ବିଶ୍ୱ ବିଜେତାଙ୍କୁ ଟାଟାର ବଡ଼ ଉପହାର, ମହିଳା କ୍ରିକେଟରଙ୍କୁ ଦେବ ସିଏରା SUV କାର୍

ବିଶ୍ୱ-ବିଜେତାଙ୍କୁ-ଟାଟାର-ବଡ଼-ଉପହାର,-ମହିଳା-କ୍ରିକେଟରଙ୍କୁ-ଦେବ-ସିଏରା-suv-କାର୍

ନୂଆଦିଲ୍ଲୀ ୦୬।୧୧; ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ କ୍ରିକେଟର ଚାମ୍ପିଅନ ମୁକୁଟ ପିନ୍ଧିଛି ଭାରତ। ଏହା ଦେଶ ପାଇଁ ଗର୍ବ ଏବଂ ଗୌରବ ବିଷୟ। ଭାରତୀୟ ମହିଳା କ୍ରିକେଟ ଦଳର ଐତିହାସିକ ବିଜୟକୁ ସେଲିବ୍ରେସନ କରିବାକୁ ଯାଇ ଅନନ୍ୟ ପଦକ୍ଷେପ ନେଇଛି ଟାଟା ମୋଟର୍ସ ପାସେଞ୍ଜର ଭେଇକଲ୍ସ। ଦେବାକୁ ଯାଉଛି ବଡ଼ ଉପହାର।

 ବିଜେତା ଟିମର ପ୍ରତ୍ୟେକ ସଦସ୍ୟଙ୍କୁ ନୂଆ କରି ଲଞ୍ଚ ହେବାକୁ ଥିବା ଟାଟା ସିଏରାର କାର୍ ଉପହାର ଦେବ କମ୍ପାନି। ଏହା କେବଳ ଏକ ଗିଫ୍ଟ ନୁହେଁ, ବରଂ ଦେଶକୁ ଗର୍ବିତ କରିବାର ଅଦମ୍ୟ ସାହସ, ସମର୍ପଣ ଏବଂ ମନୋଭାବ ପ୍ରତି ଏକ ପ୍ରକୃତ ସମ୍ମାନ ହେବ ବୋଲି କହିଛି ଟାଟା।

ଟାଟା ମୋଟର୍ସ ପାସେଞ୍ଜର ଭେଇକିଲ୍ସ ଲିମିଟେଡର ଏମଡି ଏବଂ ସିଇଓ କହିଛନ୍ତି, “ଭାରତୀୟ ମହିଳା କ୍ରିକେଟ୍ ଦଳ ସେମାନଙ୍କର ଅସାଧାରଣ ପ୍ରଦର୍ଶନ ଏବଂ ଚମତ୍କାର ବିଜୟ ସହିତ ସମଗ୍ର ଦେଶକୁ ଗର୍ବିତ କରିଛି। ସେମାନଙ୍କ ଯାତ୍ରା ଦୃଢ଼ ନିଷ୍ଠା ଏବଂ ବିଶ୍ୱାସର ପ୍ରତିଫଳକ, ଯାହା ପ୍ରତ୍ୟେକ ଭାରତୀୟଙ୍କୁ ଅନୁପ୍ରାଣିତ କରେ। ଏହି କିମ୍ବଦନ୍ତୀମାନଙ୍କୁ  ଟାଟା ସିଏରା ଉପହାର ଦେଉଛୁ।

Scroll to Top