ବ୍ରହ୍ମପୁରରେ ପୀତବାସ ପଣ୍ଡା ହତ୍ୟା ମାମଲା, ପୂର୍ବତନ ମେୟରଙ୍କୁ ଉଠାଇ ନେଲା ପୋଲିସ
Published By: Chikun – Prameya-News7 Bureau | October 20, 2025 07:12 PM
NEWS7
ବ୍ରହ୍ମପୁର: ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ମାମଲାର ତଦନ୍ତକ୍ରମେ ପୋଲିସ ସୋମବାର ବ୍ରହ୍ମପୁର ମ୍ୟୁନିସିପାଲ କର୍ପୋରେସନର ପୂର୍ବତନ ମେୟରଙ୍କୁ ଉଠାଇ ନେଇଛି। ଘଟଣାରେ ତାଙ୍କର ସଂପୃକ୍ତି ଅଛି କି’ ନାହିଁ ସେ ସମ୍ପର୍କରେ ପୂର୍ବତନ ମେୟର ଶିବଶଙ୍କର ଦାସଙ୍କୁ ପଚରା ଉଚରା କରୁଛି ପୋଲିସ।
ପୂର୍ବରୁ ମାମଲାରେ ସୋମବାର ଦୁଇ ଅପରାଧୀଙ୍କୁ ଭୁବେନଶ୍ବରରୁ ଗିରଫ କରିଥିଲା ପୋଲିସ। ଏହା ସହ ମାମଲାରେ ସଂପୃକ୍ତି ଥିବା ସନ୍ଦେହରେ ଜଣେ କର୍ପୋରେଟର ମଧ୍ୟ ଅଟକ ରଖି ପଚରା ଉଚରା କରୁଛି ପୋଲିସ।କୁହାଯାଉଛି ଏହି କର୍ପୋରେଟର ହତ୍ୟାକାଣ୍ଡର ମାଷ୍ଟରମାଇଣ୍ଡ। ସେହପରି ଗତ ଗୁରୁବାର ବିହାରରୁ ସୁପାରି କିଲର ତଥା ସାର୍ପ ସୁଟରକୁ ଗିରଫ କରିଥିଲା ପୋଲିସ।
ସୂଚନାଥାଉକି, ଅକ୍ଟୋବର ୬ ତାରିଖରେ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ପୀତବାସଙ୍କୁ ବୈକୁଣ୍ଠନଗର ଛକଠାରେ ୨ ଜଣ ଯୁବକ ଅତି ନିକଟରୁ ଗୁଳିକରି ହତ୍ୟା କରିଥିଲେ। ତେବେ ପୀତବାସଙ୍କୁ ହତ୍ୟା ଘଟଣାରେ କେବେ ପର୍ଦ୍ଦାଫାଶ ହେବ ତାହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ? ଏହି ହତ୍ୟାକାଣ୍ଡ ରାଜନୈତିକ କି’ ବ୍ୟବସାୟୀ ତାକୁ ନେଇ ଲାଗି ରହିଛି ସସପେନ୍ସ।




