ବ୍ରିଜ୍‌ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍, ଅଳ୍ପକେ ଡ୍ରାଇଭର ଓ ହେଲ୍‌ପର

ବ୍ରିଜ୍‌-ତଳକୁ-ଖସିଲା-ଅଦା-ବୋଝେଇ-ଟ୍ରକ୍,-ଅଳ୍ପକେ-ଡ୍ରାଇଭର-ଓ-ହେଲ୍‌ପର

ବ୍ରିଜ୍‌ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍, ଅଳ୍ପକେ ଡ୍ରାଇଭର ଓ ହେଲ୍‌ପର

ବ୍ରିଜ୍ ତଲକୁ ଖସିଲା ଅଦା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍ପର୍ । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମାଥାନି ପେଗରପଡା ନିକଟରେ ଘଟିଛି ଏହି ଦୁର୍ଘଟଣା ।

Published By: Prativa – Prameya-News7 Bureau | February 16, 2026 08:58 AM

NEWS7

accident

ବାଲେଶ୍ୱର ୧୬/୦୨: ବ୍ରିଜ୍ ତଳକୁ ଖସିଲା ଅଦା ବୋଝେଇ ଟ୍ରକ୍ । ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର ଓ ହେଲ୍‌ପର । ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ମାଥାନି ପେଗରପଡା ନିକଟରେ ଘଟିଛି ଏହି ଦୁର୍ଘଟଣା । ଭୋରରୁ ଘଟିଛି ଏହି ଅଘଟଣ । ଘଟଣାସ୍ଥଳରେ ବସ୍ତା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛି ।

ସୂଚନା ଥାଉକି, ଟ୍ରକଟି ୬୦ ନମ୍ବର ଜାତୀୟ ରାଜପଥରେ ଆସାମରୁ ବିଶାଖାପାଟଣା ଅଭିମୁଖେ ଅଦା ବୋଝେଇ କରି ଯାଉଥିଲା । ତେବେ ଘନ କୁହୁଡି ହେତୁ ଭିଜିବିଲିଟି କମ୍ ଥିଲା । ଫଳରେ ଡ୍ରାଇଭର ହରାଇ ବସିଥିଲେ ଭାରସାମ୍ୟ । ଫଳରେ ଟ୍ରକଟି ବ୍ରିଜ ତଳକୁ ଖସି ପଡିଥିଲା । ନଦୀରେ ଗାଡିର ଇଂଜିନ ବୁଡି ରହିଥିବା ବେଳେ ସ୍ଥାନୀୟ ଲୋକଙ୍କ ଉଦ୍ୟମ କ୍ରମେ ଡ୍ରାଇଭର ଆଉ ହେଲପର ଅଳ୍ପକେ ରକ୍ଷା ପାଇଥିଲେ । ଖବର ପାଇ ବସ୍ତା ପୋଲିସ ଘଟଣା ସ୍ଥଳରରେ ପହଞ୍ଚି ଟ୍ରକକୁ ଜବତ କରି ଅଧିକ ତଦନ୍ତ ଜାରି ରଖିଛି ।

also read..

ମଙ୍ଗଳବାରଠୁ ବିଧାନସଭା ବଜେଟ୍ ଅଧିବେଶନ, ବାଚସ୍ପତି ଲୋଡ଼ିବେ ଶାସକ ଓ ବିରୋଧୀଙ୍କ ସହଯୋଗ

Scroll to Top