ବିଶ୍ୱ ବିଜୟିନୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା, ଜବରଦସ୍ତ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ
Published By: Prativa – Prameya-News7 Bureau | November 03, 2025 07:26 AM
NEWS7
ଭୁବନେଶ୍ୱର ୦୩/୧୧: ଭାରତର ମହିଳା ବିଶ୍ୱକପ୍ ବିଜୟ ପରେ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଭାରତର ବିଜୟକୁ ଚମତ୍କାର କହିଲେ ପ୍ରଧାନମନ୍ତ୍ରୀ । ମହିଳା ଟିମକୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ପ୍ରଥମ ଥର ପାଇଁ ମହିଳା କ୍ରିକେଟ ବିଶ୍ୱକପର ଏହି ଜବରଦସ୍ତ ବିଜୟ ପାଇଁ ଟିମ୍ ଇଣ୍ଡିଆକୁ ଅଭିନନ୍ଦନ। ଏହା ଆମ ପାଇଁ ଏକ ଗର୍ବର ମୁହୂର୍ତ୍ତ ।
Congratulations Team India for this emphatic win of the first ever Women’s Cricket World Cup. This is a proud moment for us as we witness history in the making and our Bharatiya Naarishakti at its peak display. This was the best possible end to a busy Sunday. Girls, your win is… pic.twitter.com/HSEWFsqm14
— Mohan Charan Majhi (@MohanMOdisha) November 2, 2025
କାରଣ ଆମେ ଇତିହାସ ସୃଷ୍ଟି ହେଉଥିବା ଓ ଆମର ଭାରତୀୟ ନାରୀଶକ୍ତି ଏହାର ଶୀର୍ଷ ପ୍ରଦର୍ଶନର ସାକ୍ଷୀ । ସର୍ବୋତ୍ତମ ସମ୍ଭାବ୍ୟ ସମାପ୍ତ ଥିଲା । ଆମ ଝିଅମାନଙ୍କ ବିଜୟ ଘରେ ଥିବା ଲକ୍ଷ ଲକ୍ଷ ମହିଳାଙ୍କ ପାଇଁ । ପ୍ରତିଟି ଝିଅ ଯେଉଁମାନେ ଭିନ୍ନ ସ୍ୱପ୍ନ ଦେଖନ୍ତି ସେମାନଙ୍କ ପାଇଁ ଏକ ପ୍ରେରଣା। ଆମର ଝିଅମାନେ ନିରନ୍ତର ସଫଳତା ବଜାୟ ରଖିଥିଲେ । ସେମାନଙ୍କୁ ଅନେକ ଅନେକ ଶୁଭେଚ୍ଛା ।




