ବିଶ୍ୱପ୍ରସିଦ୍ଧ ବରଗଡ଼ ଧନୁଯାତ୍ରା, ୧୭ରେ କଂସ ଚରିତ୍ର ପାଇଁ ଚୟନ ହେବେ କଳାକାର

ବିଶ୍ୱପ୍ରସିଦ୍ଧ-ବରଗଡ଼-ଧନୁଯାତ୍ରା,-୧୭ରେ-କଂସ-ଚରିତ୍ର-ପାଇଁ-ଚୟନ-ହେବେ-କଳାକାର

ବରଗଡ଼ ୧୨।୧୧ : ବିଶ୍ୱପ୍ରସିଦ୍ଧ ଧନୁଯାତ୍ରା । ଆସନ୍ତା ମାସ ୨୪ ତାରିଖରୁ ଆରମ୍ଭ ହେବ ବିଶ୍ୱର ସର୍ବବୃହତ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା । ୧୧ ଦିନ ବ୍ୟାପୀ ଚାଲିବାକୁ ଥିବା ଏହି ଧନୁଯାତ୍ରା ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖରେ ଶେଷ ହେବ । ତେବେ ଏହାପୂର୍ବରୁ କଳାକାର ଚୟନ ନେଇ ତାରିଖ ଘୋଷଣା କରାଯାଇଛି ।

ଚଳିତ ବର୍ଷ ଧନୁଯାତ୍ରା ପାଇଁ କଳାକାର ଚୟନ ତାରିଖ ପ୍ରକାଶ ପାଇଛି । ଯେଉଁଥିରେ କଂସ ସମେତ ଅନ୍ୟ ଚରିତ୍ର ପାଇଁ ବି ଚୟନ ହେବେ କଳାକାର । ଏଥିପାଇଁ ଅନେକ ଆଶାୟୀ ଆବେଦନ କରିଥିବା ବେଳେ ଆସନ୍ତା ୧୫ ତାରିଖରୁ ବିଭିନ୍ନ ଚରିତ୍ର ପାଇଁ କଳାକାର ଚୟନ ପ୍ରକିୟା ଆରମ୍ଭ ହେବ। ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ସ୍ଥାନୀୟ ବିଜୁ ପଟ୍ଟନାୟକ ଟାଉନ ହଲ ପରିସରରେ କଂସ ଚରିତ୍ର ପାଇଁ କଳାକର ଚୟନ କାର୍ଯ୍ୟ ଅନୁଷ୍ଠିତ ହେବ । ୧୫ ତାରିଖ ଦେବକୀ, ନାରଦ, ଚାଣୁର , ମୁଷ୍ଟିକ, ସାର୍ତ୍ତକି, ବସୁଦେବ , ଅକ୍ରୁର ଏବଂ ଉଗ୍ରସେନ, ୧୬ତାରିଖ ମହାମନ୍ତ୍ରୀ ଓ ସେନାପତି ଏବଂ ୧୭ ତାରିଖ ଦିନ  ମହାରାଜ କଂସ ଅଭିନୟ ପାଇଁ ସାକ୍ଷାତକାର ଅନୁଷ୍ଠିତ ହେବ।   ମହାରାଜ କଂସ ଚରିତ୍ରରେ ୪୪, ମହାମନ୍ତ୍ରୀରେ ୩୩, ସେନାପତିରେ ୭୪, ଦେବକୀରେ ୧୪,ନାରଦରେ ୨୦, ଚାଣୁରରେ ୧୭, ସାର୍ତ୍ତକିରେ ୧୦, ମୁଷ୍ଟିକରେ ୧୮, ବସୁଦେବରେ ୩୦, ଅକ୍ରୁରରେ ୨୦, ଉଗ୍ରସେନରେ ୧୧ ତଥା ସମୁଦାୟ ୨୯୧ କଳାକାର ଚୟନରେ ଅଂଶଗ୍ରହଣ କରିବେ। ଆବେଦନକର୍ତ୍ତା ନିଜ ଭୂମିକା ପାଇଁ ସେହି ତାରିଖରେ ପୂର୍ବାହ୍ନ ୯ଟା ୩୦ ମିନିଟରେ ବିଜୁ ପଟ୍ଟନାୟକ ଟାଉନ ହଲରେ ପହଞ୍ଚିବାକୁ ସୂଚନା ଦିଆଯାଇଛି।

Scroll to Top