ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ଯୁବତୀଙ୍କୁ ଦୁଃଷ୍କର୍ମ ଅଭିଯୋଗ, ସିସିଟିଭିରେ କଏଦ ଅଭିଯୁକ୍ତର ଫଟୋ

ବ୍ରିଟେନରେ-ଭାରତୀୟ-ବଂଶୋଦ୍ଭବ-ଯୁବତୀଙ୍କୁ-ଦୁଃଷ୍କର୍ମ-ଅଭିଯୋଗ,-ସିସିଟିଭିରେ-କଏଦ-ଅଭିଯୁକ୍ତର-ଫଟୋ

ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ଯୁବତୀଙ୍କୁ ଦୁଃଷ୍କର୍ମ ଅଭିଯୋଗ, ସିସିଟିଭିରେ କଏଦ ଅଭିଯୁକ୍ତର ଫଟୋ

Published By: Chandan – Prameya-News7 Bureau | October 27, 2025 11:23 AM

NEWS7

Indian-Origin Woman Raped in UK | CCTV Suspect Hunt

ନୂଆଦିଲ୍ଲୀ: ସାରା ବିଶ୍ୱରେ ଜାତିଭେଦ କାରଣରୁ ଅପରାଧିକ ମାମଲା କମିବା ପରିବର୍ତ୍ତେ ବୃଦ୍ଧି ପାଉଛି। ବ୍ରିଟେନରେ ଏବେ ସମାନ ମାମଲା ସାମ୍ନାକୁ ଆସିଛି। ପଶ୍ଚିମ ମିଡଲ୍ୟାଣ୍ଡସର ୱାଲସଲ ସହରରେ ଜଣେ ଯୁବକ ମହିଳାଙ୍କୁ ଦୁଃଷ୍କର୍ମ କରିଛି। ଶନିବାର ସହରର ପାର୍କ ହଲ୍ ଅଞ୍ଚଳରେ ଏହି ଘଟଣା ଘଟିଛି। ପୀଡ଼ିତା ଜଣକ ୨୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ବୋଲି ଜଣାପଡ଼ିଛି। ଏହାକୁ ଜାତିଭେଦ ପ୍ରେରିତ ବୋଲି କୁହାଯାଉଛି।

ରିପୋର୍ଟ ଅନୁଯାୟୀ, ପୀଡିତାଙ୍କ ଘରେ ପଶି ତାଙ୍କୁ ଦୁଃଷ୍କର୍ମ କରିଥିଲେ ଅଭିଯୁକ୍ତ । ତାପରେ ସେ ତୁରନ୍ତ ଘଟଣାସ୍ଥଳରୁ ଫେରାର ମାରିଥିଲା। ପୀଡିତା ତାଙ୍କ ଘରେ ଏକା ରହୁଥିଲେ

ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତକୁ ଖୋଜୁଛି। ପୀଡିତା କହିଛନ୍ତି ଯେ ସେ ଅଭିଯୁକ୍ତଙ୍କୁ ଜାଣି ନଥିଲେ। ପୋଲିସ ଅଭିଯୁକ୍ତର ସିସିଟିଭି ଫୁଟେଜ୍ ଜାରି କରିଛି। ଘଟଣା ସମୟରେ ତାଙ୍କର କେଶ ଛୋଟ ଏବଂ ସେ କଳା ଟି-ସାର୍ଟ ଏବଂ ନୀଳ ଜିନ୍ସ ପିନ୍ଧିଥିବା ପରି ମନେ ହେଉଛି। ଅଭିଯୁକ୍ତଙ୍କ ବିଷୟରେ ଯେକୌଣସି ସୂଚନା ଥିଲେ ତୁରନ୍ତ ରିପୋର୍ଟ କରିବାକୁ ପୋଲିସ ଜନସାଧାରଣଙ୍କୁ ଅପିଲ୍ କରିଛି।

Scroll to Top