ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା : ଜଣେ ଛାତ୍ରଙ୍କୁ ୧୨ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ

ବ୍ରହ୍ମପୁର-ବିଶ୍ବବିଦ୍ୟାଳୟ-କ୍ୟାମ୍ପସ୍‌ରେ-ଉତ୍ତେଜନା-:-ଜଣେ-ଛାତ୍ରଙ୍କୁ-୧୨-ଅଣଛାତ୍ର-ଆକ୍ରମଣ-କରିଥିବା-ଅଭିଯୋଗ

ବ୍ରହ୍ମପୁର ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍‌ରେ ଉତ୍ତେଜନା : ଜଣେ ଛାତ୍ରଙ୍କୁ ୧୨ ଅଣଛାତ୍ର ଆକ୍ରମଣ କରିଥିବା ଅଭିଯୋଗ

Published By : Prameya-News7 Bureau | August 21, 2025 IST

ବ୍ରହ୍ମପୁର ୨୧।୮: ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ସରଗରମ । ବିଶ୍ୱବିଦ୍ୟାଳୟ ମୋନାର୍କ ଗେଟ୍ ସମ୍ମୁଖରେ ବ୍ୟାପକ ପୋଲିସ ମୁତୟନ ।ଛାତ୍ର-ଅଣଛାତ୍ର ମୁହାଁମୁହିଁ କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେବା ସମ୍ଭାବନାକୁ ଦୃଷ୍ଟିରେ ରଖି ପୋଲିସ ମୁତୟନ ଥିବା ବେଳେ କ୍ୟାମ୍ପସରେ ଚାପା ଉତ୍ତେଜନା ଲାଗି ରହିଛି ।

ସୂଚନାଯୋଗ୍ୟ ଯେ, ବ୍ରହ୍ମପୁର ବିଶ୍ବବିଦ୍ୟାଳୟରେ ଛାତ୍ର-ଅଣଛାତ୍ର ମୁହାଁମୁହିଁ ଫଳରେ ଜଣେ ଛାତ୍ର ଆହତ ହୋଇଥିଲେ । ସାମ୍ବାଦିକ ଓ ଗଣ ଯୋଗାଯୋଗ ବିଭାଗ ଦ୍ଵିତୀୟ ବର୍ଷ ଛାତ୍ର ଅଭିଳାଷ ମିଶ୍ର ଆହତ ହୋଇଥିଲେ । ଆହତ ଛାତ୍ରଙ୍କୁ ଚିକିତ୍ସା ନିମନ୍ତେ ବ୍ରହ୍ମପୁର ସିଟି ମେଡିକାଲରେ ଭର୍ତ୍ତି କରାଯାଇଥିଲା । ତାଙ୍କ ମୁଣ୍ଡରେ ଆଘାତ ଲାଗିଛି । ମେଡିକାଲରେ ଚିକିତ୍ସା ପରେ ବିଶ୍ୱବିଦ୍ୟାଳୟ ଫେରିଥିଲେ । ବିଶ୍ୱବିଦ୍ୟାଳୟ ଭଞ୍ଜ ମଣ୍ଡପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ସେହି କାର୍ଯ୍ୟକ୍ରମରେ କେତେକ ଅଣଛାତ୍ର ଯୋଗ ଦେଇଥିବା ବେଳେ ଏହାର ଆପତ୍ତି ଉଠାଇଥିଲେ ଅଭିଳାଶ ମିଶ୍ର । ପରେ କାର୍ଯ୍ୟକ୍ରମ ବନ୍ଦ ହୋଇ ଯାଇଥିଲା । ମୋନାର୍କ ଛକରେ ଛାତ୍ର ଜଣଙ୍କ ଠିଆ ହୋଇଥିବା ବେଳେ ଅଚାନକ ଆସି ହେଲାମେଟରେ ତାଙ୍କ ମୁଣ୍ଡକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଥିଲେ । ୧୨ ଜଣ ଅଣଛାତ୍ର ଆକ୍ରମଣରେ ସମ୍ପୃକ୍ତ ଥିଲେ ବୋଲି ଅଭିଯୋଗ କରିଥିଲେ ଆହତ ଛାତ୍ର । ପରେ କିଛି ଛାତ୍ର ବୁଧବାର ରାତିରେ ଗୋପାଳପୁର ଥାନାରେ ଅଭିଯୋଗ ଦେବାକୁ ଯାଇଥିବା ବେଳେ ଥାନାରେ ସେମାନଙ୍କୁ କିଛି ଯୁବକ ଧମକ ଚମକ ଦେଇଥିଲେ । ଘଟଣାରେ ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କ ସମେତ ଶହ ଶହ ସମର୍ଥକ ମାନେ ଥାନା ଆଗରେ ଧାରଣା ଦେଇଥିଲେ । ଆକ୍ରମଣ କରିଥିବା ଏବଂ ଘଟଣାରେ ସମ୍ପୃକ୍ତ ଥିବା ଅଣଛାତ୍ରଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ଧାରଣା ଦେଇଥିଲେ । 

You Can Read:

ଆସନ୍ତା ୨୫ରେ ଆତ୍ମାହୁତି ଦେବାକୁ ଧମକ ଦେଲେ ହୋମଗାର୍ଡ ସଂଘ ସଭାପତି, ଜୀବନ ପ୍ରତି ବିପଦ ଥିବା କହିଲେ

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top