ବ୍ରହ୍ମପୁର ସହରରେ ଜିଓର ସର୍ବାଧିକ ୩୩୩.୪୭ ଏମବିପିଏସ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ, ଟ୍ରାଇ ପରୀକ୍ଷଣରେ ସଫଳତା

ବ୍ରହ୍ମପୁର-ସହରରେ-ଜିଓର-ସର୍ବାଧିକ-୩୩୩.୪୭-ଏମବିପିଏସ-୫ଜି-ଡାଉନଲୋଡ୍-ସ୍ପିଡ୍-ହାସଲ,-ଟ୍ରାଇ-ପରୀକ୍ଷଣରେ-ସଫଳତା

ବ୍ରହ୍ମପୁର / ଭୁବନେଶ୍ୱର: ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (ଟ୍ରାଇ) ଦ୍ୱାରା ପ୍ରକାଶିତ ଆଇଡିଟି ଫଳାଫଳରେ, ରିଲାଏନ୍ସ ଜିଓ ବ୍ରହ୍ମପୁର ସହରର ବ୍ୟସ୍ତବହୁଳ ହଟସ୍ପଟ୍‌ଗୁଡ଼ିକରେ ସର୍ବାଧିକ ୩୩୩.୪୭ ଏମବିପିଏସ ୫ଜି ଡାଉନଲୋଡ୍ ସ୍ପିଡ୍ ହାସଲ ସହିତ ଏହାର ୫ଜି ନେଟୱାର୍କ ଉତ୍କର୍ଷତା ପ୍ରମାଣିତ କରିଛି । ଜିଓର ୫ଜି ଡାଉନଲୋଡ଼ ସ୍ପିଡ଼ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ଅପରେଟର ତୁଳନାରେ ଦୁଇଗୁଣରୁ ଅଧିକ ରହିଥିବା, ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଛି ।

ଟ୍ରାଇ ପକ୍ଷରୁ ବ୍ରହ୍ମପୁର ସହରର ୮ଟି ବ୍ୟସ୍ତବହୁଳ ହଟସ୍ପଟ୍‌ରେ  ନେଟୱାର୍କ ସ୍ଥିତିର ମୂଲ୍ୟାଙ୍କନ କରାଯାଇଥିଲା, ଯାହା ମଧ୍ୟରେ ବ୍ରହ୍ମପୁର ନୂଆ ବସ୍ ଷ୍ଟାଣ୍ଡ, ଜିଲ୍ଲାପାଳଙ୍କ କାର୍ଯ୍ୟଳୟ, ସରକାରୀ ବିଜ୍ଞାନ କଲେଜ ଛତ୍ରପୁର, ଏମକେସିଜି ମେଡିକାଲ କଲେଜ ପରିସର, ମ୍ୟୁନିସିପାଲ୍ କର୍ପୋରେସନ୍ ଅଫିସ୍ ବ୍ରହ୍ମପୁର, ରକ୍ ଗାର୍ଡେନ୍ ବ୍ରହ୍ମପୁର, ଆରଟିଓ ଅଫିସ୍ ଛତ୍ରପୁର ଏବଂ ବ୍ରହ୍ମପୁର ସହରର ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିର ଅନ୍ତର୍ଭୁକ୍ତ ରହିଥିଲା । ଏହି ପରୀକ୍ଷଣରେ, ଜିଓ ସର୍ବାଧିକ ୩୩୩.୪୭ ଏମବିପିଏସ ୫ଜି ଡାଉନଲୋଡ୍ ସ୍ପିଡ୍ ସହିତ ଆଗରେ ରହିଥିଲା ।

ଟ୍ରାଇର ନିୟମିତ ସେବା ଗୁଣବତ୍ତା (କ୍ୟୁଓଏସ) ମୂଲ୍ୟାଙ୍କନର ଏକ ଅଂଶ ଭାବରେ ୨୦୨୫ ଡିସେମ୍ବର ୧୬ରୁ ୧୮ ତାରିଖ ମଧ୍ୟରେ, ବ୍ରହ୍ମପୁର ସହର ଏବଂ ନିକଟସ୍ଥ ଅଞ୍ଚଳଗୁଡ଼ିକରେ ୩୬୦ କିଲୋମିଟର ବ୍ରହ୍ମପୁର ସହର ଡ୍ରାଇଭ୍ ପରୀକ୍ଷା, ୪.୧ କିଲୋମିଟର ଚାଲିବା ପରୀକ୍ଷା ଏବଂ ୮ଟି ହଟସ୍ପଟ୍ ସ୍ଥାନରେ ନେଟୱାର୍କ ଗୁଣବତ୍ତା ପରୀକ୍ଷଣ କରାଯାଇଥିଲା।

ଟ୍ରାଇ ଦ୍ୱାରା ବ୍ରହ୍ମପୁର ସହର ଏବଂ ନିକଟବର୍ତ୍ତୀ ଅଞ୍ଚଳ, ଗୋପାଳପୁର ବେଳାଭୂମି ଏବଂ ଜନଗହଳିପୂର୍ଣ୍ଣ ବ୍ରହ୍ମପୁର ରେଳ ଷ୍ଟେସନରେ କରାଯାଇଥିବା ପରୀକ୍ଷଣରେ ଜିଓ ସର୍ବାଧିକ ସାମଗ୍ରିକ ଡାଉନଲୋଡ୍ ସ୍ପିଡ୍ ସହିତ ଶୀର୍ଷରେ ରହିଛି । ରିଲାଏନ୍ସ ଜିଓ ଏହାର ନେଟୱାର୍କର ଉତ୍କର୍ଷତା ପ୍ରମାଣିତ କରି ସର୍ବାଧିକ ୨୪୨.୮୩ ଏମବିପିଏସ ସାମଗ୍ରିକ ଡାଟା ଡାଉନଲୋଡ୍ ସ୍ପିଡ୍ ରେକର୍ଡ କରିଛି ।

ସହରାଞ୍ଚଳ, ପ୍ରତିଷ୍ଠାନଗତ ହଟସ୍ପଟ୍, ଗ୍ରାମାଞ୍ଚଳ ଆବାସିକ ଅଞ୍ଚଳ ଭଳି ବିବିଧ ବ୍ୟବହାର ପରିବେଶରେ ବାସ୍ତବ ନେଟୱାର୍କ କାର୍ଯ୍ୟଦକ୍ଷତାକୁ ଆକଳନ କରିବା ପାଇଁ ଟ୍ରାଇର ହାଇଦ୍ରାବାଦସ୍ଥିତ ଆଞ୍ଚଳିକ କାର୍ଯ୍ୟଳୟର ତତ୍ତ୍ୱାବଧାନରେ ଏହି ବିସ୍ତୃତ ସ୍ୱାଧୀନ ଡ୍ରାଇଭ୍ ପରୀକ୍ଷଣ କରାଯାଇଥିଲା। ଟ୍ରାଇ ସୂଚନା ଅନୁଯାୟୀ, ବ୍ରହ୍ମପୁର ସହରରେ ମୂଲ୍ୟାଙ୍କନରେ ନିକଟସ୍ଥ ରାଲାବା, ଗୋଲନ୍ଥରା, ଗିରିସୋଲା, ଚିକିଟି, ବେଣ୍ଡାଲିଆ, ପଥରା, ଛତ୍ରପୁର, ଆର୍ଯ୍ୟପଲ୍ଲୀ, ଗଞ୍ଜାମ, ହୁମା, ଖଣ୍ଡାଦେଉଳି, ପୁରୁଷୋତ୍ତମପୁର, କବିସୂର୍ଯ୍ୟନଗର, ବରଗାମ, ବୁରୁପଡ଼ା, ଶେରଗଡ଼, ପଟ୍ଟାପୁର, ଦିଗପହଣ୍ଡି ଇତ୍ୟାଦି ଅଞ୍ଚଳ ଅନ୍ତର୍ଭୁକ୍ତ ରହିଥିଲା। ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ଗୋପାଳପୁର ବେଳାଭୂମିରେ ଚାଲି ଚାଲି ନେଟୱାର୍କ ଗୁଣବତ୍ତା ପରୀକ୍ଷଣ କରାଯାଇଥିଲା।

Scroll to Top