ବୋମା ଭିଡ଼ିବା ବେଳେ ବିସ୍ଫୋରଣ, ୩ ମହିଳାଙ୍କ ସମେତ ୫ ଆହତ
Published By: Ruby – Prameya-News7 Bureau | January 27, 2026 04:46 PM
NEWS7
ଭୁବନେଶ୍ବର ୨୭।୧: ଭୁବନେଶ୍ବର ଉପକଣ୍ଠରେ ବୋମା ବିସ୍ଫୋରଣ । ରାଜଧାନୀ ସୁନ୍ଦରପଦା ନିୟୁ ଆଜାଦ୍ ନଗରରେ ଛାତ ଉପରେ ବୋମା ବିସ୍ଫୋରଣ ହୋଇଛି । ବୋମା ଭିଡ଼ିବା ବେଳେ ବିସ୍ଫୋରଣ ହୋଇଥିବା ଜଣାପଡିଛି । ବୋମା ବିସ୍ଫୋରଣରେ ୫ ଜଣ ଆହତ ହୋଇଛନ୍ତି । ଆହତଙ୍କ ମଧ୍ୟରେ ତିନି ଜଣ ମହିଳା ଥିବା ଜଣାପଡିଛି । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।
Tags: prameyanews7




