ବିହାରରେ ସୁଶାସନ ଓ ବିକାଶର ବିଜୟ; ନିର୍ବାଚନ ଫଳାଫଳ ଉପରେ ପ୍ରଧାନମନ୍ତ୍ରୀଙ୍କ ପ୍ରଥମ ବୟାନ

ବିହାରରେ-ସୁଶାସନ-ଓ-ବିକାଶର-ବିଜୟ;-ନିର୍ବାଚନ-ଫଳାଫଳ-ଉପରେ-ପ୍ରଧାନମନ୍ତ୍ରୀଙ୍କ-ପ୍ରଥମ-ବୟାନ

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ର ରେଜଲ୍ଟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏନଡିଏର ସହଯୋଗୀ ଦଳଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି । ବିହାରର ଜନତାଙ୍କୁ ଏନଡିଏର ଐତିହାସିକ ସଫଳତା ପାଇଁ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । ଉଲ୍ଲେଖଯୋଗ୍ୟ ଯେ ବିହାର ନିର୍ବାଚନରେ ଏନଡିଏ ମୋଟ ୨୪୩ ଆସନରୁ ୨୦୦ରୁ ଅଧିକ ସିଟରେ ବିଜୟୀ ହେଉଥିବା ନଜର ଆସୁଛି ।

ଏହାରି ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ୍ସରେ ପୋଷ୍ଟ କରି ବିହାରବାସୀଙ୍କୁ ଧନ୍ୟବାଦ ଜଣାଇଛନ୍ତି । ପ୍ରଧାନମନ୍ତ୍ରୀ ବିହାର ନିର୍ବାଚନ ଫଳାଫଳକୁ ସୁଶାସନର ବିଜୟ ବୋଲି କହିଛନ୍ତି । ସେ କହିଛନ୍ତି ଯେ ବିକାଶର ବିଜୟ ହୋଇଛି । ଜନ କଲ୍ୟାଣର ଭାବନାର ବିଜୟ ହୋଇଛି । ସାମାଜିକ ନ୍ୟାୟର ବିଜୟ ହୋଇଛି । ମୁଁ ବିହାରରେ ମୋ ପରିବାରର ସଦସ୍ୟମାନଙ୍କୁ କୃତଜ୍ଞତା ଜଣାଉଛି, ଯେଉଁମାନେ ୨୦୨୫ ବିଧାନସଭା ନିର୍ବାଚନରେ ଏନଡିଏକୁ ଐତିହାସିକ ଏବଂ ଅଭୂତପୂର୍ବ ବିଜୟ ସହିତ ଆଶୀର୍ବାଦ ଦେଇଛନ୍ତି । ଏହି ବିପୁଳ ଜନାଦେଶ ଆମକୁ ଲୋକଙ୍କ ସେବା କରିବାକୁ ଏବଂ ବିହାର ପାଇଁ ନୂତନ ସଂକଳ୍ପ ସହିତ କାମ କରିବାକୁ ସଶକ୍ତ କରିବ ।

सुशासन की जीत हुई है।

विकास की जीत हुई है।

जन-कल्याण की भावना की जीत हुई है।

सामाजिक न्याय की जीत हुई है।

बिहार के मेरे परिवारजनों का बहुत-बहुत आभार, जिन्होंने 2025 के विधानसभा चुनावों में एनडीए को ऐतिहासिक और अभूतपूर्व जीत का आशीर्वाद दिया है। यह प्रचंड जनादेश हमें…

— Narendra Modi (@narendramodi) November 14, 2025

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ବର୍ଷଗୁଡ଼ିକରେ ଆମେ ବିହାରର ବିକାଶ, ଏହାର ଭିତ୍ତିଭୂମି ଏବଂ ରାଜ୍ୟର ସଂସ୍କୃତିକୁ ଏକ ନୂତନ ପରିଚୟ ଦେବା ପାଇଁ ନିଷ୍ଠାର ସହିତ କାର୍ଯ୍ୟ କରିବୁ । ଆମେ ସୁନିଶ୍ଚିତ କରିବୁ ଯେ ଏହାର ଯୁବପିଢ଼ି ଏବଂ ମହିଳାମାନେ ଏକ ସମୃଦ୍ଧ ଜୀବନ ପାଇଁ ପ୍ରଚୁର ସୁଯୋଗ ପାଇବେ ।

Scroll to Top