଣା ପଡିଛି l ଗାଧୋଇବା ବେଳେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଛି।

Published By: Deepak – Prameya-News7 Bureau | April 19, 2026 10:37 PM

NEWS7

 Two Minor Boys Drown in Reservoir While Bathing

ଭଞ୍ଜନଗର: ଭଞ୍ଜନଗର ଜଳ ଭଣ୍ଡାରରେ ଗାଧୋଇବା ବେଳେ ଦୁଇଜଣ ନାବାଳକଙ୍କ ମୃତ୍ୟୁ l ମୃତକ ଲାଲ ସିଙ୍ଗ ଗାଁର କାହ୍ନl ପ୍ରଧାନ ଓ ଆଶୁତୋଷ ଭୂଇଁଆ ବୋଲି ଜଣା ପଡିଛିl ଗାଧୋଇବା ବେଳେ ବୁଡ଼ି ଉଭୟଙ୍କ ମୃତ୍ୟୁ ଘଟିଛି।

ଆଜି ରବିବାର ହୋଇଥିବାରୁ ନିକଟ ଲାଲସିଙ୍ଗ ଗାଁରୁ ୬ ଜଣ ସାଙ୍ଗ ମିଶି ନିକଟ ଭଞ୍ଜନଗର ଜଳ ଭଣ୍ଡାରକୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ସମୟରେ କୌଣସି କାରଣରୁ ଦୁଇଜଣ ଜଳ ଭଣ୍ଡାରରେ ବୁଡ଼ି ନିଖୋଜ ହୋଇଯାଇଥିଲେ l ଅନ୍ୟ ଚାରିଜଣ ସାଙ୍ଗ ବହୁ ଖୋଜା ଖୋଜି ପରେ ନ ପାଇବାରୁ ଦମକଳ ବାହିନୀକୁ ଜଣାଇ ଥିଲେ।

Also Read: ଆସିଲା ପ୍ରଶାସନର ବଡ଼ ନିଷ୍ପତ୍ତି, ସକାଳ ୬ ଟା ୩୦ ରୁ ଆରମ୍ଭ ହେବ ସ୍କୁଲ

ଭଞ୍ଜନଗର ଦମକଳ ବାହିନୀ ଓ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ପାଣି ଭିତରୁ ଏହି ଦୁଇଜଣଙ୍କୁ ଉଦ୍ଧାର କରି ଭଞ୍ଜନଗର ମେଡିକାଲରେ ଭର୍ତ୍ତୀ କରିଥିଲେ। ସେଠାରେ ଡାକ୍ତର ଦୁହିଁକୁ ମୃତ ଘୋଷଣା କରିଥିଲେ l ଉଭୟ ଭଞ୍ଜନଗର କଲେଜ ଛାତ୍ର ବୋଲି ଜଣାପଡିଛି l ଏହି ପରି ଦୁଃଖଦ ଘଟଣାକୁ ନେଇ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି l

Scroll to Top