ବୃନ୍ଦାବନରୁ ଆସିଲା ଡକରା, ମହାରାଜଙ୍କୁ ଦର୍ଶନ କଲେ, ତଳେ ବସି କୀର୍ତ୍ତନ ଶୁଣିଲେ

ବୃନ୍ଦାବନରୁ-ଆସିଲା-ଡକରା,-ମହାରାଜଙ୍କୁ-ଦର୍ଶନ-କଲେ,-ତଳେ-ବସି-କୀର୍ତ୍ତନ-ଶୁଣିଲେ

ମୁମ୍ୱାଇ ୧୭/୦୨: ସେଲିବ୍ରିଟି କପଲ । ଭାରି ସାଧାସିଧା ଜୀବନ ଶୈଳୀ । ଲାଇମ ଲାଇମ୍ଟରୁ ବହୁ ଦୂରରେ । ବହୁତ କମ୍ ନଜର ଆସନ୍ତି ସାମ୍ନାକୁ । ସେ ହେଉଛନ୍ତି ଭାରତୀୟ ଷ୍ଟାର କ୍ରିକେଟର ବିରାଟ କୋହଲି ତାଙ୍କ ପତ୍ନୀ ଅନୁଷ୍କା ଶର୍ମା । ଏବେ ସେ ସପରିବାର ରହୁଛନ୍ତି ଲଣ୍ଡନରେ । କାରଣ କୋହଲି ଟି-୨୦ ଏବଂ ଟେଷ୍ଟ କ୍ରିକେଟରୁ ଅବସର ନେଇସାରିଛନ୍ତି ଏବଂ କେବଳ ଦିନିକିଆ କ୍ରିକେଟ ଖେଳୁଛନ୍ତି । ସେ ବର୍ତ୍ତମାନ ତାଙ୍କ ପରିବାର ସହିତ କାର୍ଯ୍ୟରୁ ଦୂରରେ ସମୟ ବିତାଉଛନ୍ତି ।

ତଥାପି ଏହି କପଲ ଯେତେ ବି ବିଦେଶ ଢାଞ୍ଚାରେ ଚଳନ୍ତୁ ନା କାହିଁ ଭାରି ଇଶ୍ୱରବିଶ୍ୱାସୀ । ରହୁଛନ୍ତି ବିଦେଶରେ ମନ ତାଙ୍କର ଭାରତରେ । ବିଶେଷ କରି ଆଧ୍ୟାତ୍ମିକ ଗୁରୁ ପ୍ରେନାନନ୍ଦଜୀ ମହାରାଜ ପାଖରେ । ସେଥାପାଇଁ ସେ ବାରମ୍ୱାର ଧାଇଂ ଆସନ୍ତି ତାଙ୍କ ଦର୍ଶନ କରିବାକୁ । ନିକଟରେ ଦମ୍ପତ୍ତି ଆସିଛନ୍ତି ଭାରତ । ଆଉ ପହଞ୍ଚିଛନ୍ତି ଯାଇ ବୃନ୍ଦାବନରେ । ଏହା ପ୍ରଥମ ଥର ନୁହେଁ ଯେ ଏହି ଦମ୍ପତି ବୃନ୍ଦାବନ ଗସ୍ତ କରିଛନ୍ତି । ସେମାନଙ୍କୁ ଅନେକ ଥର ପ୍ରେନାନନ୍ଦଜୀ ମହାରାଜଙ୍କ ମନ୍ଦିର ପରିଦର୍ଶନ କରିବାର ଦେଖାଯାଇଛି ।

Virat Kohli and Anushka Sharma visited Shri Premanand Ji Maharaj Dham in Vrindavan.🙏❤️ pic.twitter.com/4VGKOPKP3e

— Virat Kohli Fan Club (@Trend_VKohli) February 17, 2026

ମଙ୍ଗଳବାର ଭାରତୀୟ କ୍ରିକେଟର ବିରାଟ କୋହଲି ମଙ୍ଗଳବାର ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କ ସହ ବୃନ୍ଦାବନରେ ପହଞ୍ଚିଥିଲେ । ସେମାନେ କେଲି କୁଞ୍ଜ ଆଶ୍ରମରେ ସନ୍ଥ ପ୍ରେନାନନ୍ଦଜୀ ମହାରାଜଙ୍କୁ ଦର୍ଶନ କରିଥିଲେ । ତେବେ ଦମ୍ପତିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି । ଯେଉଁଥିରେ ସେମାନେ ଏତେ ଭିଡ଼ ଭିତରେ ଥାଇ ବି ଭୂମିରେ ବସିଥିବା ମହାରାଜଙ୍କ କଥା ଶୁଣିଥିଲେ । କେବଳ ପ୍ରବଚନ ଶୁଣିନଥିଲେ ତ ରାଧା ପ୍ରେମରେ ଲୀନ ହୋଇଥିଲେ ।ତେବେ ଏଠିକୁ ଆସିବା ବେଳେ ତାଙ୍କ ଲୁକ୍ ଥିଲା ଭାରି ସିଧାସାଧା ।

ବିରାଟ ଧଳା ସାର୍ଟ ପିନ୍ଧିଥିବା ବେଳେ ଅନୁଷ୍କା ଏକ ନୀଳ ରଙ୍ଗର ସିମ୍ପଲ ସୁଟ ପିନ୍ଧିଥିଲେ । ଅନୁଷ୍କା ତାଙ୍କ ବେକରେ ତୁଳସୀ ମାଳା ମଧ୍ୟ ପିନ୍ଧିଥିଲେ । ଯାହାକୁ ସେ ସମ୍ପ୍ରତି ବିମାନବନ୍ଦରରେ ଦେଖାଯିବା ସମୟରେ ପିନ୍ଧିଥିଲେ। ଉଲ୍ଲେଖନୀୟ ଯେ ଏହି ଦମ୍ପତି ଚଳିତ ବର୍ଷ ଜାନୁଆରୀରେ ମଧ୍ୟ ଥରେ ବୃନ୍ଦାବନ ଆସିଥିଲେ। ସେ ଚଳିତ ବର୍ଷ ଦ୍ୱିତୀୟ ଥର ପାଇଁ ଏଠାକୁ ଆସିଛନ୍ତି।

also read..

‘ଦ ଗଡଫାଦର’ ଫେମ୍ ରବର୍ଟ ଡୁବୈଲଙ୍କ ୯୫ ବର୍ଷ ବୟସରେ ମୃତ୍ୟୁ, ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା

Scroll to Top