ବ୍ରେକ୍ ଫେଲ୍ ହୋଇ ଘାଟିରେ ଓଲଟିଲା ଜିପ୍, ୬ କଳାକାର ମେଡ଼ିକାଲରେ ଭର୍ତ୍ତି
Published By: Ruby – Prameya-News7 Bureau | January 27, 2026 12:04 PM
NEWS7
ଉମରକୋଟ ୨୭।୧: ଫେଲ୍ ହେଲା ବ୍ରେକ୍ । ଓଲଟିଲା କଳାକାରଙ୍କ ଗାଡ଼ି । ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଘଟିଛି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଭାରସାମ୍ୟ ହରାଇ ଓଲଟିଲା ନାଟକ କଳାକାରଙ୍କ ଜିପ୍ । ଦୁର୍ଘଟଣାରେ ୬ ଜଣ କଳାକାର ଗୁରୁତର ଆହତ ହୋଇଛନ୍ତି ।
ସୂଚନାଯୋଗ୍ୟ ଯେ, ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ମୁଣ୍ଡିବେଡ଼ାରେ ନାଟକ ସାରି ଫେରୁଥିଲେ ବଲାଙ୍ଗିର ଲାଠୋରର ୮ ଜଣିଆ ଧନୁଯାତ୍ରା କଳାକାର ଟିମ୍ । ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ହଠାତ୍ ଗାଡ଼ିଟିର ବ୍ରେକ୍ ଫେଲ୍ ହୋଇଯାଇଥିଲା । ଫଳରେ ଜିପ୍ଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା । ଦୁର୍ଘଟଣା ଫଳରେ ନାଟକ ଟିମ୍ର ୬ ଜଣ କଳାକାର ଗୁରୁତର ହୋଇଛନ୍ତି । ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ଆହତ କଳାକାରଙ୍କୁ ଉଦ୍ଧାର କରିଥିଲା । ସମସ୍ତ ଆହତଙ୍କୁ ଚନ୍ଦାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଠାରେ ତାଙ୍କ ଚିକିତ୍ସା ଜାରି ରହିଛି । ସମସ୍ତ କଳାକାରଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ଥିର ଥିବା ସୂଚନା ମିଳିଛି ।
ସେପଟେ ଦୁର୍ଘଟଣାରେ ଜିପ୍ଟି ସମ୍ପୂର୍ଣ୍ଣ ଚୁରମାର ହୋଇଯାଇଛି । ତେବେ ଘଟଣା ସମ୍ପର୍କରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ସୂଚନା ରହିଛି ।




