ଭକ୍ତ ଛାଡ଼ିଲେ ତେରଛା ବାଣ, କଂଗ୍ରେସ ଦଳରେ ବି ଅଛନ୍ତି ବିଭୀଷଣ…
Published By: Kirti – Prameya-News7 Bureau | November 16, 2025 12:26 PM
NEWS7
ଭୁବନେଶ୍ୱର ୧୬।୧୧ : ସରିଲା ନୂଆପଡ଼ା ଉପନିର୍ବାଚନ। ଏବେ ସମୟ ମାନସ ମନ୍ଥନର । ବିପୁଳ ବିଜୟ ପରେ ବିଜେପି ବିଜୟ ଉତ୍ସବ ପାଳନ କରୁଛି । କିନ୍ତୁ ଉପ ନିର୍ବାଚନ ପାଇଁ ସବୁଠୁ ଆଗରେ ପ୍ରାର୍ଥୀ ଘୋଷଣା କରିଥିବା କଂଗ୍ରେସ ଦଳ ଦ୍ଵିତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଛି । ଏହାକୁ ନେଇ ଦଳର ବରିଷ୍ଠ ନେତାମାନେ ଆତ୍ମ ସମୀକ୍ଷା କରୁଛନ୍ତି। ଏହାରି ଭିତରେ ନୂଆପଡା ଉପନିର୍ବାଚନରେ ପରାଜୟ ପରେ ପିସିସି ସଭାପତି ବିସ୍ଫୋରକ ବୟାନ ଦେଇଛନ୍ତି ।
ସେ କହିଛନ୍ତି ଯେ, ନୂଆପଡା ଉପ ନିର୍ବାଚନରେ ଯେଉଁମାନେ ବିଭୀଷଣ ଭୂମିକାରେ ରହିଲେ ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ସବୁ ଦଳରେ ବିଭୀଷଣ ଅଛନ୍ତି, ଆମ ଦଳରେ ଯେଉଁମାନେ ଅଛନ୍ତି ତାଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଆତ୍ମ ସମୀକ୍ଷା ପରେ ବିଭୀଷଣଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି ପିସିସି ସଭାପତି । ସରକାରୀ କଳ ଏବଂ ଅର୍ଥବଳ ବ୍ୟବହାର ପରେ ଵି ଆମେ ୪୦ ହଜାର ଭୋଟ ପାଇ ଦ୍ଵିତୀୟ ସ୍ଥାନରେ ରହିଛୁ । ତଥାପି ଦଳ ଆତ୍ମସମୀକ୍ଷା କରିବ, ପ୍ରତ୍ୟେକ କ୍ଷେତ୍ରକୁ ନେଇ ଦଳ ଆତ୍ମ ସମୀକ୍ଷା କରିବ ବୋଲି ପିସିସି ସଭାପତି କହିଛନ୍ତି ।




