ବିଶ୍ୱକପ୍‌ରେ କ୍ୟାପ୍ଟେନ୍ କୌରଙ୍କ ବିଶ୍ୱ ରେକର୍ଡ

ବିଶ୍ୱକପ୍‌ରେ-କ୍ୟାପ୍ଟେନ୍-କୌରଙ୍କ-ବିଶ୍ୱ-ରେକର୍ଡ

ବିଶ୍ୱକପ୍‌ରେ କ୍ୟାପ୍ଟେନ୍ କୌରଙ୍କ ବିଶ୍ୱ ରେକର୍ଡ

Published By: Avinash – Prameya-News7 Bureau | November 02, 2025 11:27 PM

NEWS7

Harmanpreet Kaur scripts record for knockouts
indiatv

ନୂଆଦିଲ୍ଲୀ: ରବିବାର ମୁମ୍ବାଇରେ ଡକ୍ଟର ଡିଓ୍ଵାଇ ପାଟିଲ ସ୍ପୋର୍ଟ୍ସ ଆକାଡେମୀ ଷ୍ଟାଡିୟମରେ ଖେଳାଯାଉଥିବା ମହିଳା ଦିନିକିଆ ବିଶ୍ଵକପର ଟାଇଟଲ୍ ଲଢେଇରେ ଆଜି ଭାରତର ଏକାଧିକ ବ୍ୟଟର ରେକର୍ଡ କରିଛନ୍ତି। ଶେଫାଳି ବର୍ମା, ସ୍ମୃତି ମନ୍ଧାନାଙ୍କ ସମେତ କ୍ୟାପ୍ଟେନ୍ ହରମନପ୍ରତୀ କୌର ମଧ୍ୟ ଏକ ରେକର୍ଡ କରି ଇତିହାସ ରଚିଛନ୍ତି। ଦିନିକିଆ ମହିଳା ବିଶ୍ୱକପର ନକଆଉଟ ପର୍ଯ୍ୟାୟରେ ସର୍ବାଧିକ ରନ ସଂଗ୍ରହ କରି କୌର ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ବେଲିଣ୍ଡା କ୍ଲାର୍କଙ୍କ ରେକର୍ଡ ଭାଙ୍ଗି ଦେଇଛନ୍ତି
ଫାଇନାଲ୍ ଖେଳିବା ପୂର୍ବରୁ, କୌର ତିନୋଟି ଇନିଂସରୁ ୩୧୧ ରନ କରିଥିଲେ ଏବଂ ନକଆଉଟରେ ତିନୋଟି ସ୍କୋର ଅର୍ଦ୍ଧଶତରୁ ଅଧିକ ଥିଲା। ଆଜିର ମ୍ୟାଚ୍‌ରେ କ୍ଲାର୍କଙ୍କୁ ଅତିକ୍ରମ କରିବା ପାଇଁ କୌରଙ୍କୁ କେବଳ ୨୯ ରନ ଆବଶ୍ୟକ ଥିଲା ପ୍ରଥମ ଇନିଂସର ଦ୍ୱିତୀୟ ପର୍ଯ୍ୟାୟରେ କୌର କ୍ଲାର୍କଙ୍କ ରେକର୍ଡକୁ ପଛରେ ପକାଇ ଦେଇଥିଲେ।

ମହିଳା ବିଶ୍ୱକପ୍ ନକଆଉଟରେ ସର୍ବାଧିକ ରନ:

୧ – ହରମନପ୍ରୀତ କୌର: ଚାରି ଇନିଂସରେ ୩୩୧ ରନ୍
୨ – ବେଲିଣ୍ଡା କ୍ଲାର୍କ: ଇନିଂସରେ ୩୩୦ ରନ୍
୩ – ଆଲିସା ହିଲି: ୪ ଇନିଂସରେ ୩୦୯ ରନ୍
୪ – ନାଟ୍ ସାଇଭର-ବ୍ରଣ୍ଟ: ୫ ଇନିଂସରେ ୨୮୧ ରନ୍
୫ – ଡେବି ହକଲି: ୫ ଇନିଂସରେ ୨୪୦ ରନ୍

ନକଆଉଟରେ କୌରଙ୍କ ଜବରଦସ୍ତ ପ୍ରଦର୍ଶନ
ବିଶ୍ୱକପ୍ ନକଆଉଟରେ ହରମନପ୍ରତୀ କୌରଙ୍କ ସବୁ ସ୍କୋର ପଚାଶରୁ ଅଧିକ ରହିଛି। ୨୦୧୭ ବିଶ୍ୱକପ୍ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୧୭୧ ରନର ସେହି ଜବରଦସ୍ତ ଇନିଂସ ମଧ୍ୟ ସାମିଲ ଥିଲା। ସେ ଇଂଲଣ୍ଡ ବିପକ୍ଷରେ ୨୦୧୭ ବିଶ୍ୱକପ୍ ଫାଇନାଲରେ ୫୧ ଏବଂ ୨୦୨୫ ସେମିଫାଇନାଲରେ ଅଷ୍ଟ୍ରେଲିଆ ବିପକ୍ଷରେ ୮୯ ରନ କରିଛନ୍ତି।  ତେବେ କୌରଙ୍କ ଅର୍ଦ୍ଧଶତକ ଧାରାରେ ରବିବାର ବ୍ରେକ ଲାଗିଛି। ବିଶ୍ୱକପ ୨୦୨୫ର ଫାଇନାଲ ମ୍ୟାଚ୍‌ରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ କେବଳ ୨୦ ରନ୍ କରି ଆଉଟ୍ ହୋଇଛନ୍ତି କ୍ୟାପ୍ଟେନ୍ କୌର।
ସେପଟେ ଆଇସିସି ମହିଳା ଦିନିକିଆ ବିଶ୍ଵକପ୍ ୨୦୨୫ର ଫାଇନାଲ୍ ମୁକାବିଲାରେ ଓପନର ଶେଫାଳି ବର୍ମା ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି। ୨୧ ବର୍ଷୀୟା ଏହି ଖେଳାଳି ବିସ୍ଫୋରକ ଇନିଂସ ଖେଳି ୮୭ ରନ୍‌ର କରିଥିଲେ। ଶତକ ହାସଲ କରିବାରେ ବିଫଳ ହୋଇଥିଲେ ବି ସବୁଠାରୁ ଯୁବ ଖେଳାଳି ଭାବେ ବିଶ୍ୱକପ ଫାଇନାଲ୍‌ରେ ଅର୍ଦ୍ଧଶତକ ହାସଲ କରି ବିଶ୍ୱ ରେକର୍ଡ କରିଛନ୍ତି ଶେଫାଳିସେହିପରି ସ୍ମୃତି ମନ୍ଧାନା ମଧ୍ୟ ଆଜି ରେକର୍ଡ କରିଛନ୍ତି। ଆଇସିସି ମହିଳା ଦିନିକିଆ ବିଶ୍ଵକପ୍ ୨୦୨୫ର ଫାଇନାଲ୍ ମୁକାବିଲାରେ ସେ ୨୧ ରନ କରିବା ମାତ୍ରେ ପୂର୍ବତନ ଅଧିନାୟକ ମିତାଲି ରାଜଙ୍କ ରେକର୍ଡ ଭାଙ୍ଗିଛନ୍ତି। ଆଇସିସି ଦିନିକିଆ ବିଶ୍ଵକପର ଗୋଟିଏ ସଂସ୍କରଣରେ ଭାରତୀୟ ଭାବେ ସର୍ବାଧିକ ରନ କରିବାର ରେକର୍ଡ ନିଜ ନାଁରେ କରିଛନ୍ତି ମନ୍ଧାନା। ମିତାଲି ୨୦୧୭ ବିଶ୍ଵକପରେ ୪୦୯ ରନ କରି ରେକର୍ଡ କରିଥିଲେ। ଏବେ ୨୦୨୫ ବିଶ୍ଵକପରେ ସ୍ମୃତି ମନ୍ଧାନା ମିତାଲିଙ୍କ ଏହି ରେକର୍ଡ ଭାଙ୍ଗିଛନ୍ତି। ମନ୍ଧାନା ଚଳିତ ବିଶ୍ଵକପରେ ଦମଦାର ଫର୍ମରେ ଅଛନ୍ତି। ସେ ୨ଟି ଅର୍ଦ୍ଧଶତକ ସହ ଗୋଟିଏ ଶତକ ହାସଲ କରିଛନ୍ତି।

Scroll to Top