ବିହାରରେ MGBର ନିକୃଷ୍ଟ ପ୍ରଦର୍ଶନକୁ ନେଇ ମୁହଁ ଖୋଲିଲେ ଶଶି ଥରୁର, କହିଲେ-ଆତ୍ମମନ୍ଥନ ଦରକାର

ବିହାରରେ-mgbର-ନିକୃଷ୍ଟ-ପ୍ରଦର୍ଶନକୁ-ନେଇ-ମୁହଁ-ଖୋଲିଲେ-ଶଶି-ଥରୁର,-କହିଲେ-ଆତ୍ମମନ୍ଥନ-ଦରକାର

ତିରୁଅନନ୍ତପୁରମ ୧୪।୧୧: କଂଗ୍ରେସ ନେତା ଶଶି ଥରୁର ଶୁକ୍ରବାର ବିହାର ନିର୍ବାଚନ ଫଳାଫଳକୁ ‘ଗମ୍ଭୀର ରୂପେ ନିରାଶାଜନକ’ ବୋଲି କହିଛନ୍ତି। ସେ କହିଛନ୍ତି ଯେ ଏହି ପରିଣାମ ଉପରେ ‘ଗଭୀର ଆତ୍ମ ମନ୍ଥନ’ର ଆବଶ୍ୟକତା ରହିଛି। ବିହାର ନିର୍ବାଚନ ଫଳାଫଳରେ ନିତିଶ କୁମାରଙ୍କ ଏନଡିଏକୁ ପ୍ରଚଣ୍ଡ ବହୁମତ ମିଳୁଥିବାର ଦେଖା ଯାଉଛି। ଏଥିରେ ବିଜେପି ସର୍ବାଧିକ ଆସନ ସହ ବଡ଼ ପାର୍ଟି ରୂପେ ଉଭା ହେବାକୁ ଯାଉଛି।

ନିର୍ବାଚନ ଫଳାଫଳକୁ ନେଇ ତିରୁଅନନ୍ତପୁରମରେ ସାମ୍ବାଦିକଙ୍କ ସହ ଆଲୋଚନାରେ ଥରୁରର କହିଛନ୍ତି ଯେ ‘ଏହା ବିଲକୁଲ ସ୍ପଷ୍ଟ ଯେ ବିହାରରେ ଏନଡିଏକୁ ପ୍ରଚଣ୍ଡ ବହୁମତ ମିଳୁଛି। ଏହା ନିଶ୍ଚିତ ରୂପେ ନିରାଶାଜନକ ଓ ଏହା ଯଦି ଚୂଡ଼ାନ୍ତ ଫଳାଫଳ ହୁଏ ଅତ୍ୟନ୍ତ ପରିତାପର ବିଷୟ ହେବ’। କଂଗ୍ରେସ ସାଂସଦ କହିଛନ୍ତି ଯେ ପାର୍ଟିକୁ ଏହା ଅଧ୍ୟୟନ କରିବାର ଆବଶ୍ୟକତା ଯେ ଭୁଲ କେଉଁଠି ହୋଇଛି?ଏଥିରେ ସଙ୍ଗଠନାତ୍ମକ ତ୍ରୁଟିର ସନ୍ଧାନ କରାଯିବା ଦରକାର।

#WATCH | Thiruvananthapuram, Kerala: On #BiharElections, Congress MP Shashi Tharoor says, “… it’s very clear that the lead is overwhelmingly with the NDA. It’s obviously seriously disappointing, and if that turns out to be the final result, then I think there will have to be… pic.twitter.com/10rnFhMEs1

— ANI (@ANI) November 14, 2025

ସେ କହିଛନ୍ତି ଯେ ଏହା ନିଶ୍ଚିତ ରୂପେ ଗୁରୁତର କଥା। ଏହାକୁ କେବଳ ବସି ଭାବିଲେ ହେବନି ‘ଗମ୍ଭୀର ଆତ୍ମ ନିରୀକ୍ଷଣ’ କରିବାକୁ ହେବ। ଥରୁର ଏହା ମଧ୍ୟ କହିଛନ୍ତି ଯେ ତାଙ୍କୁ ବିହାର ନିର୍ବାଚନ ପ୍ରଚାର ନିମନ୍ତେ ଡକା ଯାଇନଥିଲା। ଏଣୁ ନିର୍ବାଚନ ଫଳାଫଳରେ ସେ ପ୍ରତ୍ୟକ୍ଷ ସୂଚନା ଦେଇ ପାରିବେ ନାହିଁ। ସେ କହିଛନ୍ତି ଯେ ମୁଁ ସେପରି ବ୍ୟକ୍ତି ନୁହେଁ ଯିଏ ବିହାରରେ ନିର୍ବାଚନ ପ୍ରଚାର କରିଛି। ମୋତେ ବିହାର ପ୍ରଚାର ନିମନ୍ତେ ଡକା ଯାଇ ନଥିଲା ଏଣୁ ନିର୍ବାଚନର ପ୍ରତ୍ୟକ୍ଷ ସୂଚନା ଦେଇ ପାରିବି ନାହିଁ। ହେଲେ ମୁଁ ଲୋକଙ୍କ ସହ ବରାବର ସମ୍ପର୍କରେ ଥିଲି ଓ କଥାବାର୍ତ୍ତା ହେଉଥିଲି।

ମୁଁ ବିହାର ରାଜ୍ୟର ସାଧାରଣ ଲୋକଙ୍କ ସହ କଥା ହେଉଥିଲି ଯେଉଁମାନେ ଅନ୍ୟ କାମ କରୁଛନ୍ତି। ଏଥିରୁ ନିର୍ବାଚନକୁ ନେଇ ମୁଁ କିଛି କିଛି ବୁଝି ପାରୁଛି। ଏଣୁ ମୁଁ ଭାବୁଛି ଏଇଭଳି ପାର୍ଟିର ନେତାମାନଙ୍କୁ ଏ କଥାର ଗଭୀର ବିଶ୍ଲେଷଣ କରିବା ଦରକାର କି ଭୁଲ କେଉଁଠି ହୋଇଛି।

Scroll to Top