ଲକ୍ଷ୍ନୌ ୧୪।୧୧: ବିହାର ବିଧାନସଭା ନିର୍ବାଚନ ଭୋଟ ଗଣନାରେ ବିଜେପି ନେତୃତ୍ୱାଧୀନ ଏନଡିଏ ୨୦୦ରୁ ଅଧିକ ଆସନରେ ଆଗରେ ଚାଲିଥିବା ବେଳେ ମହାଗଠବନ୍ଧନ (ଏମଜିବି) ମାତ୍ର ହାତ ଗଣତି ସିଟ୍ ରେ ରହି ଯାଇଛି। ଏଣୁ ଆସୁଥିବା ଫଳାଫଳରୁ ବିହାରରେ ପୁଣି ଏନଡିଏ ସରକାର ହେଉଥିବା ଦେଖା ଯାଉଛି। ଏହି ନିର୍ବାଚନ ଫଳାଫଳକୁ ନେଇ ଉତ୍ତରପ୍ରଦେଶ ସମାଜବାଦୀ ପାର୍ଟି (ସପା) ନେତା ଅଖିଳେଶ ଯାଦବ ଏକ୍ସ ରେ ଏକ ପୋଷ୍ଟ କରିଛନ୍ତି। ଏଥିରେ ସେ ବିହାର ଏସଆଇଆରକୁ ନେଇ ଉଲ୍ଲେଖ କରିଛନ୍ତି।
बिहार में जो खेल SIR ने किया है वो प. बंगाल, तमिलनाडू, यूपी और बाक़ी जगह पर अब नहीं हो पायेगा क्योंकि इस चुनावी साज़िश का अब भंडाफोड़ हो चुका है। अब आगे हम ये खेल, इनको नहीं खेलने देंगे।CCTV की तरह हमारा ‘PPTV’ मतलब ‘पीडीए प्रहरी’ चौकन्ना रहकर भाजपाई मंसूबों को नाकाम करेगा।…
— Akhilesh Yadav (@yadavakhilesh) November 14, 2025
ସେ ଲେଖିଛନ୍ତି ଯେ ‘ବିହାରରେ ଯେଉଁ ଖେଳ ଏସଆଇଆର କରିଛି ତାହା ପଶ୍ଚିମବଙ୍ଗ, ତାମିଲନାଡୁ, ୟୁପି ଓ ବାକି ରାଜ୍ୟମାନଙ୍କରେ ହେବ ନାହିଁ। କାରଣ ଏହି ନିର୍ବାଚନୀ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ ହୋଇଯାଇଛି। ଏବେ ଆଗକୁ ଆମେ ଏହି ଖେଳ ହେବାକୁ ଦେବୁ ନାହିଁ। ସିସିଟିଭି ଭଳି ଆମର ପିପିଟିଭି ଅର୍ଥାତ ‘ପିଡିଏ’ ପ୍ରହରୀ ସତର୍କ ରହି ବିଜେପି ଯୋଜନାକୁ ପଣ୍ଡ କରିବ। ସେ କହିଛନ୍ତି ବିଜେପି ଏକ ଦଳ ନୁହେଁ ଏକ ‘ଛଳ’ ।
ବିହାର ବିଧାନସଭା ନିର୍ବାଚନ ସ୍ୱାଧୀନ ଭାରତ ଇତିହାସରେ ନୂଆ ରେକର୍ଡ କରିଛି। ରାଜ୍ୟର ୬୭% ଭୋଟର ସରକାର ଗଢିବା ପାଇଁ ଭୋଟଗ୍ରହଣ କେନ୍ଦ୍ର ପର୍ଯ୍ୟନ୍ତ ଯାଇଛନ୍ତି। ସ୍ୱାଧୀନଭାରତ ଇତିହାସରେ ଏହାକୁ ସବୁଠୁ ବଡ଼ ଜନମତ ସଂଗ୍ରହ କୁହାଗଲେ କୌଣସି ଅତିଶୋୟକ୍ତି ହେବ ନାହିଁ। ଏହି ନିର୍ବାଚନରେ ସବୁଠୁ ବଡ଼ କଥା ଯାହା ତାହା ହେଉଛି ମହିଳାଙ୍କ ଭୋଟଦାନ ପ୍ରତିଶତ। ଏଥିର ବିହାର ନିର୍ବାଚନରେ ୭୧% ମହିଳା ଘରୁ ଗୋଡ କାଢି ଭୋଟଗ୍ରହଣ କେନ୍ଦ୍ରକୁ ପହଞ୍ଚିଥିଲେ। ତେବେ ବିରୋଧୀ ରାଜନୈତିକ ଦଳମାନେ ବିହାର ନିର୍ବାଚନ ଫଳାଫଳକୁ ନେଇ ସତର୍କ ହୋଇଯାଇଛନ୍ତି।




