ବୀରମହାରାଜପୁରରେ ପହଞ୍ଚିଲା ହ୍ୟୁମାନ ସାଗରଙ୍କ ମରଶରୀର, ଶେଷ ଦର୍ଶମ ପାଇଁ ସଙ୍ଗୀତପ୍ରେମୀଙ୍କ ଭିଡ଼

ବୀରମହାରାଜପୁରରେ-ପହଞ୍ଚିଲା-ହ୍ୟୁମାନ-ସାଗରଙ୍କ-ମରଶରୀର,-ଶେଷ-ଦର୍ଶମ-ପାଇଁ-ସଙ୍ଗୀତପ୍ରେମୀଙ୍କ-ଭିଡ଼

ବୀରମହାରାଜପୁରରେ ପହଞ୍ଚିଲା ହ୍ୟୁମାନ ସାଗରଙ୍କ ମରଶରୀର, ଶେଷ ଦର୍ଶମ ପାଇଁ ସଙ୍ଗୀତପ୍ରେମୀଙ୍କ ଭିଡ଼

Published By: Ruby – Prameya-News7 Bureau | November 18, 2025 11:13 AM

NEWS7

Humane Sagar

ସୁବର୍ଣ୍ଣପୁର ୧୮୧୧:ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରରେ ପହଞ୍ଚିଲା ବିଶିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମରଶରୀର । ନିଜ ପୈତୃକ ଘର ଟିଟିଲାଗଡକୁ ଯିବାବେଳେ ବୀରମହାରାଜପୁରରେ ଶେଷ ଦର୍ଶନ କରୁଛନ୍ତି ସଙ୍ଗୀତପ୍ରେମୀ ।

ସୋମବାର ବିଶିଷ୍ଠ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା । ନିଜ ପୈତୃକଗାଁରେ ହ୍ୟୁମାନଙ୍କର ଶେଷକୃତ୍ୟ ସମ୍ପନ୍ନ ହେବ । ଏଥିପାଇଁ ମରଶରୀର ନିଜ ପୈତୃକ ଗାଁକୁ ଯିବା ସମୟରେ ବୀରମହାରାଜପୁର ପୂର୍ତ୍ତ ବିଭାଗ ଡାକ ବଙ୍ଗଳାରେ କିଛି ସମୟ ପାଇଁ ଅଟକିଥିଲା । ଫଳରେ ହ୍ୟୁମାନଙ୍କ ଶେଷ ଦର୍ଶନ କରିବାକୁ ସଙ୍ଗୀତପ୍ରେମୀ ଓ ବୁଦ୍ଧିଜୀବୀଙ୍କ ଭିଡ଼ ଲାଗିଥିଲା । ସେ ଜଣେ ଏମିତି ବ୍ୟକ୍ତିତ୍ଵ ତାଙ୍କ ଶେଷ ଦର୍ଶନ କରି କଳାପ୍ରେମୀମାନେ ନିଜକୁ ଧନ୍ୟ ମଣିଛନ୍ତି ।

Scroll to Top