ବିହାର ଇଲେକ୍ସନ ପୂର୍ବରୁ ନିର୍ବାଚନ କର୍ମଚାରୀଙ୍କ ବଢିଲା ପାରିଶ୍ରମିକ, ଜାଣନ୍ତୁ ECI ଘୋଷଣା କରିଛନ୍ତି କେତେ?

ବିହାର-ଇଲେକ୍ସନ-ପୂର୍ବରୁ-ନିର୍ବାଚନ-କର୍ମଚାରୀଙ୍କ-ବଢିଲା-ପାରିଶ୍ରମିକ,-ଜାଣନ୍ତୁ-eci-ଘୋଷଣା-କରିଛନ୍ତି-କେତେ?

ନୂଆଦିଲ୍ଲୀ ୮।୮: ଇଲେକ୍ସନ କମିଶନ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତିରେ ନିର୍ବାଚନ କର୍ମଚାରୀଙ୍କ ମାନଦେୟ ବୃଦ୍ଧି କରିଛନ୍ତି। ଏଥିରେ ଆୟୋଗ ପ୍ରିଜାଇଡିଂ ଅଫିସର, ପୁଲିଂ ଅଫିସର, ଭୋଟଗଣନା କର୍ମୀ, ମାଇକ୍ରୋ ଅବଜର୍ଭର ଓ ଅନ୍ୟ ଅଧିକାରୀଙ୍କ ପାରିଶ୍ରମିକ ବୃଦ୍ଧି କରିଛନ୍ତି। ଏହା ଛଡା ଉପ ଜିଲ୍ଲା ନିର୍ବାଚନ ଅଧିକାରୀ,ସିଏପିଏଫ କର୍ମୀ ଓ ସେକ୍ଟର ଅଧିକାରୀଙ୍କ ମାନଦେୟରେ ମଧ୍ୟ ବୃଦ୍ଧି  ହୋଇଛି। ସେହିପରି ମତଦାନ ଓ ମତଗଣନା କାଳରେ ଭୋଜନ ଓ ଜଳପାନ ମୂଲ୍ୟ ମଧ୍ୟ ବୃଦ୍ଧି ପାଇଛି।  

ଏ ନେଇ ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଜାରି ପତ୍ରରେ କୁହାଯାଇଛି ଯେ ନିର୍ବାଚନ ସଞ୍ଚାଳନରେ ନିର୍ବାଚନ ତନ୍ତ୍ର ଦ୍ୱାରା କରାଯାଉଥିବା ବିଭିନ୍ନ ଗତିବିଦ୍ଧି ସାମିଲ ହୋଇଥାଏ, ଏଥିରେ କେନ୍ଦ୍ର ସରକାର, ରାଜ୍ୟ ସରକାର, ପିଏସୟୁ ଓ ସ୍ଥାନୀୟ ପ୍ରାଧିକରଣ ଆଦିଙ୍କ ବିଭିନ୍ନ ବିଭାଗରୁ ପ୍ରାପ୍ତ ଅଧିକାରୀ ଓ କର୍ମଚାରୀ ଅଂଶଗ୍ରହଣ କରିଥାନ୍ତି। ନିର୍ବାଚନ କାଳରେ ତୃଣମୂଳ ସ୍ତରରେ ମୁତୟନ ସମ୍ପୂର୍ଣ୍ଣ ତନ୍ତ୍ର କଠିନ ଓ ସମ୍ବେଦନଶୀଳ କର୍ତ୍ତବ୍ୟ ନିର୍ବାହ କରିଥାନ୍ତି। 

ଏହା ଦୀର୍ଘ ସମୟ ପର୍ଯ୍ୟନ୍ତ ଚାଲିଥାଏ ଓ ଅନେକ ମାସ ପର୍ଯ୍ୟନ୍ତ ଜାରି ଥାଏ, ଯାହା ଦ୍ୱାରା ଏକ ଅନୁକୂଳ ବାତାରଣ ସୃଷ୍ଟି ହୋଇ ପାରିବ ଓ ମତଦାତା  ନିଜ ମତାଧିକାର ପ୍ରୟୋଗ କରି ପାରିବେ ଏବଂ ନିଜ ପସନ୍ଦର ସରକାର ବାଛି ପାରିବେ। ତେବେ ନିର୍ବାଚନ ଡ୍ୟୁଟିରେ ମୁତୟନ କର୍ମୀଙ୍କୁ ଯେପରି ଉଚିତ ପାରିଶ୍ରମିକ ମିଳେ ସେଥି ପାଇଁ ନିର୍ବାଚନ ଆୟୋଗ ମୁତୟନ କର୍ମଚାରୀଙ୍କୁ ଦିଆଯାଉଥିବା ପାରିଶ୍ରମିକ ବା ମାନଦେୟ ବୃଦ୍ଧି କରିଛନ୍ତି। ମାନଦେୟରେ ଶେଷ ଥର ୨୦୧୪ ଓ ୨୦୧୬ ମଧ୍ୟରେ ସଂଶୋଧନ କରାଯାଇଥିଲା। 

Scroll to Top