ଭୁବନେଶ୍ବର ୨୫।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ସମୀକ୍ଷା କରିଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ । ରବିବାର ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ ହେବ ବାତ୍ୟାର ଚିତ୍ର । ଲଘୁଚାପ ସୃଷ୍ଟି ଆଗରୁ ଅନୁମାନ ହୋଇଥିଲା । ଅବପାତରେ ପରିଣତ ହୋଇଛି । ଗୋପାଳପୁର ଠାରୁ ବାତ୍ୟା ୧୦୦୦ କି.ମି. ଦୂରରେ ରହିଛି । ଧୀରେ ଧୀରେ ପଶ୍ଚିମ ଓ ଉତ୍ତର ପଶ୍ଚିମ ଦିଗରେ ଗତି କରୁଛି । ଅବପାତ ଆଗକୁ ବାତ୍ୟାରେ ପରିଣତ ହେବ । ତୀବ୍ରତା ବଢ଼ିବାରେ ଲାଗିଛି । ପୂର୍ବ ପ୍ରସ୍ତୁତି ଆଗରୁ କରିସାରିଛୁ । ୨୮ ଓ ୨୯ ଦୁଇ ଦିନ ଅବପାତଜନିତ ବାତ୍ୟା ଓଡ଼ିଶାକୁ ପ୍ରଭାବିତ କରିବ । ଦକ୍ଷିଣାଞ୍ଚଳ ଜିଲ୍ଲା ଗଞ୍ଜାମ, ଗଜପତି, ରାୟଗଡା, କୋରାପୁଟ ଏବଂ ମାଲକାନଗିରି, ଉପକୂଳ ଜିଲ୍ଲା ପୁରୀ, ଖୋର୍ଦ୍ଧା ଏବଂ କେନ୍ଦ୍ରାପଡ଼ା ଜିଲ୍ଲା ପ୍ରଭାବିତ ହେବ ।
ଯଦି ଲଘୁଚାପ ଜନିତ ବାତ୍ୟା ଦିଗ ପରିବର୍ତ୍ତନ କରେ, ତେବେ IMDର ପୂର୍ବ ଅନୁମାନ ଅନୁଯାୟୀ ଆମେ ପ୍ରସ୍ତୁତ ଅଛୁ । ଦିଗ ପରିବର୍ତ୍ତନ ହେଲେ ୩୦ ଜିଲ୍ଲା ପାଇଁ ଆମେ ପ୍ରସ୍ତୁତ ରହିଛୁ । ପ୍ରଭାବିତ ଆଶଙ୍କା ଥିବା ୧୫ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ପ୍ରସ୍ତୁତି ସରିଛି । ବିଭାଗ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି ପ୍ରସ୍ତୁତ ରହିବା ପାଇଁ । ସ୍ୱାସ୍ଥ୍ୟ, କୃଷି, ଶକ୍ତି, ସମବାୟ ବିଭାଗ ଆଗୁଆ ପ୍ରସ୍ତୁତ ପାଇଁ କୁହାଯାଇଛି ।
ବାତ୍ୟା ପାଇଁ ସ୍କୁଲ ଛୁଟି ନେଇ ରବିବାର ନିଷ୍ପତ୍ତି ହେବ । ଶନିବାର ସମସ୍ତ ସରକାରୀ କର୍ମଚାରୀ ଅଫିସରେ ରହିବେ । ଅଧିକାରୀଙ୍କ ଛୁଟି ବାତିଲ ନେଇ ରବିବାର ନିଷ୍ପତି ହେବ । ଛୁଟି ହେବ କି ନାହିଁ କାଲି ନିଷ୍ପତି । ରବିବାର ପୁଣି ଜିଲ୍ଲାପାଳଙ୍କ ସହ ବୈଠକ ।
ବିପର୍ଯୟ ପ୍ରକୋପ ଯାହା ବି ହେଉ ସରକାର ପ୍ରସ୍ତୁତ । ଅତୀତର ପ୍ରସ୍ତୁତିକୁ ଆଖି ଆଗରେ ରଖି ନିଖୁଣ ପ୍ରସ୍ତୁତି କରାଯାଇଛି । ଲୋକେ ବିଚଳିତ ହୁଅନ୍ତୁ ନାହିଁ । ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ ଫେରିବା ପାଇଁ ନିର୍ଦ୍ଦେଶ ରହିଛି । ତଳିଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତର, ବାତ୍ୟା ଆଶ୍ରୟସ୍ଥଳୀ, ରିଲିଫ ସେଣ୍ଟର, ପଲିଥିନ, ସ୍ୱାସ୍ଥ୍ୟ ବିଭାଗ ସବୁକୁ ପ୍ରସ୍ତୁତ କରାଯାଇଛି । ଯେତେଦିନ ପାଣି ରହିବ ଲୋକଙ୍କୁ ରନ୍ଧା ଖାଦ୍ୟ ଦିଆଯିବ । ମୂଳ ଲକ୍ଷ୍ୟ ଜୀବନ ରକ୍ଷା । ଲୋକଙ୍କ ରକ୍ଷା କବଚ ହେବେ ସରକାର । ଭୂସ୍ଖଳଳନ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ । ସେହି ସ୍ଥାନରେ ପ୍ରତିଶୋଧ ବ୍ୟବସ୍ଥା କରନ୍ତୁ । ରାସ୍ତା ଉପରେ ପାଣି ଗଲେ ଉଭୟ ପଟ ରାସ୍ତା ବନ୍ଦ କରାଯିବ । ସେହିଠାରେ ଯାତ୍ରୀଙ୍କୁ ଖାଦ୍ୟର ବ୍ୟବସ୍ଥା କରାଯିବ । ଦକ୍ଷିଣ ଆନ୍ଧ୍ରରେ ସ୍ଥଳଭାଗ ଛୁଇଁବା ନେଇ ଆକଳନ ହୋଇଛି ଏହାର ପ୍ରଭାବ ଓଡ଼ିଶା ଉପରେ ପଡିବ ବୋଲି ରାଜସ୍ବ ଓ ବିପର୍ଯୟ ପରିଚାଳନା ମନ୍ତ୍ରୀ ।




