ବିବାଦୀୟ ବୟାନ ଦେଇ ବିପାଶାଙ୍କୁ କ୍ଷମା ମାଗିଲେ ମୃଣାଳ, କହିଲେ-ମୋ ମୁର୍ଖତାପୂର୍ଣ୍ଣ କଥା…

ବିବାଦୀୟ-ବୟାନ-ଦେଇ-ବିପାଶାଙ୍କୁ-କ୍ଷମା-ମାଗିଲେ-ମୃଣାଳ,-କହିଲେ-ମୋ-ମୁର୍ଖତାପୂର୍ଣ୍ଣ-କଥା…

ନୂଆଦିଲ୍ଲୀ ୧୫।୦୮; ମୃଣାଳ ଠାକୁରଙ୍କ ଏକ ପୁରୁଣା ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। କ୍ଲିପରେ ସେ ବିପାଶା ବସୁଙ୍କ ବିଷୟରେ ମନ୍ତବ୍ୟ ଦେଉଥିବାର ନଜର ଆସିଥିଲେ । ନିଜକୁ ତାଙ୍କ ଠାରୁ ବହୁତ ଭଲ ଓ ସୁନ୍ଦର ବୋଲି କହିଥିଲେ। ଭିଡିଓ ଭାଇରାଲ ହେବା ମାତ୍ରେ ମୃଣାଳଙ୍କୁ ଟ୍ରୋଲିଂର ସମ୍ମୁଖୀନ ହେବାକୁ ପଡିଥିଲା। ଏବେ ସେ ତାଙ୍କ ବୟାନକୁ ଅବାନ୍ତର ବୋଲି କହିଛନ୍ତି।

ଗତକାଲି ରାତିରେ, ମୃଣାଳ ଠାକୁର ଇନଷ୍ଟାଗ୍ରାମ ଷ୍ଟୋରୀରେ ତାଙ୍କ ବୟାନ ଜାରି କରି କ୍ଷମା ମାଗିଛନ୍ତି। ସେ ଲେଖିଛନ୍ତି, “୧୯ ବର୍ଷ ବୟସରେ, ମୁଁ ଟିନ୍‌ଏଜର ଅବସ୍ଥାରେ ବହୁତ ମୂର୍ଖତାପୂର୍ଣ୍ଣ କଥା କହିଥିଲି। ସବୁବେଳେ ବୁଝିପାରୁ ନଥିଲି ଯେ ମୋ ସ୍ୱରର ଓଜନ କେତେ କିମ୍ବା ମଜାରେ ମଧ୍ୟ ଶବ୍ଦ କେତେ କଷ୍ଟଦାୟକ ହୋଇପାରେ …ଏଥିପାଇଁ ମୁଁ ବହୁତ ଦୁଃଖିତ। ମୋର ଉଦ୍ଦେଶ୍ୟ କେବେ କାହା ଶରୀର ଲଜ୍ଜିତ କରିବା ନଥିଲା। ଏହା ଏକ ସାକ୍ଷାତକାରରେ କେବଳ ଏକ ମଜା ଥିଲା ଯାହା ବହୁତ ଅଧିକ ହୋଇଗଲା ।

ମୃଣାଲ ଠାକୁର ବର୍ଷ ବର୍ଷ ପୂର୍ବେ ଏକ ସାକ୍ଷାତକାର ଦେଇଥିଲେ, ଯେଉଁଥିରେ ସେ ତାଙ୍କ ସହ-କଳାକାରଙ୍କୁ ପଚାରିଥିଲେ ଯେ ସେ ଏପରି ଏକ ଝିଅକୁ ବିବାହ କରିବାକୁ ଚାହାଁନ୍ତି ଯାହାର ମସଲସ୍‌ ବହୁତ ଅଧିକ। ଅଭିନେତା କହିଥିଲେ ଯେ ସେ ଏକ ଟୋଣ୍ଡ ଗର୍ଲକୁ ବିବାହ କରିବାକୁ ଚାହାଁନ୍ତି, ଯାହା ଉପରେ ଅଭିନେତ୍ରୀ କହିଥିଲେ, “ଯାଅ ଏବଂ ବିପାଶାଙ୍କୁ ବିବାହ କର।” ଏହା ପରେ ସେ କହିଥିଲେ, “ମୁଁ ତାଙ୍କ ଠାରୁ ବହୁତ ଭଲ। ଏହି ଭିଡିଓ ଭାଇରାଲ ହେବା ପରେ, ମୃଣାଲଙ୍କୁ ସୋସିଆଲ ମିଡିଆରେ ବହୁତ ଟ୍ରୋଲ କରାଯାଇଥିଲା 

Scroll to Top