ବେଙ୍ଗାଲୁରୁ ପ୍ଲାଣ୍ଟରେ ଆରମ୍ଭ ହେଲା iPhone 17 ପ୍ରଡକ୍ସନ: ସେପ୍ଟେମ୍ବରରେ ହୋଇପାରେ ଲଞ୍ଚ୍

ବେଙ୍ଗାଲୁରୁ-ପ୍ଲାଣ୍ଟରେ-ଆରମ୍ଭ-ହେଲା-iphone-17-ପ୍ରଡକ୍ସନ:-ସେପ୍ଟେମ୍ବରରେ-ହୋଇପାରେ-ଲଞ୍ଚ୍

ନୂଆଦିଲ୍ଲୀସେପ୍ଟେମ୍ବର ମାସରେ iPhone 17 ବିଶ୍ୱରେ ଲଞ୍ଚ ହୋଇପାରେ। ଏଥିପାଇଁ ଭାରତରେ ମଧ୍ୟ ଏହାର ପ୍ରଡକ୍ସନ କାମ ଆରମ୍ଭ ହୋଇଗଲାଣି। ବେଙ୍ଗାଲୁରୁରେ ଥିବା ତାଇୱାନ କମ୍ପାନୀ ଫକ୍ସନ ଏହାର ପ୍ରଡକ୍ସନ କରିବ। ପ୍ରାରମ୍ଭିକ ପର୍ଯ୍ୟାୟରେ ଅଳ୍ପ ପରିମାଣରେ କମ୍ପାନୀ ଏହାର ପ୍ରଡକ୍ସନ କରିବା ଆରମ୍ଭ କରିଦେଇଛି ବୋଲି ଇକୋନୋମିକ୍ସ ଟାଇମ୍ସରେ ଖବର ପ୍ରକାଶ ପାଇଛି। ବେଙ୍ଗାଲୁରୁ ସମେତ ଚେନ୍ନାଇରେ ମଧ୍ୟ କମ୍ପାନୀ ପ୍ରଡକ୍ସନ କାମ ଆରମ୍ଭ କରିବ।

ଫକ୍ସକନ୍ ହେଉଛି ଆଇଫୋନର ସର୍ବବୃହତ ନିର୍ମାତା। ଚୀନ ବାହାରେ ବେଙ୍ଗାଲୁରୁ ନିକଟସ୍ଥ ଦେବନାହଲ୍ଲୀରେ ଥିବା ଏହାର ପ୍ଲାଣ୍ଟ କମ୍ପାନୀର ଦ୍ୱିତୀୟ ସର୍ବବୃହତ ପ୍ଲାଣ୍ଟ। ୨.୮ ବିଲିୟନ ଆମେରିକୀୟ ଡଲାର (ପ୍ରାୟ ୨୫,୦୦୦ କୋଟି ଟଙ୍କା) ନିବେଶରେ ଏହି ପ୍ଲାଣ୍ଟ ପ୍ରତିଷ୍ଠିତ ହୋଇଛି। ତେବେ ଏନେଇ ଆପଲ ପକ୍ଷରୁ କିମ୍ବା ଫକ୍ସନ ପକ୍ଷରୁ କୌଣସି ସୂଚନା ଦିଆଯାଇ ନାହିଁ। 

ସୂଚନା ଥାଉକି ଶତାଧିକ ଚୀନ୍ ଇଞ୍ଜିନିୟର ହଠାତ୍ ଫେରିଯିବା ପରେ ଆଇଫୋନ୍‌ ପ୍ରଡକ୍ସନରେ ବାଧା ସୃଷ୍ଟି ହୋଇଥିଲା।  ତଥାପି, ଫକ୍ସକନ୍ ଏହି ଅଭାବକୁ ପୂରଣ କରିବା ପାଇଁ ତାଇୱାନ ସମେତ ବିଭିନ୍ନ ସ୍ଥାନରୁ ବିଶେଷଜ୍ଞଙ୍କୁ ଆଣି ପ୍ରଡକ୍ସନ ଆରମ୍ଭ କରିଦେଇଛି। ବିଭିନ୍ନ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଆପଲ୍ ୨୦୨୪-୨୫ରେ ପ୍ରାୟ ୩୫-୪୦ ମିଲିଅନ ୟୁନିଟ୍ ଥିବା ଆଇଫୋନ୍ ଉତ୍ପାଦନକୁ ଚଳିତ ବର୍ଷ ୬୦ ନିୟୁତ ୟୁନିଟ୍‌କୁ ବୃଦ୍ଧି କରିବାକୁ ଯୋଜନା କରିଛି।

୩୧ ମାର୍ଚ୍ଚ, ୨୦୨୫ ରେ ଆର୍ଥିକ ବର୍ଷ ଶେଷରେ ଆପଲ୍ ଭାରତରେ ପ୍ରାୟ ୨୨ ବିଲିୟନ ଡଲାର ମୂଲ୍ୟର ୬୦ ପ୍ରତିଶତ ଅଧିକ ଆଇଫୋନ୍ ଆସେମ୍ବଲ କରିଥିଲା। ୩୧ ଜୁଲାଇରେ ଆର୍ଥିକ ଫଳାଫଳ ଘୋଷଣା ପରେ କମ୍ପାନୀର ସିଇଓ ଟିମ୍ କୁକ୍ କହିଥିଲେ ଯେ ୨୦୨୫ ଜୁନରେ ଆମେରିକାରେ ବିକ୍ରି ହୋଇଥିବା ଅଧିକାଂଶ ଆଇଫୋନ୍ ଭାରତରୁ ଆସିଛି। 

S&P ଗ୍ଲୋବାଲର ଏକ ବିଶ୍ଳେଷଣ ଅନୁଯାୟୀ, ୨୦୨୪ରେ ଆମେରିକାରେ iPhone ବିକ୍ରୟ ୭୫.୯ ମିଲିଅନ ୟୁନିଟ୍ ଥିଲା, ମାର୍ଚ୍ଚ ମାସରେ ଭାରତରୁ ୩.୧ ମିଲିଅନ ୟୁନିଟ୍ ରପ୍ତାନୀ ହୋଇଥିଲା। ଯାହା ନୂଆ କ୍ଷମତା ମାଧ୍ୟମରେ କିମ୍ବା ଘରୋଇ ବଜାର ପାଇଁ ପଠାଯାଇଥିବା ପଠାଣକୁ ପୁନଃନିର୍ଦ୍ଦେଶିତ କରି ପଠାଣକୁ ଦ୍ୱିଗୁଣିତ କରିବାର ଆବଶ୍ୟକତାକୁ ସୂଚାଇ ଦେଉଛି।

Scroll to Top