ବିହାର ପାଇଁ ଧର୍ମେନ୍ଦ୍ର, ବେଙ୍ଗଲ ଲାଗି ଭୂପେନ୍ଦ୍ର…ନିର୍ବାଚନ ପ୍ରଭାରୀ ନିଯୁକ୍ତ କଲା ବିଜେପି

ବିହାର-ପାଇଁ-ଧର୍ମେନ୍ଦ୍ର,-ବେଙ୍ଗଲ-ଲାଗି-ଭୂପେନ୍ଦ୍ର…ନିର୍ବାଚନ-ପ୍ରଭାରୀ-ନିଯୁକ୍ତ-କଲା-ବିଜେପି

ନୂଆଦିଲ୍ଲୀ: ବିହାର, ପଶ୍ଚିମବଙ୍ଗ ଓ ତାମିଲନାଡ଼ୁ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ବିଜେପି ପ୍ରସ୍ତୁତି ଆରମ୍ଭ କରିଛି । ବିଜେପି ପକ୍ଷରୁ ଏହି ରାଜ୍ୟଗୁଡ଼ିକ ପାଇଁ ନିର୍ବାଚନ ପ୍ରଭାରୀ ଓ ସହ-ପ୍ରଭାରୀଙ୍କୁ ନିଯୁକ୍ତ କରାଯାଇଛି । ବିହାର ବିଧାନସଭା ନିର୍ବାଚନ ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ନିର୍ବାଚନ ପ୍ରଭାରୀ ନିଯୁକ୍ତ କରିଛି ଦଳ । ସେହିପରି କେନ୍ଦ୍ରମନ୍ତ୍ରୀ ସିଆର୍ ପାଟିଲ୍ ଓ ଉତ୍ତର ପ୍ରଦେଶର ଉପମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ଯ୍ୟଙ୍କୁ ନିର୍ବାଚନ ସହ-ପ୍ରଭାରୀ ନିଯୁକ୍ତ କରିଛି ।

भाजपा राष्ट्रीय अध्यक्ष श्री @JPNadda ने आगामी बिहार विधानसभा चुनाव के लिए केंद्रीय शिक्षा मंत्री श्री @dpradhanbjp को प्रदेश चुनाव प्रभारी, केंद्रीय जल शक्ति मंत्री श्री @CRPaatil को प्रदेश सह प्रभारी और उत्तर प्रदेश के उप-मुख्यमंत्री श्री @kpmaurya1 को प्रदेश सह प्रभारी नियुक्त… pic.twitter.com/i2wZbQ8VWJ

— BJP (@BJP4India) September 25, 2025

ସେହିପରି ପଶ୍ଚିମବଙ୍ଗ ପାଇଁ କେନ୍ଦ୍ର ପରିବେଶ ମନ୍ତ୍ରୀ ଭୂପେନ୍ଦ୍ର ଯାଦବଙ୍କୁ ନିର୍ବାଚନ ପ୍ରଭାରୀ ଓ ବିଳ୍ପବ ଦେବଙ୍କୁ ସହ-ପ୍ରଭାରୀ ନିଯୁକ୍ତ କରିଛି । ଦକ୍ଷିଣ ରାଜ୍ୟ ତାମିଲନାଡ଼ୁ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ନିର୍ବାଚନ ପ୍ରଭାରୀ ଓ ମୁରଲୀଧର ମୋହୋଲଙ୍କୁ ସହ-ପ୍ରଭାରୀ ଦାୟିତ୍ୱ ଦେଇଛି ବିଜେପି ।

BJP National President Shri @JPNadda has appointed Shri Baijayant Panda as the Election Incharge and Shri Muralidhar Mohol as the Election Co-Incharge for the Tamil Nadu Assembly elections. pic.twitter.com/0vTl7kVt30

— BJP (@BJP4India) September 25, 2025

ଉଲ୍ଲେଖଯୋଗ୍ୟ ଯେ ଆଗାମୀ କିଛି ମାସ ପରେ ବିହାର ବିଧାନସଭା ନିର୍ବାଚନ ହେବ । ଏନଡିଏ ଓ ଇଣ୍ଡି ମେଣ୍ଟ ମଧ୍ୟରେ ମୁକାବିଲା ହେବ । ନିର୍ବାଚନ ପାଇଁ ସବୁ ରାଜନୈତିକ ଦଳ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀଙ୍କଠାରୁ ଆରମ୍ଭ କରି ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବିହାର ଗସ୍ତ କରି କର୍ମୀଙ୍କ ମଧ୍ୟରେ ଯୋଶ ଭାରିସାରିଛନ୍ତି । ସେହିପରି ଆଗାମୀ ବର୍ଷରେ ପଶ୍ଚିମବଙ୍ଗ ଓ ତାମିଲନାଡୁ ବିଧାନସଭା ନିର୍ବାଚନ ହେବ । ୨୦୧୧ ମସିହାରୁ ପଶ୍ଚିମବଙ୍ଗରେ ଟିଏମସି ସରକାରରେ ରହିଛି ଓ ମମତା ବାନାର୍ଜୀ ମୁଖ୍ୟମନ୍ତ୍ରୀ ରହିଆସିଛନ୍ତି ।

Scroll to Top