ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର୍, ଅଳ୍ପକେ ଟଳିଗଲା ବଡ଼ ଅଘଟଣ
ରାଜଧାନୀରେ ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର୍ । ଅଳ୍ପକେ ବର୍ତ୍ତିଲେ କାର୍ ଡ୍ରାଇଭର ଓ ଘର ଲୋକେ । ଭୁବନେଶ୍ୱର ଶିଶୁଭବନ ଛକରେ ଘଟଛି ଏହି ଦୁର୍ଘଟଣା ।
Published By: Prativa – Prameya-News7 Bureau | February 09, 2026 08:26 AM
NEWS7
ଭୁବନେଶ୍ୱର ୦୯/୦୨: ରାଜଧାନୀରେ ସକାଳୁ ସକାଳୁ ମର୍ମନ୍ତୁଦ ଦୁର୍ଘଟଣା । ବ୍ରିଜ୍ ତଳକୁ ଖସି ଘର ଉପରେ ପଡ଼ିଲା କାର୍ । ଅଳ୍ପକେ ବର୍ତ୍ତିଲେ କାର୍ ଡ୍ରାଇଭର ଓ ଘର ଲୋକେ । ଭୁବନେଶ୍ୱର ଶିଶୁଭବନ ଛକରେ ଘଟଛି ଏହି ଦୁର୍ଘଟଣା ।
ଏ ଖବର ବି ପଢନ୍ତୁ:- ଭୟଙ୍କର ସଡ଼କ ଦୁର୍ଘଟଣା, ଅଜା- ନାତି ସମେତ ୪ ଜଣଙ୍କ ଅକାଳ ମୃତ୍ୟୁ
ସୂଚନା ଥାଉକି, ରାଜଧାନୀରେ ବଡ଼ ଦୁର୍ଘଟଣା। ଶିଶୁ ଭବନ ଓଭର ବ୍ରିଜରେ ବ୍ୟାରିକେଡରେ଼ ପିଟି ହୋଇ ତଳକୁ ଖସି ପଡ଼ିଥିଲା କାର । ତଳେ ଥିବା ଗଛରେ ପିଟି ହୋଇ ଏକ ଘର ଉପରକୁ ଛିଟିକି ପଡ଼ିଥିଲା କାରଟି । ତେବେ ସୌଭାଗ୍ୟ ବଶତଃ ଅଳ୍ପକେ ବର୍ତ୍ତିଯାଇଛନ୍ତି କାର୍ ଚାଳକ ଓ ଘରେ ଥିବା ଲୋକେ । ଘଟଣା ପରେ ସେଠାରେ କିଛି ସମୟ ପାଇଁ ଭିଡ଼ ଲାଗିରହିଥିଲା । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଛି ।
Also Read.. ଜଙ୍ଗଲରେ ଚାଲିଥିଲା ବଡ଼ ଡିଲ୍, ବାହାର ରାଜ୍ୟକୁ ସପ୍ଲାଇ ବେଳେ ମାଡିବସିଲା ପୋଲିସ




