ବିସ୍କୁଟ୍ ଖାଉଥିଲେ ସାବଧାନ ! ନଚେତ୍ ହୋଇପାରେ ଏହି ସମସ୍ୟା

ବିସ୍କୁଟ୍-ଖାଉଥିଲେ-ସାବଧାନ-!-ନଚେତ୍-ହୋଇପାରେ-ଏହି-ସମସ୍ୟା

ନୂଆଦିଲ୍ଲୀ ୦୮।୦୮; ଚା’ ସହ ବିସ୍କୁଟ ହେଉ ଅବା ଅଫିସ୍‌ରେ ହାଲ୍‌କା ଭୋକ ମେଣ୍ଟାଇବା ପାଇଁ  ୨ଟି ବିସ୍କୁଟ୍‌ ଖାଦ୍ୟର ଶ୍ରେଷ୍ଠ ବିକଳ୍ପ । କିନ୍ତୁ କେବେ ଭାବିଛନ୍ତି, ବିସ୍କୁଟ୍‌ ଶରୀର   ପାଇଁ କେତେ କ୍ଷତିକାରକ? ଏହାକୁ ନିୟମିତ ଖାଇବା ଦ୍ୱାରା ଶରୀରରେ  ମେଟାବଲିଜିମ୍‌, ଓଜନ ଓ ଶର୍କରା ସ୍ତର ପ୍ରଭାବିତ ହୋଇଥାଏ ।  ଡାକ୍ତର ନିମଳ ଛାଚରଙ୍କ  ମତରେ ବିସ୍କୁଟରେ  ବ୍ୟବହୃତ ମଇଦା,  ରିଫାଇନ୍‌, ଚିନି ଓ  ହାଇଡ୍ରେଜେନେରେଟେଡ୍‌  େ ତ ଲ ଶ ର ୀ ର ର  ମେଟାବଲିଜିମ୍‌କୁ ନଷ୍ଟ  କରିଦେଇପାରେ ।   

ହଜମ ପ୍ରକ୍ରିୟାକୁ   ପ୍ରଭାବିତ– ବିସ୍କୁଟରେ ମଇଦା, କମ୍‌  ଫାଇବର ଥିବାରୁ ଏହା ସହଜରେ ହଜମ ହୋଇ ନଥାଏ । ଏହାକୁ ଲଗାତାର ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ, ଗ୍ୟାସ୍‌ ଓ ଏସିଡିଟି ପରି ସମସ୍ୟା ଦେଖା   ଦେଇଥାଏ ।  

ଓଜନ ବଢିବାର ଆଶଙ୍କା –ବିସ୍କୁଟରେ ରହିଥିବା କ୍ୟାଲୋରୀ ଓ ଚିନି ଶରୀରରେ ଚର୍ବି ଭାବେ ଜମା   ହୋଇ ରହିଥାଏ । ତେଣୁ ଓଜନ ହ୍ରାସ କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ପାଇଁ  ବିସ୍କୁଟ ଖାଇବା ଅନୁଚିତ୍‌ ।  

ରକ୍ତ ଶର୍କରା ଉପରେ ପ୍ରଭାବ- ମଧୁମେହ ରୋଗୀ ବିସ୍କୁଟ ଖାଇବା ଆଦୌ ଉଚିତ୍‌ ନୁହେଁ । କାରଣ ଏହାର  ଗ୍ଲାଇସୋମିକ୍‌ ଇଣ୍ଡେକ୍ସ ଅଧିକ ରହିଥାଏ । ତେଣୁ ଏହାକୁ ଖାଇବା ଦ୍ୱାରା  ଶରୀରର ରକ୍ତରେ ଶର୍କରା ସ୍ତର ତୀବ୍ର ବେଗରେ ବଢିଥାଏ ।  

ହର୍‌ମୋନ୍‌ ଅସନ୍ତୁଳନ- ଡାକ୍ତରଙ୍କ ମତରେ ବିସ୍କୁଟରେ ଥିବା ଟ୍ରାନ୍ସ ଫ୍ୟାଟ୍‌ ଓ ସଂରକ୍ଷକ ଶରୀରରେ  ହର୍‌ମୋନ୍‌ ଅସନ୍ତୁଳନ ସୃଷ୍ଟି କରିପାରେ । ବିଶେଷକରି ଏହା ମହିଳାମାନଙ୍କ  କ୍ଷେତ୍ରରେ ଏହା ବ୍ରଣ, ଅନିୟମିତ ମାସିକ ଋତୁସ୍ରାବ ଓ ଥକ୍କାପଣ ସୃଷ୍ଟି   କରିପାରେ ।  

ପିଲାଙ୍କ ବିକାଶରେ ପ୍ରଭାବ- ପ୍ରାୟ ମା’ମାନେ ପିଲାଙ୍କୁ ବିସ୍କୁଟ ଖାଇବାକୁ ଦେଇଥାନ୍ତି । କିନ୍ତୁ ଏଥିରେ  ପ୍ରୋଟିନ୍‌, ଭିଟାମିନ୍‌, ଫାଇବର ଓ ଆବଶ୍ୟକ ଭିଟାମିନ୍‌ର ପରିମାଣ ଖୁବ୍‌ କମ୍‌  ରହିଥାଏ, ଯାହା ପିଲାଙ୍କ ବୃଦ୍ଧି ଉପରେ ନକାରାତ୍ମକ ପ୍ରଭାବ ପକାଇପାରେ ।   ଏପରିକି ରୋଗ ପ୍ରତିରୋଧକ ଶକ୍ତିକୁ ମଧ୍ୟ କମ୍‌ କରିଦେଇଥାଏ । ତେଣୁ  ଯଥାସମ୍ଭବ ବିସ୍କୁଟ ଖାଇବାରୁ ନିଜକୁ ଦୂରେଇ ରଖବା ଉଚିତ୍‌ ହେବ ।

Scroll to Top