ବ୍ରେକ୍ ମାରିବାରୁ ଭାରସାମ୍ୟ ହରାଇଲା କାର୍ : ୬ ଜଣଙ୍କ ମୃତ୍ୟୁ, ଜଣେ ଗୁରୁତର
Published By : Prameya-News7 Bureau | August 15, 2025 IST

BREAKING NEWS
ନୂଆପଡା ୧୫।୮: ଛତିଶଗଡ ଚିରଚାରି ଜାତୀୟ ରାଜପଥ ବାଗନଦୀ ଥାନା ଅଞ୍ଚଳରେ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୬ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସମସ୍ତେ ଇନ୍ଦୋରରୁ ରାଜନାନ୍ଦଗାଓଁ ଦେଇ ରାୟପୁର ପଟେ ଆସୁଥିବା ବେଳେ ଟ୍ରକ୍ ସହ ଧକ୍କା ହୋଇଥିଲା କାର୍ ।
ଗାଡ଼ିଟି ଦ୍ରୁତ ଗତିରେ ଥିବାବେଳେ ବ୍ରେକ୍ ମାରିବାରୁ ଭାରସାମ୍ୟ ହରାଇ ଏଭଳି ଦୁର୍ଘଟଣା ଘଟାଇଥିବା ସୂଚନା ମିଳିଛି । ଖବର ପାଇ ସ୍ଥାନୀୟ ବାଗନଦୀ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଡ୍ରାଇଭରକୁ ହସ୍ପିଟାଲ ପଠାଇଥିବା ବେଳେ ୬ ଜଣଙ୍କ ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।
You Can Read:
ରାଜ୍ୟସ୍ତରୀୟ ପୋଲିସ ପଦକ ପ୍ରଦାନ ସମାରୋହ : ସାହସିକତା ପାଇଁ ୬ ଜଣଙ୍କୁ ରାଷ୍ଟ୍ରପତି ପଦକ ପ୍ରଦାନ କଲେ ମୁଖ୍ୟମନ୍ତ୍ରୀ
ସମ୍ବନ୍ଧିତ ଖବର







