ବେଆଇନ କ୍ଲିନିକ୍ ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଚାଲିଛି ଯାଞ୍ଚ

ବେଆଇନ-କ୍ଲିନିକ୍-ଅଭିଯୋଗରେ-ସ୍ବାସ୍ଥ୍ୟ-ବିଭାଗର-ଚଢ଼ାଉ,-ବହୁ-ଗୁରୁତ୍ବପୂର୍ଣ୍ଣ-କାଗଜପତ୍ରର-ଚାଲିଛି-ଯାଞ୍ଚ

ବେଆଇନ କ୍ଲିନିକ୍ ଅଭିଯୋଗରେ ସ୍ବାସ୍ଥ୍ୟ ବିଭାଗର ଚଢ଼ାଉ, ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ରର ଚାଲିଛି ଯାଞ୍ଚ

Published By : Prameya-News7 Bureau | August 16, 2025 IST

ଗୁଣୁପୁର ୧୬।୮: ବେଆଇନ କ୍ଲିନିକ୍ ଚାଲିଥିବା ଅଭିଯୋଗରେ ରେଡ୍ । ସ୍ବାସ୍ଥ୍ୟ ବିଭାଗ ଟିମ୍ ସହ ପୋଲିସ ମିଳିତ ଚଢାଉ କରିଛି । ଚଢ଼ାଉ ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ଟିମ୍ । ରାୟଗଡା ଜିଲ୍ଲା ଗୁଣପୁର କପିଳପୁର ଠାରେ ଥିବା ଲକ୍ଷ୍ମଣ ଲାବଣ୍ୟ ମାତୃ ଚିକିତ୍ସାଳୟ ଏବଂ ଗବେଷଣା କେନ୍ଦ୍ରରେ ଚଢାଉ ଚାଲିଛି ।

ତେବେ ଏହି କ୍ଲିନିକ୍‌ଟି ବେଆଇନ ଭାବେ ଚାଲୁଥିବା ନେଇ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପରେ ପୋଲିସ, ଅଗ୍ନିଶମ ବିଭାଗ ଉପସ୍ଥିତିରେ ସ୍ବାସ୍ଥ୍ୟ ବିଭାଗ ଟିମ୍ ଚଢାଉ କରିଛି । ଚଢାଉ ଚାଲିଥିବା ବେଳେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଯାଞ୍ଚ କରୁଛି ଟିମ୍ । ଚଢାଉ ବେଳେ ମୁଖ୍ୟ ଜିଲ୍ଲା ଚିକିତ୍ସା ଅଧିକାରୀ ବି. ସରୋଜିନୀ ଦେବୀ, ଅତିରିକ୍ତ ଜିଲ୍ଲା ଚିକିତ୍ସା ଅଧିକାରୀ ମମତା ସାହୁ ଓ ପି କେ ମିଶ୍ର, ଦାୟିତ୍ବରେ ଥିବା ମାଜିଷ୍ଟ୍ରେଟ ତଥା ପଦ୍ମପୁର ତହସିଲଦାର ଶଙ୍କର ବାଗଙ୍କ ଉପସ୍ଥିତିରେ ଚାଲିଛି ଚଢାଉ । ଗୁଣପୁର ଅଗ୍ନିଶମ ବାହିନୀ ଅଧିକାରୀ ରଜନୀକାନ୍ତ ଗଉଡ, ଗୁଣପୁର ପୋଲିସ ଏସଡିପିଓ ବାବୁଲି ନାୟକ ଉପସ୍ଥିତ ଏହ କ୍ଲିନିକ୍‌ଟି ଗୁଣପୁର ଉପଖଣ୍ଡସ୍ତରୀୟ ମେଡିକାଲ ଦାୟିତ୍ବରେ ଥିବା ସୁପରିଟେଣ୍ଡେଣ୍ଟ ଡାକ୍ତର ପ୍ରଦୀପ କୁମାର ପଣ୍ଡାଙ୍କର ରହିଥିବା ସୂଚନା ମିଳିଛି ।

You Can Read:

ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ କାର୍ଯ୍ୟାଳୟରେ ଅଗ୍ନିକାଣ୍ଡ, ଜଳିଗଲା ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଆଉ କମ୍ପ୍ୟୁଟର

News7 Is Now On WhatsApp Join And Get Latest News Updates Delivered To You Via WhatsApp

ସମ୍ବନ୍ଧିତ ଖବର

Scroll to Top