ନୂଆଦିଲ୍ଲୀ: ସାରା ବିଶ୍ୱରେ Cloudflare ଡାଉନ ହେବା ପରେ କମ୍ପାନୀର ନେଟୱାର୍କ ଉପରେ ନିର୍ଭର କରୁଥିବା ହଜାର ହଜାର ୱେବସାଇଟଡାଉନ ହୋଇଯାଇଛି। ଘଟଣା ସମ୍ପର୍କରେ କମ୍ପାନୀ ଅବଗତ ରହିଛି। ଏନେଇ କମ୍ପାନୀ କହିଛି କ୍ଲାଉଡଫ୍ଲେୟାର ସମସ୍ୟା ବିଷୟରେ ଅବଗତ ଅଛି ଏବଂ ତଦନ୍ତ କରୁଛି। ଏହା ଏକାଧିକ ଗ୍ରାହକଙ୍କୁ ପ୍ରଭାବିତ କରୁଛି। ବ୍ୟାପକ 500 ଏରର, କ୍ଲାଉଡଫ୍ଲେୟାର ଡ୍ୟାସବୋର୍ଡ ଏବଂ ଏପିଆଇ ମଧ୍ୟ ଫେଲ୍ ହୋଇଛି। ଆମେ ଏହାର ପୂର୍ଣ୍ଣ ପ୍ରଭାବ ବୁଝିବା ସହ ସମସ୍ୟାକୁ ହ୍ରାସ କରିବା ପାଇଁ କାମ କରୁଛୁ। ଅଧିକ ଅପଡେଟ୍ ଖୁବ୍ ଶୀଘ୍ର ଆସିବ।”
କ୍ଲାଉଡଫ୍ଲେୟାର ଡାଉନ ହେବା ପରେ ତତସହିତ ଜଡ଼ିତ ୱେବସାଇଟ୍ ମଧ୍ୟରେ ଏକ୍ସ (ପୂର୍ବରୁTwitter), OpenAI/ChatGPT, League of Legends, Spotify, Canva, Perplexity, Gemini, Grindr, ଏବଂ LetterboxD ଆଦି ଡାଉନ ହୋଇଯାଇଛି। Cloudfare ବିଭ୍ରାଟ ଦ୍ୱାରା ପ୍ରଭାବିତ ହୋଇଥିବା ସାଇଟ୍ ତାଲିକାରେ ଲୋକପ୍ରିୟ ଡିଜାଇନିଂ ପ୍ଲାଟଫର୍ମ Canva ମଧ୍ୟ ରହିଛି। ଡାଉନଡିଟେକ୍ଟର ଅନୁଯାୟୀ,ସୋସିଆଲ ମିଡିଆ ପ୍ଲାଟଫର୍ମ ସହିତ ସନ୍ଧ୍ୟା ୫:୦୯ ସୁଦ୍ଧା ସର୍ବାଧିକ ଥିଲା,୧୧,୦୦୦ରୁ ଅଧିକ ସମସ୍ୟା ନେଇ ରିପୋର୍ଟ କରିଛି। ୭୫ ହଜାର ୱେବସାଇଟ ଡାଉନ ରହିଛି।




